Get Updates
Get notified of breaking news, exclusive insights, and must-see stories!

ଦିନିକିଆ ବିଶ୍ଵକପ୍ ଭାରତୀୟ ଅର୍ଥବ୍ୟବସ୍ଥାକୁ ଦେଲା ବୁଷ୍ଟ, ୧୧ ହଜାର କୋଟିରୁ ଅଧିକ ହେଲା ଆୟ

ଆଇସିସି ପୁରୁଷ କ୍ରିକେଟ ବିଶ୍ୱକପ ୨୦୨୩ ଆୟୋଜନ କରିବା ଭାରତକୁ ଫାଇଦାରେ ରଖିଛି । ଆର୍ଥୀକ ରୂପରେ ଏହି ଦିିନକିଆ ବିଶ୍ୱକପ କ୍ରିକେଟର ସବୁଠାରୁ ବଡ ଆୟୋଜନ ଭାବେ ସାବ୍ୟସ୍ତ ହୋଇଛି । ଏହି ବିଶ୍ୱକପ ଭାରତକୁ ୧୧ ହଜାର ୬୩୭ କୋଟି ଟଙ୍କାର ଆର୍ଥୀକ ସହାୟତା ପ୍ରଦାନ କରିଛି । ଗତ ବର୍ଷ ୫ ଅକ୍ଟୋବରରୁ ଏହା ୧୯ ନଭେମ୍ବର ପର୍ଯ୍ୟନ୍ତ ଖେଳା ଯାଇଥିଲା । ଆଇସିସିର ଏକ ରିପୋର୍ଟ ଅନୁସାରେ ବିଶ୍ୱକପରେ ୧କୋଟି ୨୫ ଲକ୍ଷ ଦର୍ଶକ ଭାଗ ନେଇଥିଲେ । ଯାହା ଫଳରେ ଆୟୋଜନ କରିଥିବା ସହରଗୁଡିକରର ପର୍ଯ୍ୟଟନ, ଯାତ୍ରା, ପରିବହନ ଓ ଭୋଜନ ପ୍ରଭୃତି ମାଧ୍ୟମରେ ୮୬୧.୪ ମିଲିୟନ ଡଲାରର ରାଜସ୍ୱ ପ୍ରାପ୍ତ ହୋଇଛି ।

ବିଦେଶୀ ଯାତ୍ରୀଙ୍କଠୁ ମଧ୍ୟ ଭାରତୀୟ ଅର୍ଥବ୍ୟବସ୍ଥାକୁ ବେଶ ଫାଇଦା ମିଳିଛି। ବିଦେଶୀ ଯାତ୍ରୀଙ୍କ ରହିବା, ଅଲଗା ଅଲଗା ସହରକୁ ଯାତ୍ରା କରିବା ଏବଂ ଅନ୍ୟ ଜିନିଷ ମାଧ୍ୟମରୁ ୨୩୬୦ କୋଟି ଟଙ୍କା ରାଜସ୍ଵ ମିଳିଛି। ୬୮ ପ୍ରତିଶତ ବିଦେଶୀ କହିଛନ୍ତି ଯେ, ସେମାନେ ନିଜ ପରିବାର ଏବଂ ସାଙ୍ଗସାଥୀଙ୍କୁ ଭାରତ ଆସିବା ପାଇଁ ନିଶ୍ଚୟ କହିବେ। ଅଧିକାଂଶ ବିଦେଶୀ ଯାତ୍ରୀ ବିଶ୍ଵକପ୍ ସମୟରେ ୫ ରାତି ଭାରତରେ ବିତାଇଛନ୍ତି। ଭାରତୀୟ ଲୋକ ମଧ୍ୟ ହାରାହାରି ଗୋଟିଏ ସହରରେ ଦୁଇ ରାତି ରହିଛନ୍ତି। ଉଲ୍ଲେଖନୀୟ ୨୦୨୩ ବିଶ୍ଵକପ୍ ଫାଇନାଲରେ ଭାରତକୁ ହରାଇ ଅଷ୍ଟ୍ରେଲିଆ ଷଷ୍ଠ ଥର ଚାମ୍ପିଅନ ହୋଇଥିଲା।

World Cup

୨୦୨୩ ଅକ୍ଟୋବର ୫ରୁ ନଭେମ୍ଵର ୧୯ ପର୍ଯ୍ୟନ୍ତ ଦିନିକିଆ ବିଶ୍ଵକପ୍ ଖେଳା ଯାଇଥିଲା। ଦିଲ୍ଲୀ, ମୁମ୍ବାଇ ଓ ଚେନ୍ନାଇ ସମେତ ମୋଟ୍ ୧୦ଟି ସହରରେ ବିଶ୍ଵକପ୍ ମ୍ୟାଚ୍‌ର ଆୟୋଜନ ହୋଇଥିଲା। ଆଇସିସି ଓ ବିସିସିଆଇ ବିଶ୍ଵକପର ସମସ୍ତ ଖର୍ଚ୍ଚ ବହନ କରିଥିଲେ। ଏହା ବ୍ୟତୀତ ରାଜ୍ୟ କ୍ରିକେଟ୍ ସଂଘ ମଧ୍ୟ ଅଲଗା ଅଲଗା ସେକ୍ଟରରେ ଭାରତୀୟ ଅର୍ଥବ୍ୟବସ୍ଥାରେ ବଡ଼ ଯୋଗଦାନ ଦେଇଛନ୍ତି। ତେବେ ଆଇସିସି ଏହା ସ୍ପଷ୍ଟ କରି ନାହିଁ ଯେ, କଣ ଏହି ସବୁ ଅର୍ଥ ବିଶ୍ଵକପ୍‌ରୁ ଆୟ ହୋଇଛି।

ପର୍ଯ୍ୟଟନରୁ ଫାଇଦା

ଯେଉଁ ସହରରେ ବିଶ୍ଵକପ୍ ମୁକାବିଲା ଖେଳା ଯାଇଛି, ସେଠାକାର ପର୍ଯ୍ୟଟନରୁ ଖୁବ ଆୟ ହୋଇଛି। ରହିବା, ଖାଦ୍ୟପେୟ, ଯାତ୍ରା ଓ ପରିବହନକୁ ମିଶାଇ ଟୁରିଜିମରୁ ବିଶ୍ଵକପ୍ ସମୟରେ ୭ ହଜାର ୨୩୧ କୋଟି ଟଙ୍କାର ଆୟ ହୋଇଛି। ୨୦୨୩ ବିଶ୍ଵକପକୁ ମୋଟ୍ ୧୨ ଲକ୍ଷ ୫୦ ହଜାର ଲୋକ ଷ୍ଟାଡିୟମରେ ବସି ମ୍ୟାଚ୍‌ର ଉପଭୋଗ କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+