ଘୋଷାଣ ହେଲା ବିଶ୍ୱକପ୍ ଖେଳସୂଚୀ: ଜାଣନ୍ତୁ କେଉଁଦିନ ଅଛି କାହାର ମ୍ୟାଚ ?

World Cup 2023 Schedule: ଆରମ୍ଭ ହେଲା କ୍ରିକେଟ୍ ମହାସମର କାଉଣ୍ଟଡାଉନ୍ । ଆସନ୍ତା ଅକ୍ଟୋବର ୫ରୁ ଆରମ୍ଭ ହେବାକୁ ଯାଉଛି ଦିନିକିଆ ବିଶ୍ଵକପ୍ ୨୦୨୩ । ଚଳିତ ବର୍ଷ ଭାରତରେ ବିଶ୍ୱକପର ସମସ୍ତ ମ୍ୟାଚ ଖେଳାଯିବାକୁ ଥିବା ବେଳେ ଭାରତୀୟ କ୍ରିକେଟ ବୋର୍ଡ ଏହି ମେଗା ଟୁର୍ଣ୍ଣାମେଣ୍ଟର ଆୟୋଜକ ସାଜିଛି । ୨୦୧୧ ପରେ ପୁଣିଥରେ ଭାରତରେ କ୍ରିକେଟ୍ ବିଶ୍ୱକପ ଆୟୋଜନ ହେବାକୁ ଯାଉଛି ।

World Cup Schedule 2023

ତେବେ ଭାରତରେ ଖେଳାଯିବାକୁ ଥିବା ବିଶ୍ବକପ୍‌ ମୋଟ ୧୨ଟି ପଡ଼ିଆରେ ଖେଳାଯିବ। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ନଭେମ୍ବର ୧୯ରେ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଖେଳାଯିବ। ଏହା ବ୍ୟତୀତ କୋଲକାତାର ଇଡେନ୍ ଗାର୍ଡେନ୍ ଏବଂ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ସେମିଫାଇନାଲ ମ୍ୟାଚ୍ ଖେଳାଯିବ ବୋଲି ଜଣାପଡ଼ିଛି । ଅହମ୍ମଦାବାଦ ବ୍ୟତୀତ ଦିଲ୍ଲୀ, ବାଙ୍ଗାଲୋର, ମୁମ୍ବାଇ, କୋଲକାତା, ଚେନ୍ନାଇ, ହାଇଦ୍ରାବାଦ, ଧର୍ମଶାଳା, ଲକ୍ଷ୍ନୌ, ପୁଣେ, ତ୍ରିଭେନ୍ଦ୍ରମ ଏବଂ ଗୌହାଟୀରେ ବିଶ୍ବକପର ମ୍ୟାଚ୍ ଖେଳାଯିବ। କିନ୍ତୁ ଓଡ଼ିଶାର କଟକର ବାରବାଟୀ ଷ୍ଟାଡିୟମରେ କୌଣସି ମ୍ୟାଚ ରଖା ଯାଇନାହିଁ।

ତେବେ ଅକ୍ଟୋବର ୫ରୁ ବିଶ୍ଵକପ ଆରମ୍ଭ ହେବ । ଉଦଘାଟନୀ ମ୍ୟାଚ ଖେଳିବେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ । ପରେ ଅକ୍ଟୋବର ୮ରେ ଭାରତ ଆରମ୍ଭ କରିବ ନିଜର ଇନିଙ୍ଗ୍ସ୍ । ବିଶ୍ବର ଦୁଇ ଶକ୍ତିଶାଳୀ କ୍ରିକେଟ ଦଳ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅକ୍ଟୋବର ୮ରେ ଖେଳାଯିବ ଏହି ମହାମୁକାବିଲା । ସେହିପରି ଅହମ୍ମଦାବାଦରେ ହେବ ଭାରତ-ପାକିସ୍ତାନ ମ୍ୟାଚ।

ତେବେ ପାକିସ୍ତାନ କ୍ରିକେଟ ବୋର୍ଡ ଆଇସିସି ଏବଂ ବିସିସିଆଇ ପାଖରେ ଭାରତ ବିପକ୍ଷରେ ଖେଳାଯିବାକୁ ଥିବା ମ୍ୟାଚର ଭେନ୍ୟୁ ପରିବର୍ତ୍ତନ କରିବାକୁ ଦାବି କରିଥିଲା । କିନ୍ତୁ ଉଭୟ ଆଇସିସି ଓ ବିସିସିଆଇ ପାକିସ୍ତାନର ଏହି ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ବିଶ୍ୱକପ ପୂର୍ବରୁ ଖେଳାଯିବାକୁ ଥିବା ଏସିଆ କପକୁ ନେଇ ଭାରତ ଏବଂ ପାକିସ୍ତାନ କ୍ରିକେଟ୍ ବୋର୍ଡ ମଧ୍ୟରେ କଳହ ଲାଗି ରହିଛି । ବାସ୍ତବରେ, ପାକିସ୍ତାନ ଦ୍ୱାରା ଆୟୋଜିତ ଏସିଆ କପ୍ ଖେଳିବାକୁ ବିସିସିଆଇ ମନା କରି ଦେଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+