Get Updates
Get notified of breaking news, exclusive insights, and must-see stories!

'ICC Player of the Month' award: ଫେବୃୟାରୀ ମାସର ଶ୍ରେଷ୍ଠ ଖେଳାଳି କିଏ ?

ଫେବୃଆରୀରେ ଆଇସିସି ପ୍ଲେୟାର ଅଫ୍ ଦି ମନ୍ଥ ପୁରସ୍କାର ପାଇଁ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ତିନି ଖେଳାଳିଙ୍କୁ ମନୋନୀତ କରିଛି । ଏଥିରେ ଟିମ୍ ଇଣ୍ଡିଆ, ଇଂଲଣ୍ଡ ଏବଂ ୱେଷ୍ଟଇଣ୍ଡିଜର ଖେଳାଳି ଅନ୍ତର୍ଭୁକ୍ତ ଅଛନ୍ତି ।

ICC Player of the Month: ଫେବୃଆରୀରେ ଆଇସିସି ପ୍ଲେୟାର ଅଫ୍ ଦି ମନ୍ଥ ପୁରସ୍କାର ପାଇଁ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ତିନି ଖେଳାଳିଙ୍କୁ ମନୋନୀତ କରିଛି । ଏଥିରେ ଟିମ୍ ଇଣ୍ଡିଆ, ଇଂଲଣ୍ଡ ଏବଂ ୱେଷ୍ଟଇଣ୍ଡିଜର ଖେଳାଳି ଅନ୍ତର୍ଭୁକ୍ତ ଅଛନ୍ତି । ଟିମ୍ ଇଣ୍ଡିଆର ଅଲରାଉଣ୍ଡର ରବିଚନ୍ଦ୍ରନ୍ ଅଶ୍ୱୀନ, ଇଂଲଣ୍ଡ ଅଧିନାୟକ ଜୋ ରୁଟ୍ ଏବଂ ୱେଷ୍ଟଇଣ୍ଡିଜ୍ କାଇଲ୍ ମେୟରଙ୍କୁ ମନୋନୀତ କରାଯାଇଛି।

ଆଇସିସି ଟ୍ୱିଟ୍ କରି ଏ ବିଷୟରେ ସୂଚନା ଦେଇଛି। ଚଳିତ ବର୍ଷରେ ଦ୍ୱିତୀୟ ଥର ଏହି ପୁରଷ୍କାର ପ୍ରଦାନ କରାଯିବ । ଫେବୃଆରୀରେ ସମସ୍ତ 3 ଖେଳାଳି ଚମତ୍କାର ପ୍ରଦର୍ଶନ କରିଥିଲେ। ଟିମ୍ ଇଣ୍ଡିଆ ବିପକ୍ଷରେ ଚାଲିଥିବା ଟେଷ୍ଟ ସିରିଜରେ ଜୋ ରୁଟ୍ 218 ରନ୍ ସ୍କୋର କରିଛନ୍ତି। ତୃତୀୟ ଟେଷ୍ଟରେ ସେ 5 ୱିକେଟ୍ ନେଇଥିଲେ। ଇଂଲଣ୍ଡ ବିପକ୍ଷ 3 ଟେଷ୍ଟରେ ଅଶ୍ୱିନ ମୋଟ 24 ୱିକେଟ୍ ନେଇଛନ୍ତି। ସେ ପ୍ରଥମ ମ୍ୟାଚ୍‌ରେ 9, ଦ୍ୱିତୀୟରେ 8 ଏବଂ ତୃତୀୟରେ 7 ୱିକେଟ୍ ନେଇଛନ୍ତି। ସେ 106 ରନ୍ ମଧ୍ୟ କରିଛନ୍ତି। ଅନ୍ୟପକ୍ଷରେ ୱେଷ୍ଟଇଣ୍ଡିଜ୍ର କାଇଲ୍ ମେୟର ବାଂଲାଦେଶ ବିପକ୍ଷ ଟେଷ୍ଟ କ୍ୟାରିୟରରେ ଦ୍ୱିଶତକ ହାସଲ କରିଛନ୍ତି। ଫେବୃଆରୀ ମାସରେ ମେୟର ମୋଟ 261 ରନ୍ ସ୍କୋର କରିଛନ୍ତି।

ICC Player of the Month

ପୁରସ୍କାର ଜିତି ପାରନ୍ତି ଅଶ୍ୱୀନ:

ଅଶ୍ୱିନ୍ ବୋଲିଂ ସହିତ ମଧ୍ୟ ଚଳିତ ମାସରେ ବ୍ୟାଟରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି । ସେ ଦ୍ୱିତୀୟ ମ୍ୟାଚ୍‌ରେ ଇଂଲଣ୍ଡ ବିପକ୍ଷରେ 106 ସ୍କୋର କରିଥିଲେ। ତାଙ୍କର ପ୍ରଦର୍ଶନ ପାଇଁ ସେ ଏହି ପୁରସ୍କାର ପାଇପାରନ୍ତି । ନିକଟରେ ଘୋଷିତ ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗରେ ଅଶ୍ୱୀନ ଏକ ବଡ଼ ଲମ୍ଫ ମାରିଛନ୍ତି । ବୋଲର ମାନ୍ୟତାରେ ଅଶ୍ୱିନ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ସର୍ବଶେଷ ଆକଳନ ଅନୁଯାୟୀ, ଅଶ୍ୱୀନଙ୍କର ମୋଟ 823 ର଼୍ୟାଙ୍କିଙ୍ଗ୍ ପଏଣ୍ଟ ରହିଛି ।

ପୁରସ୍କାର କେବେ ଘୋଷଣା କରାଯିବ ?

ମାର୍ଚ୍ଚ ମାସର ଦ୍ୱିତୀୟ ସୋମବାରରେ ଫେବୃଆରୀର ସର୍ବୋତ୍ତମ ଖେଳାଳି ଘୋଷିତ ହେବ । ତେଣୁ କେଉଁ ଖେଳାଳି ଏହି ପୁରସ୍କାର ପାଇବେ, ତାହା କ୍ରିକେଟ୍ ଜଗତରେ ଏବେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ସାଜିଛି । ଜାନୁଆରୀ 2021ରେ ଏହି ପୁରସ୍କାର ଆରମ୍ଭ କରାଯାଇଥିଲା । ପ୍ରଥମ ପୁରସ୍କାର ଟିମ୍ ଇଣ୍ଡିଆର ୱିକେଟକିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତ ଜିତିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+