ଭାରତ ଜିତିବା ପରେ ଛୁଟିଲା ଅଭିନନ୍ଦନର ସୁଅ: କିଏ କ’ଣ କହିଲେ ?
ଭାରତୀୟ ଦଳ ୪ ଉଇକେଟରେ ନ୍ୟୁଜିଲାଣ୍ଡକୁ ହରାଇ ଆଇସିସି ଚାମ୍ପିୟନ୍ସ ଟ୍ରଫି ହାସଲ କରିଛି। ଏହି ଉପଲବ୍ଧି ପରେ ଭାରତୀୟ ଦଳ ନିକଟକୁ ସୋସିଆଲ ମିଡିଆରେ ଅଭିନନ୍ଦନର ସୁଅ ଛୁଟିଛି ।
ଆଇସିସି ଚାମ୍ପିୟନ୍ସ ଟ୍ରଫି ଜିତିବା ପାଇଁ ଭାରତୀୟ ଦଳକୁ ହୃଦୟରୁ ଅଭିନନ୍ଦନ। ଭାରତ ଏକମାତ୍ର ଦଳ ଭାବେ ଏହି ଟ୍ରଫିକୁ ତୃତୀୟଥର ଲାଗି ଜିତିଛି। ଇତିହାସ ରଚିବା ପାଇଁ ଖେଳାଳି, ମ୍ୟାନେଜମେଣ୍ଟ ଓ ସପୋର୍ଟ ଷ୍ଟାଫ୍ ସର୍ବାଧିକ ପ୍ରଶଂସାର ଅଧିକାରୀ। ଭାରତୀୟ କ୍ରିକେଟ୍ର ଭବିଷ୍ୟତ ଉଜ୍ଜ୍ୱଳ ହେଉ।
ଦ୍ରୌପଦୀ ମୁର୍ମୁ, ରାଷ୍ଟ୍ରପତି
ଏକ ଅବିଶ୍ୱସନୀୟ ମ୍ୟାଚ୍ ଓ ଅବିଶ୍ୱସନୀୟ ଫଳାଫଳ। ଆଇସିସି ଚାମ୍ପିୟନ୍ସ ଟ୍ରଫି ଜିତି ଘରକୁ ଆଣୁଥିବା ଆମ କ୍ରିକେଟ ଦଳ ପାଇଁ ପୂରା ଦେଶ ଗର୍ବିତ। ସେମାନେ ପୂରା ଟୁର୍ନାମେଣ୍ଟରେ ଚମତ୍କାର ଖେଳିଥିଲେ। ଜବରଦସ୍ତ ପ୍ରଦର୍ଶନ ଲାଗି ଆମ ଦଳକୁ ଅଭିନନ୍ଦନ।

ଇତିହାସ ରଚିଲା ଭଳି ବିଜୟ। ଆଇସିସି ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ରୋମାଞ୍ଚକ ବିଜୟ ହାସଲ ପାଇଁ ଭାରତୀୟ ଦଳକୁ ଅଭିନନ୍ଦନ। ତୁମେ ପିଚ୍ରେ ପ୍ରାଧାନ୍ୟ ବିସ୍ତାର କରି ଖେଳି ଦେଶକୁ ଗର୍ବିତ କରିଛ। ତୁମେ କ୍ରିକେଟ ଉତ୍କୃଷ୍ଟତାର ନୂଆ ମାନଦଣ୍ଡ ସ୍ଥାପନା କରିଛ।
ଅମିତ୍ ଶାହା, ସ୍ବରାଷ୍ଟ୍ର ମନ୍ତ୍ରୀ
ଆଇସିସି ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ରୋମାଞ୍ଚକ ବିଜୟ ହାସଲ ପାଇଁ ଭାରତୀୟ ଦଳକୁ ହୃଦୟରୁ ଅଭିନନ୍ଦନ। ନ୍ୟୁଜିଲାଣ୍ଡ ବିପକ୍ଷରେ ଜବରଦସ୍ତ ପ୍ରଦର୍ଶନକରି ତୁମେ ତୁମ ଦକ୍ଷତା, ନିଷ୍ଠା ଓ ଖେଳୁଆଡ଼ ମନୋଭାବର ପରିଚୟ ଦେଇଛ। ତୁମର ଏହି ଚମକପ୍ରଦ ଉପଲବ୍ଧି ଲାଗି ପୂରା ଦେଶ ଗର୍ବିତ।
ମୋହନ ଚରଣ ମାଝୀ, ମୁଖ୍ୟମନ୍ତ୍ରୀ
ଗୋଟିଏ ଦଳ, ଗୋଟିଏ ସ୍ବପ୍ନ ଓ ଗୋଟିଏ ଭାବନା।
ବିସିସିଆଇ
ରୋମାଞ୍ଚକ ଆଇସିସି ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ନ୍ୟୁଜିଲାଣ୍ଡକୁ ୪ ଉଇକେଟରେ ହରାଇ ଭାରତ ଚାମ୍ପିୟନ ହୋଇଛି। ଅଧିନାୟକ ରୋହିତ ଶର୍ମା ୭୬ ରନର ଇନିଂସ ସହ ସାମ୍ନାରୁ ଦଳର ନେତୃତ୍ୱ ନେଇଥିଲେ। କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ, ରବୀନ୍ଦ୍ର ଜାଡେଜା ଓ ଅକ୍ଷର ପଟେଲ ସେମାନଙ୍କ ଦକ୍ଷତା ପ୍ରଦର୍ଶନ କରିବା ସହ ମିଳିତ ଭାବେ ନ୍ୟୁଜିଲାଣ୍ଡକୁ ୨୫୧ ରନର ସ୍କୋରରେ ଅଟକାଇଥିଲେ। ଘଡ଼ିସନ୍ଧି ମୁହୂର୍ତ୍ତରେ ଶ୍ରେୟସ ଆୟର ଓ ଲୋକେଶ ରାହୁଲ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲେ। ସମ୍ପୂର୍ଣ୍ଣ ଦଳଗତ ପ୍ରୟାସ ବଳରେ ଏହି ଗୌରବମୟ ବିଜୟ ମିଳିଛି।
ସୂର୍ଯ୍ୟବଂଶୀ ସୁରଜ, କ୍ରୀଡ଼ାମନ୍ତ୍ରୀ
ଚାମ୍ପିୟନ୍ସ ଟ୍ରଫି ଚାମ୍ପିୟନ।
ସଚିନ ତେନ୍ଦୁଲକର, କ୍ରିକେଟ ଆଇକନ
-
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ନିର୍ବାଚନ ସରିଲେ ବାହାହେବେ ବିଜୟ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications