ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍: ବୁମ୍ରା ପୁଣି ୧ ନମ୍ବର
ଭାରତୀୟ ପେସ୍ ବୋଲର ଯଶ୍ପ୍ରୀତ୍ ବୁମ୍ରା ସଦ୍ୟ ପ୍ରକାଶିତ ଆଇସିସି ଟି୨୦ ର଼୍ୟାଙ୍କିଙ୍ଗ୍ରେ ପ୍ରଥମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। କାନପୁରରେ ବାଂଲାଦେଶ ବିପକ୍ଷରେ ୬ ଉଇକେଟ ନେଇଥିବା ବୁମ୍ରା ଅନ୍ୟତମ ଭାରତୀୟ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ହଟାଇ ପ୍ରଥମ ସ୍ଥାନକୁ ଫେରିଛନ୍ତି । ବୋଲରଙ୍କ ମଧ୍ୟରେ ରବୀନ୍ଦ୍ର ଜାଡେଜା ଷଷ୍ଠ ଓ କୁଲଦୀପ ଯାଦବ ୧୬ ତମ ସ୍ଥାନରେ ଅପରିବର୍ତ୍ତିତ ରହିଛନ୍ତି।

ସେହିପରି ବ୍ୟାଟରଙ୍କ ମଧ୍ୟରେ ଗ୍ରୀନପାର୍କର ଟେଷ୍ଟର ପ୍ଲେୟର ଅଫ୍ ଦ ମ୍ୟାଚ୍ ଯଶସ୍ବୀ ଜୟସ୍ବାଲ ଶୀର୍ଷ ମାନ୍ୟତାପ୍ରାପ୍ତ ଭାରତୀୟ ରହିଛନ୍ତି। ଜୟସ୍ବାଲ ଟେଷ୍ଟ ବ୍ୟାଟରଙ୍କ ମଧ୍ୟରେ ତୃତୀୟ ସ୍ଥାନରେ ରହିଛନ୍ତି । ଜୟସ୍ବାଲ ୭୯୨ ରେଟିଂ ପଏଣ୍ଟ ହାସଲ କରିଥିବା ବେଳେ କେନ୍ ଓ୍ବିଲିୟମସନ୍(୮୨୯) ଓ ଜୋ ରୁଟ୍ (୮୯୯) ତାଙ୍କ ଉପରେ ରହିଛନ୍ତି।
ଭାରତୀୟ ଷ୍ଟାର ବ୍ୟାଟର ବିରାଟ କୋହଲି ୪୭ ଓ ୨୯ ରନ୍ର ଇନିଂସ ଖେଳି ୬ ସ୍ଥାନ ଉପରକୁ ଷଷ୍ଠ ସ୍ଥାନରେ ରହିଛନ୍ତି। ରିଷଭ ପନ୍ତ ୯ ନମ୍ବର ସ୍ଥାନରେ ଥିବାବେଳେ ରୋହିତ ଶର୍ମା ଓ ଶୁବମାନ ଗିଲ୍ ଯଥାକ୍ରମେ ୧୫ ଓ ୧୬ ନମ୍ବର ସ୍ଥାନରେ ଅଛନ୍ତି । ଅଲରାଉଣ୍ଡର ତାଲିକାରେ ରବୀନ୍ଦ୍ର ଜାଡେଜା ଏକ ନମ୍ବର ସ୍ଥାନ ବଜାୟ ରଖିଥିବା ବେଳେ ରବିଚନ୍ଦ୍ରନ ଅଶ୍ୱିନ ଦ୍ୱିତୀୟ ଓ ଅକ୍ଷର ପଟେଲ ସପ୍ତମ ସ୍ଥାନରେ ରହିଛନ୍ତି।
ଚେନ୍ନାଇ ପରେ କାନପୁର ଟେଷ୍ଟ ମ୍ୟାଚ୍ ଜିତିଲା ଭାରତ। ଏହି ମ୍ୟାଚ୍ ସହ ସିରିଜକୁ ୨-୦ରେ କ୍ଲିନ୍ ସୁଇପ୍ କରିନେଇଛି ଟିମ୍ ଇଣ୍ଡିଆ। ବିଜୟ ପାଇଁ ୯୫ ରନ୍ ଆବଶ୍ୟକ ଥିବାବେଳେ ତିନି ୱିକେଟ ହରାଇ ଲକ୍ଷ୍ୟ ହାସଲ କରିନେଇଛି ରୋହିତ ବାହିନୀ।
ଯଶସ୍ୱୀ ଜୈସ୍ୱାଲ ଅର୍ଦ୍ଧଶତକୀୟ ପାଳି ଖେଳି ଥିବାବେଳେ ବିରାଟ କୋହଲି ଅପରାଜିତ ରହି ୨୯ ରନ୍ ସଂଗ୍ରହ କରିଥିଲେ। ବାଂଲାଦେଶ ଦୁଇଟି ଇନିଂସରେ ୨୩୩ ଏବଂ ୧୪୬ ରନ୍ କରି ଥିବାବେଳେ ଭାରତ ପ୍ରଥମ ଇନିଂସରେ ୨୮୫ ଏବଂ ଦ୍ୱିତୀୟ ଇନିଂସରେ ଟାର୍ଗେଟ ପୂରା କରି ମ୍ୟାଚ୍ ସହ ସିରିଜ୍ ଜିତି ନେଇଛି।












Click it and Unblock the Notifications