ICC ODI World Cup: ଅକ୍ଟୋବର 5ରୁ ଆରମ୍ଭ ହେବ ଦିନିକିଆ ବିଶ୍ବକପ, ନଭେମ୍ବର 19ରେ ଫାଇନାଲ
ଚଳିତ ବର୍ଷ ଭାରତରେ ଆୟୋଜନ ହେବା ଦିନିକିଆ ବିଶ୍ୱକପ । ଦିନିକିଆ ବିଶ୍ବକପର 13ତମ ସଂସ୍କରଣ ଅକ୍ଟୋବର 5ରୁ ଆରମ୍ଭ ହୋଇ ନଭେମ୍ବର 19 ଯାଏ ଚାଲିବ ।

ICC ODI World Cup: ଚଳିତ ବର୍ଷ ଭାରତରେ ଆୟୋଜନ ହେବା ଦିନିକିଆ ବିଶ୍ୱକପ । ଦିନିକିଆ ବିଶ୍ବକପର 13ତମ ସଂସ୍କରଣ ଅକ୍ଟୋବର 5ରୁ ଆରମ୍ଭ ହୋଇ ନଭେମ୍ବର 19 ଯାଏ ଚାଲିବ ।
ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଫାଇନାଲ ମୁକାବିଲା ଖେଳାଯିବା ନେଇ ସୂଚନା ମିଳିଛି । ତେବେ ବିଶ୍ବକପର ସମସ୍ତ ମ୍ୟାଚ ମୋଟ 12ଟି ଭେନ୍ୟୁରେ ଖେଳାଯିବ । ଅହମ୍ମଦାବାଦ ବ୍ୟତୀତ ବେଙ୍ଗାଲୁରୁ, ଚେନ୍ନାଇ, ଦିଲ୍ଲୀ, ଧର୍ମଶାଳା, ଗୌହାଟୀ, ହାଇଦ୍ରାବାଦ, କୋଲକାତା, ଲକ୍ଷ୍ନୌ, ଇନ୍ଦୋର, ରାଜକୋଟ ଓ ମୁମ୍ବାଇରେ ବିଶ୍ୱକପର ମ୍ୟାଚ୍ ଖେଳା ଯାଇପାରେ ।
ଟୁର୍ଣ୍ଣାମେଣ୍ଟରେ ମୋଟ 46 ଦିନରେ 48ଟି ମ୍ୟାଚ ରହିଛି । କେଉଁଠି କେଉଁ ମ୍ୟାଚ୍ ଖେଳାଯିବ ତାହା ଏଯାବତ ସ୍ପଷ୍ଟ ହୋଇନାହିଁ । ଯେହେତୁ ବିଶ୍ୱକପ ସମୟରେ କିଛି ସ୍ଥାନରେ ବର୍ଷା ସମ୍ଭାବନା ମଧ୍ୟ ରହିଛି ତେଣୁ ଚୂଡାନ୍ତ ଭେନ୍ୟୁ ଆସିବାରେ ବିଳମ୍ବ ହେଉଛି । ତେବେ ଆୟୋଜକ ଭାରତ, ଡିଫେଣ୍ଡି ଚାମ୍ପିଆନ ଇଂଲଣ୍ଡ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନ ବିଶ୍ବକପ ପାଇଁ ଯୋଗ୍ୟତା ଅର୍ଜନ କରି ସାରିଛନ୍ତି ।












Click it and Unblock the Notifications