Get Updates
Get notified of breaking news, exclusive insights, and must-see stories!

ଆଇସିସି ପ୍ଲେୟାର ଅଫ୍ ଦି ମନ୍ଥ ଆୱାର୍ଡ: ଆଇସିସିର ନୂଆ ପୁରଷ୍କାର, ଜାଣନ୍ତୁ କେମିତ ଭୋଟିଂ କରିବେ ଆପଣଙ୍କ ଫେବରାଇଟ ପ୍ଲେୟାରଙ୍କୁ

ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଆଜି ଆଇସିସି ପ୍ଲେୟାର ଅଫ୍ ଦି ମନ୍ଥ ପୁରସ୍କାର ଘୋଷଣା କରିଛି । ଯାହା ଉଭୟ ପୁରୁଷ ଏବଂ ମହିଳା କ୍ରିକେଟରଙ୍କ ଶ୍ରେଷ୍ଠ ପ୍ରଦର୍ଶନକୁ ଆନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତି ଦେବ ।

ଦୁବାଇ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଆଜି ଆଇସିସି ପ୍ଲେୟାର ଅଫ୍ ଦି ମନ୍ଥ ପୁରସ୍କାର ଘୋଷଣା କରିଛି । ଯାହା ଉଭୟ ପୁରୁଷ ଏବଂ ମହିଳା କ୍ରିକେଟରଙ୍କ ଶ୍ରେଷ୍ଠ ପ୍ରଦର୍ଶନକୁ ଆନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତି ଦେବ ।

ପୂର୍ବତନ ଖେଳାଳି, ପ୍ରସାରଣକାରୀ ସଂସ୍ଥା ଏବଂ ବିଶ୍ୱ ସ୍ଥାରୀୟ ସାମ୍ବାଦିକଙ୍କୁ ନେଇ ଆଇସିସି ଭୋଟିଂ ଏକ ଟିମ ଗଠନ କରିଛି । ଏମାନେ ପ୍ରଶଂସକଙ୍କ ସହ ମିଶି ଆଇସିସି ପୁରୁଷ ପ୍ଲେୟାର ଅଫ୍ ଦି ମନ୍ଥ ଏବଂ ଆଇସିସି ମହିଳା ପ୍ଲେୟାର ଅଫ୍ ଦି ମନ୍ଥ ପାଇଁ ଭୋଟ୍ ଦେବେ।

ଜାନୁଆରୀ ମାସରେ ପ୍ରଶଂସକମାନେ ଅଦ୍ଦଭୁତ ପୂର୍ବ କ୍ରିକେଟ ଉପଭୋଗ କରିଛନ୍ତି । ତେବେ ଜାନୁଆରୀ ମାସରେ ଏହି ପୁରଷ୍କାର ପାଇଁ 5 ଭାରତୀୟ ଖେଳାଳି ମନୋନିତ ହୋଇଛନ୍ତି । ସେମାନେ ହେଉଛନ୍ତି ମହମ୍ମଦ ସିରାଜ, ୱାଶିଂଟନ୍ ସୁନ୍ଦର, ଟି ନଟରାଜନ, ଋଷବ ପନ୍ତ ଓ ଆର ଅଶ୍ୱୀନ । ସେହିପରି ବିଦେଶୀ ଖେଳାଳିମାନଙ୍କ ମଧ୍ୟରେ ରହିଛନ୍ତି ଷ୍ଟିଭ୍ ସ୍ମିଥ୍, ନାଡାଇନ୍ ଡି କ୍ଲାର୍କ, ଜୋ ରୁଟଙ୍କ ପରି ଖେଳାଳି ।

ICC Player of the Month Award

ନାମାଙ୍କନ ଏବଂ ଭୋଟ୍ ପ୍ରକ୍ରିୟା:

ପ୍ରତ୍ୟେକ ବର୍ଗ ପାଇଁ ତିନି ଜଣ ପ୍ରତିଯୋଗୀ ରହିବେ । ତେବେ ଉକ୍ତ ଖେଳାଳିଙ୍କ ଚଳିତ ମାସର ପ୍ରଦର୍ଶନକୁ ଦୃଷ୍ଟିରେ ରଖି ତାଙ୍କୁ ପୁରଷ୍କାର ପାଇଁ ବିବେଚିତ କରାଯିବା । ମାସର ପ୍ରଥମ ତାରିଖରୁ ଶେଷ ତାରିଖ ପର୍ଯ୍ୟନ୍ତ ହୋଇଥିବା ପ୍ରଦର୍ଶନକୁ ଦୃଷ୍ଟିରେ ରଖାଯିବ ।

ପରେ ଏହି ତାଲିକାଭୁକ୍ତ ଖେଳାଳିଙ୍କୁ ଆଇସିସି ଭୋଟିଂ ଏକାଡେମୀ ଏବଂ ସାରା ବିଶ୍ବର କ୍ରିକେଟ ଫ୍ୟାନ୍ସମାନେ ଭୋଟ୍ ଦେବେ । ଏହି ଭୋଟି ପ୍ରକ୍ରିୟାରେ ସାମିଲ ରହିବେ ବରିଷ୍ଠ ସାମ୍ବାଦିକ, ପୂର୍ବତନ ଖେଳାଳି ଏବଂ ପ୍ରସାରଣକାରୀ ସଂସ୍ଥା ସମେତ ବିଶ୍ବ କ୍ରିକେଟ୍ ପ୍ରଶଂସକ ।

ତେବେ ଆଇସିସି ଭୋଟିଂ ଏକାଡେମୀର ମେମ୍ବର ମାନେ ଇମେଲ ମାଧ୍ୟମରେ ସେମାନଙ୍କର ଭୋଟ ଦେଇପାରିବେ । ସେହିପରି ମାସର ପ୍ରଥମ ଦିନରେ ଅର୍ଥାତ 1 ତାରିଖ ଦିନ ଆଇସିସିରେ ପଞ୍ଜୀକୃତ ପ୍ରଶଂସକମାନେ ଆଇ ସିସି ୱେବସାଇଟ୍ ମାଧ୍ୟମରେ ଭୋଟ୍ ଦାଖଲ କରିପାରିବେ । ଆଇସିସିର ଡିଜିଟାଲ ଚ୍ୟାନେଲରେ ମାସର ପ୍ରତି ଦ୍ୱିତୀୟ ସୋମବାରରେ ବିଜେତା ଘୋଷିତ ହେବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+