ICC Cricket World Cup 2023: ଅଷ୍ଟ୍ରେଲିଆର କ୍ରମାଗତ ଦ୍ୱିତୀୟ ବିଜୟ

ICC Cricket World Cup 2023: ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଚାଲିଥିବା ପାକିସ୍ତାନ- ଅଷ୍ଟ୍ରେଲିଆ ମ୍ୟାଚରେ ପାକିସ୍ତାନକୁ ମାତ ଦେଇଛି ଅଷ୍ଟ୍ରେଲିଆ । ODI ବିଶ୍ୱକପରେ ଦ୍ୱିତୀୟ ବିଜୟ ପଞ୍ଜିକରଣ କରିବାକୁ ଅଷ୍ଟ୍ରେଲିଆ ପାକିସ୍ତାନକୁ 62 ରନରେ ପରାସ୍ତ କରିଛି। ଏହା ସହ ଅଷ୍ଟ୍ରେଲିଆ ଦଳ ମଧ୍ୟ ପଏଣ୍ଟ ଟେବୁଲରେ ଚତୁର୍ଥ ସ୍ଥାନରେ ପହଞ୍ଚିଛି। ଚାରିଟି ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଦଳ ଦୁଇଟି ମ୍ୟାଚ୍‌ ଜିତିଛି।

ଟିସ୍ ହାରି ପ୍ରଥମ ବ୍ୟାଟିଂ କରୁଥିବା ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍ ହରାଇ ୩୭୬ ରନ୍ କରିଥିଲା । ଦଳ ପକ୍ଷରୁ ଡାଭିଡ୍ ୱାର୍ଣ୍ଣର ୧୬୩ ମିଚେଲ ମାର୍ଶ ୧୨୧ ରନର ଇନିଂସ ଖେଳିଥିଲେ । ଯାହା ଜବାବରେ ପାକିସ୍ତାନ ୪୫.୩ ଓଭରରେ ସମସ୍ତ ୱିକେଟ୍ ହରାଇ କେବଳ ୩୦୫ ରନ୍ କରିବାରେ ସକ୍ଷମ ହୋଇଥିଲା । ସେହିପରି ୧୬୩ ରନର ଇନିଂସ ଖେଳି ୱାର୍ଣ୍ଣର ମ୍ୟାନ୍ ଅପ ଦି ମ୍ୟାଚ ପୁରସ୍କାର ପାଇଛନ୍ତି ।

 Odi World Cup

ଅଷ୍ଟ୍ରେଲିଆର ଇନିଂସ ସମୟରେ ଡେଭିଡ ୱାର୍ଣ୍ଣର ଦଳ ପାଇଁ ସର୍ବାଧିକ ରନ୍ ସଂଗ୍ରହ କରିଥିଲେ। ଡେଭିଡ ୱାର୍ଣ୍ଣରଙ୍କ ୧୬୩ ରନ୍ ସ୍କୋର କରିଥିଲେ । ODI ବିଶ୍ୱକପରେ ତୃତୀୟ ଥର ପାଇଁ ଡେଭିଡ ୱାର୍ଣ୍ଣର 150 ରୁ ଅଧିକ ରନ୍ ସଂଗ୍ରହ କରିବାରେ ସଫଳ ହୋଇଛନ୍ତି। ଡେଭିଡ ୱାର୍ନରଙ୍କ ବ୍ୟତୀତ ମିଚେଲ ମାର୍ଶ ମଧ୍ୟ ଏକ ଶତକ ହାସଲ କରିଥିଲେ। ଦ୍ୱିତୀୟ ଇନିଂସରେ ପାକିସ୍ତାନ ଏହି ଲକ୍ଷ୍ୟ ହାସଲ କରିବାରେ ବିଫଳ ହୋଇଥିଲା ।

ପାକିସ୍ତାନ ଦଳ ଆରମ୍ଭ ଭଲ କରିଥିଲା । ଅବଦୁଲ୍ଲା ଶାଫିକ୍ ଏବଂ ଇମାମ ଉଲ୍ ହକ୍ ପାକିସ୍ତାନ ପାଇଁ ଅର୍ଦ୍ଧ ଶତକ ପୂରଣ କରିଥିଲେ। ଇମାମ ୭୦ ରନର ଇନିଂସ ଖେଳିଥିଲେ ଏବଂ ଅବଦୁଲ୍ଲା ୬୪ ରନର ଇନିଂସ ଖେଳିଥିଲେ। କିନ୍ତୁ ଏହା ପରେ ଦଳର କୌଣସି ବ୍ୟାଟ୍ସମ୍ୟାନ୍ ବଡ଼ ସ୍କୋର କରିପାରି ନଥିଲେ । ଯେଉଁଥି ପାଇଁ ପାକିସ୍ତାନକୁ ୬୨ ରନରେ ପରାସ୍ତ ହେବାକୁ ପଡିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+