ମହାକାଶରେ ଉନ୍ମୋଚିତ ହେଲା ବିଶ୍ଵକପ୍ ୨୦୨୩ର ଟ୍ରଫି, ଦେଖନ୍ତୁ Video

ନୂଆଦିଲ୍ଲୀ: ମହାକାଶରେ ଉନ୍ମୋଚିତ ହେଲା ବିଶ୍ଵକପ୍ ୨୦୨୩ର ଟ୍ରଫି । କୌଣସି ଖେଳର ଟ୍ରଫିକୁ ପ୍ରଥମଥର ମହାକାଶକୁ ପଠାଯାଇଛି ଏବଂ ସେଠାରେ ଏହାର ଉନ୍ମୋଚନ କରାଯାଇଛି ।

ବିଶ୍ଵକପ୍ ୨୦୨୩ର ଏହି ଟ୍ରଫିକୁ ସ୍ପେସ ଅଫିସରୁ ମହାକାଶକୁ ଜୁନ ୨୪ରେ ପଠା ଯାଇଥିଲା । ପରେ ୧ ଲକ୍ଷ ୨୦ ହଜାର ଫୁଟ୍ ଉଚ୍ଚତା ଉପରେ ଟ୍ରଫିର ଉନ୍ମୋଚନ କରାଇଛି । ଯେଉଁଠି ତାପମାତ୍ରା ମାଇନସ୍ ୬୫ ଡିଗ୍ରୀ ରହିଥିଲା । ମହାକାଶରୁ ଫେରିବା ପରେ ଟ୍ରଫିକୁ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅବତରଣ କରାଯାଇଛି ।

Cricket World Cup 2023

ବିସିସିଆଇ ସଂପାଦକ ଜୟ ଶାହ ଏହି ଭିଡିଓକୁ ଟୁଇଟ୍ କରି ଲେଖିଛନ୍ତି, କ୍ରିକେଟ୍ ଜଗତ ପାଇଁ ଏହା ଏକ ବିରଳ ଦୃଶ୍ୟ ଯେତେବେଳେ କ୍ରିକେଟ୍ ବିଶ୍ଵକପ୍ ୨୦୨୩ ଟ୍ରଫିର ମହାକାଶବରେ ଅନାବରଣ କରାଗଲା। ବାସ୍ତବରେ ଭାରତରେ ଆଇସିସି ପୁରୁଷ କ୍ରିକେଟ୍ ବିଶ୍ଵକପ୍‌ ଟ୍ରଫି ଅଭିଯାନର ଦମଦାର ଆରମ୍ଭ ।

ଏହି ମେଗା ଇଭେଣ୍ଟର ୧୦୦ ଦିନିଆ ଗଣନା ମଙ୍ଗଳବାର (ଜୁନ୍ ୨୭) ରୁ ଆରମ୍ଭ ହେବ । ଜୁନ୍ ୨୭ ରୁ ଆଇସିସି ପୁରୁଷ କ୍ରିକେଟ୍ ବିଶ୍ୱକପ୍ ଟ୍ରଫି କୁଏତ, ବହାରେନ, ମାଲେସିଆ, ଆମେରିକା, ନାଇଜେରିଆ, ଉଗାଣ୍ଡା, ଫ୍ରାନ୍ସ, ଇଟାଲୀ, ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଆୟୋଜକ ଦେଶ ଭାରତ ସମେତ ୧୮ ଟି ଦେଶ ଭ୍ରମଣ କରିବ । ଟ୍ରଫି ଟୁର୍ ଉନ୍ମୋଚନ ଅବସରରେ ଆଇସିସି ମୁଖ୍ୟ କାର୍ଯ୍ୟନିର୍ବାହୀ ଜିଓଫ୍ ଆଲାର୍ଡାଇସ୍ କହିଛନ୍ତି ଯେ ଆଇସିସି ପୁରୁଷ କ୍ରିକେଟ୍ ବିଶ୍ୱକପ୍ ଟ୍ରଫି ଟୁର୍ କାଉଣ୍ଟଡାଉନ୍ର ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅଟେ ଯାହା ଆଇସିସି ପୁରୁଷ କ୍ରିକେଟ୍ ବିଶ୍ୱକପ୍ ହେବ । ସେହିପରି ଆସନ୍ତାକାଲି ଅର୍ଥାତ ଜୁନ ୨୭ ତାରିଖରେ ବିଶ୍ଵକପ୍‌ର ଖେଳସୂଚୀ ଜାରି କରିବ ବିସିସିଆଇ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+