Get Updates
Get notified of breaking news, exclusive insights, and must-see stories!

ଟି-20 ବିଶ୍ୱକପ 2021 ମ୍ୟାଚ ତାରିଖ ଘୋଷଣା କଲା ଆଇସିସି

ବିଶ୍ୱକପ ଟି-20 ଟୁର୍ଣ୍ଣାମେଣ୍ଟ ଭାରତ ପରିବର୍ତ୍ତେ ସଂଯୁକ୍ତ ଆରବ ଏମିରେଟ୍ସରେ ଅନୁଷ୍ଠିତ ହେବ ବୋଲି ଆଜି ଆଇସିସି ବିଦ୍ଧିବଦ୍ଧ ଘୋଷଣା କରିଛି । ଭାରତ ପରିବର୍ତେ ଏହା ୟୁଏଇ ଓ ଓମାନରେ ଖେଳାଯିବ ବୋଲି ଆଇସିସି ଘୋଷଣା କରିଛି ।

ନୂଆଦିଲ୍ଲୀ: ବିଶ୍ୱକପ ଟି-20 ଟୁର୍ଣ୍ଣାମେଣ୍ଟ ଭାରତ ପରିବର୍ତ୍ତେ ସଂଯୁକ୍ତ ଆରବ ଏମିରେଟ୍ସରେ ଅନୁଷ୍ଠିତ ହେବ ବୋଲି ଆଜି ଆଇସିସି ବିଦ୍ଧିବଦ୍ଧ ଘୋଷଣା କରିଛି । ଭାରତ ପରିବର୍ତେ ଏହା ୟୁଏଇ ଓ ଓମାନରେ ଖେଳାଯିବ ବୋଲି ଆଇସିସି ଘୋଷଣା କରିଛି । ଭାରତରେ କରୋନା ଭାଇରସ୍ ସ୍ଥିତିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଭାରତୀୟ କ୍ରିକେଟ୍ ବୋର୍ଡ ମଧ୍ୟ ଏହି ନିଷ୍ପତ୍ତି ସମ୍ପର୍କରେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) କୁ ସୂଚନା ଦେଇଛି। ବର୍ତ୍ତମାନ ଆଇସିସି ଆନୁଷ୍ଠାନିକ ଭାବେ ନିଶ୍ଚିତ କରିଛି ଯେ ବିଶ୍ୱକପ 2021 ୟୁଏଇ ଏବଂ ଓମାନରେ ଅନୁଷ୍ଠିତ ହେବ।

T20 World Cup

ଏହାର ହୋଷ୍ଟ ବିସିସିଆଇ ରହିବ ଏବଂ ବର୍ତ୍ତମାନ ପ୍ରତିଯୋଗିତାର ତାରିଖ ମଧ୍ୟ ଘୋଷଣା କରାଯାଇଛି। ୟୁଏଇ ଏବଂ ଓମାନରେ ଏହି ପ୍ରତିଯୋଗିତା ଅକ୍ଟୋବର 17 ରୁ ନଭେମ୍ବର 14 ପର୍ଯ୍ୟନ୍ତ ଚାଲିବ ବୋଲି ଆଇସିସି ସୂଚନା ଦେଇଛି। ବିଶେଷ କଥା ହେଉଛି ବିସିସିଆଇ ନିଜେ ୟୁଏଇରେ IPL 2021 ର ପରବର୍ତ୍ତୀ ପର୍ଯ୍ୟାୟ କରିବାକୁ ନିଷ୍ପତ୍ତି ନେଇଛି। ଆଇପିଏଲର ପରବର୍ତ୍ତୀ ପର୍ଯ୍ୟାୟ ସେପ୍ଟେମ୍ବର 29 ରୁ ଆରମ୍ଭ ହେବ, ଅକ୍ଟୋବର 15 ରେ ଫାଇନାଲ ମ୍ୟାଚ୍ ଖେଳାଯିବ । ଯଦିଓ ବିସିସିଆଇ ଏପର୍ଯ୍ୟନ୍ତ କୌଣସି ଆଇପିଏଲ୍ କାର୍ଯ୍ୟସୂଚୀ ଘୋଷଣା କରି ନାହିଁ, ଆଶା କରାଯାଉଛି ଯେ ବିଶ୍ୱକପ୍ ଏବଂ ଆଇପିଏଲ୍ ମଧ୍ୟରେ କିଛି ବ୍ୟବଧାନ ରଖିବା ପାଇଁ ସେମାନେ କାର୍ଯ୍ୟସୂଚୀରେ କିଛି ପରିବର୍ତ୍ତନ କରିପାରନ୍ତି।

ଟାଇମ୍ସ ଅଫ୍ ଇଣ୍ଡିଆରୁ ମିଳିଥିବା ସୂଚନା ଅନୁଯାୟୀ, ବିସିସିଆଇ ଆଇପିଏଲର କାର୍ଯ୍ୟସୂଚୀ ବିଷୟରେ ଅତ୍ୟନ୍ତ ନମନୀୟ ଏବଂ ଏହା ଚେଷ୍ଟା କରୁଛି ଯେ ପ୍ରତିଯୋଗିତା ଅକ୍ଟୋବର 10 ରେ ଶେଷ ହେବ ଏବଂ ଖେଳାଳିମାନେ 1 ସପ୍ତାହ ବିଶ୍ରାମ ପାଇବେ। ଟାଇମ୍ସ ଅଫ୍ ଇଣ୍ଡିଆ ସହ କଥାବାର୍ତ୍ତା କରୁଥିବାବେଳେ ସୌରଭ ଗାଙ୍ଗୁଲି ଏହା ମଧ୍ୟ କହିଛନ୍ତି ଯେ ଆଇପିଏଲ୍ କାରଣରୁ ବିଶ୍ୱକପ୍‌ରେ କୌଣସି ଅସୁବିଧା ହେବ ନାହିଁ । କାରଣ ବିଶ୍ୱକପ୍‌ର ପ୍ରଥମ 12 ଟି ମ୍ୟାଚ୍ ଯୋଗ୍ୟତା ପର୍ଯ୍ୟାୟ ଭାବରେ 8 ଟିମ ମଧ୍ୟରେ ଖେଳାଯିବ ଏବଂ ଏହି ମ୍ୟାଚଗୁଡ଼ିକ ହେବ ଓମାନଠାରେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+