ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳକୁ ନିଲମ୍ବିତ କରିପାରେ ଆଇସିସି; ଜାଣନ୍ତୁ, କଣ ରହିଛି କାରଣ ?

ଦକ୍ଷିଣ ଆଫ୍ରିକା ଦଳ, ଯିଏକି କ୍ରିକେଟ୍ ଇତିହାସରେ ଆଇସିସି ଦ୍ୱାରା ଅନେକ ବର୍ଷର ନିଲମ୍ବନର ସମ୍ମୁଖୀନ ହୋଇଛି । ବର୍ତ୍ତମାନ ପୁଣି ଥରେ କ୍ରିକେଟ୍ ଦକ୍ଷିଣ ଆଫ୍ରିକା ଉପରେ ଏମିତି ନିଲମ୍ବନର ଫାଶୀ ଝୁଲୁଛି।

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ଦଳ, ଯିଏକି କ୍ରିକେଟ୍ ଇତିହାସରେ ଆଇସିସି ଦ୍ୱାରା ଅନେକ ବର୍ଷର ନିଲମ୍ବନର ସମ୍ମୁଖୀନ ହୋଇଛି । ବର୍ତ୍ତମାନ ପୁଣି ଥରେ କ୍ରିକେଟ୍ ଦକ୍ଷିଣ ଆଫ୍ରିକା ଉପରେ ଏମିତି ନିଲମ୍ବନର ଫାଶୀ ଝୁଲୁଛି। ଏହି କାରଣରୁ ଦଳର ତିନି ଜଣ ଅଧିନାୟକ ମିଳିତ ବିବୃତ୍ତିରେ ଦସ୍ତଖତ କରି ଆଇସିସିର ସମ୍ଭାବ୍ୟ ନିଷ୍ପତ୍ତି ଉପରେ ଗଭୀର ଚିନ୍ତା ପ୍ରକଟ କରିଛନ୍ତି।

South Africa

ପ୍ରଶାସନରେ ବିପର୍ଯ୍ୟସ୍ତ ପରିସ୍ଥିତି ଥିବାରୁ ଆଇସିସି CSA କୁ ନିଲମ୍ବିତ ରଖିପାରେ ବୋଲି ଆଶା କରାଯାଉଛି । ଖେଳାଳିମାନେ କହିଛନ୍ତି ଯେ ଯଦି ଏହି ସମସ୍ୟାର ଶୀଘ୍ର ସମାଧାନ ନହୁଏ ତେବେ ଦକ୍ଷିଣ ଆଫ୍ରିକା ଖେଳାଳିଙ୍କୁ ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଭାରତରେ ଆୟୋଜିତ ହେବାକୁ ଥିବା ଆଇସିସି ଟି-20 ବିଶ୍ୱକପରେ ଭାଗ ନେବାକୁ ଅନୁମତି ଦିଆଯିବ ନାହିଁ।

ସେ କହିଛନ୍ତି, "ପୁରୁଷ ଦଳର ନଭେମ୍ବରରେ ଆଇସିସି ୱାର୍ଲ୍ଡ ଟି -20 ଇଭେଣ୍ଟ ରହିଛି। ବର୍ତ୍ତମାନର କ୍ରିକେଟ୍ ପ୍ରଶାସନର ଅବସ୍ଥା ଏ କ୍ଷେତ୍ରରେ ଆମର ପ୍ରସ୍ତୁତିକୁ ଦୁର୍ବଳ କରିଦେଇଛି। ଏପରିକି ଏହି ଘଟଣା ଆମ ନିଲମ୍ବନ ପର୍ଯ୍ୟନ୍ତ ନେଇପାରେ।" ଶନିବାର ଏକ ସ୍ୱତନ୍ତ୍ର ସାଧାରଣ ସଭାରେ (SGM) CSA ଏବଂ ଏହାର ଅନ୍ତ୍ରରୀଣ ବୋର୍ଡ (ଆଇବି) ସଦସ୍ୟ ପରିଷଦ (ଏମସି) ମଧ୍ୟରେ ଥିବା ସମସ୍ୟାର ସମାଧାନ ହେବ ବୋଲି ଆଶା କରାଯାଉଥିଲା | କିନ୍ତୁ ଏହା ହୋଇପାରିଲା ନାହିଁ ।

ବର୍ତ୍ତମାନ 18 ମାସ ଧରି ଚାଲିଆସୁଥିବା ଏହି ସଙ୍କଟର ମୁକାବିଲା ପାଇଁ ସେ ପଦକ୍ଷେପ ନେବେ ବୋଲି କ୍ରୀଡ଼ା ମନ୍ତ୍ରୀ ନାଥୀ ମନ୍ଥୱା ସୂଚିତ କରିଛନ୍ତି। ଏହି ସମୟ ମଧ୍ୟରେ, CSA ର ପ୍ରାୟ ସମସ୍ତ ବରିଷ୍ଠ ଅଧିକାରୀ ଏବଂ ବୋର୍ଡମାନେ ବିଦାୟ ନେଇଥିଲେ କିମ୍ବା ବରଖାସ୍ତ ହୋଇଥିଲେ । ବର୍ତ୍ତମାନ ଏହି ତିନି ଅଧିନାୟକ ମିଳିତ ବିବୃତ୍ତିରେ କହିଛନ୍ତି, "ଖେଳରେ ସରକାରୀ ହସ୍ତକ୍ଷେପ ଭୟଙ୍କର ପରିଣାମ ଭୋଗିବ ଏବଂ ଅଧିନାୟକମାନେ ଅନୁଭବ କରୁଛନ୍ତି ଯେ ଏହା ଆଇସିସି ଦକ୍ଷିଣ ଆଫ୍ରିକାକୁ ନିଲମ୍ବିତ କରିପାରେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+