Get Updates
Get notified of breaking news, exclusive insights, and must-see stories!

ପୁଣିଥରେ ଦିନିକିଆରେ ୧ନଂ ବ୍ୟାଟର ହେଲେ ବାବର; ଶୁବମନ ଗିଲଙ୍କୁ ପଛରେ ପକାଇଲେ ବାବର

ପୁଣିଥରେ ଦିନିକିଆରେ ୧ନଂ ବ୍ୟାଟର ହେଲେ ବାବର । ଶୁବମନ ଗିଲଙ୍କୁ ପଛରେ ପକାଇ ୧ନଂ ହୋଇଛନ୍ତି ବାବର ଆଜମ୍ । କିଛି ଦିନ ପରେ ପୁଣି ବାବର ୨ନଂକୁ ଖସିଛନ୍ତି । ବିଶ୍ଵକପ ବେଳେ ଗତ ନଭେମ୍ବର ମାସରେ ଗିଲ୍‌ ବାବରଙ୍କୁ ପଛରେ ପକାଇ ଆଇସିସି ରାଙ୍କିଙ୍ଗରେ ୧ନଂ ସ୍ଥାନରେ ପହଞ୍ଚିଥିଲେ ।

ଗିଲଙ୍କ ପାଖରେ ୮୧୦ ପଏଣ୍ଟ ଥିବା ରହିଛି । ସେହିପରି ବାବର ୮୨୪ ପଏଣ୍ଟ ସହ ୧ନଂରେ ରହିଛନ୍ତି । ଗିଲଙ୍କ ପଛକୁ ବିରାଟ ଓ ରୋହିତ ଶର୍ମା ଯଥାକ୍ରମେ ୩ ଏବଂ ୪ ନଂ ସ୍ଥାନରେ ଅଛନ୍ତି । ୫ମ ସ୍ଥାନରେ ଡେଭିଡ ୱାର୍ଣ୍ଣର, ୬ଷ୍ଠରେ ଡାରେଲ ମିଚେଲ, ୭ମରେ ହ୍ୟାରୀ ଟେକ୍ଟର, ୮ମରେ ରସି ଭାନ ଡେର ଡୁସେନ, ୯ମରେ ଡାୱିଡ ମଲାନ ଓ ୧୦ମରେ ହେନରିଚ କ୍ଲାସେନ ରହିଛନ୍ତି ।

ସେହିପରି ଦିନିକିଆ ବୋଲିଂରେ ଟପ ୧ରେ କେଶବ ମହାରାଜ ଓ ଦ୍ୱିତୀୟରେ ଜୋଶ ହେଜେଲଉଡ ରହିଛନ୍ତି । ମହମ୍ମଦ ସିରାଜ ପୂର୍ବଭଳି ୩ରେ ଅଛନ୍ତି । ବୁମ୍ରା ୫ ଓ କୁଲଦୀପ ୮ନଂରେ ଅଛନ୍ତି ।

ଟି-୨୦ରେ ସୂର୍ଯ୍ୟ କୁମାର ଯାଦବ ପୂର୍ବଭଳି ନଂ ୧ ସ୍ଥାନରେ ନିଜକୁ ମଜବୁତ କରି ରଖିଛନ୍ତି । କିନ୍ତୁ ବୋଲିଂ ରାଙ୍କିଙ୍ଗର ୧ନଂ ସ୍ଥାନରେ ଥିବା ଭାରତର ରବି ବିଷ୍ଣୋଇଙ୍କୁ ପଛରେ ପକାଇ ଇଂଲଣ୍ଡର ଆଦିଲ ରସିଦ ଟି-୨୦ ବୋଲିଂ ରାଙ୍କିଙ୍ଗର ୧ନଂ ସ୍ଥାନ ଦଖଲ କରିଛନ୍ତି ।

Babar Azam replaces Shubman Gill

ଇଂଲଣ୍ଡର ଦ୍ୱିତୀୟ ବୋଲର ଭାବେ ରସିଦ ଆଇସିସି ଟି-୨୦ ରାଙ୍କିଙ୍ଗରେ ୧ନଂ ସ୍ଥାନ ଦଖଲ କରିଛନ୍ତି । ପୂର୍ବରୁ କେବଳ ଗ୍ରେମ ସ୍ୱାନ ଏପରି କୀର୍ତ୍ତିମାନ ହାସଲ କରିଥିଲେ ।

ଦକ୍ଷିଣ ଆଫ୍ରିକା ସହ ଦିନିକିଆ ସିରିଜରେ ଗିଲ ଖେଳୁ ନାହାନ୍ତି । ତେଣୁ ତାଙ୍କୁ ୧୬ ପଏଣ୍ଟ ହରାଇବାକୁ ପଡ଼ିଛି । ସେ ୧୬ ପଏଣ୍ଟ ହରାଇବାରୁ ବାବର ତାଙ୍କ ଉପରକୁ ଚାଲି ଯାଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+