ICC Champions Trophy: କେକ୍ କାଟି ସେଲିବ୍ରେସନ କଲେ ରୋହିତ ବାହିନୀ
ପଡିଆରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ବିଜୟର ଟୀକା ପିନ୍ଧିଛି ଭାରତ । ବାଣ ଫୁଟୁଥିଲା, ଭାରତର ଜାତୀୟ ସଙ୍ଗୀତ ବାଜୁଥିଲା ଆଉ ଖୁସିର ମୁହୂର୍ତ୍ତରୁ ସବୁଦିନ ପାଇଁ ସ୍ମରଣୀୟ କରି ରଖୁଥିଲେ ଖେଳାଳି । କିଏ କପ୍ ସହ ଫଟୋ ଉଠାଉଥିଲା ତ କିଏ ତ୍ରିରଙ୍ଗା ପତାକା ପିନ୍ଧି ପଡିଆ ସାରା ଧାଉଁଥିଲା ।
ସେଲ୍ଫି, ରିଲ୍ସ, ଫଟୋ ଏବେ ସାରା ସୋସିଆଲ ମିଡିଆରେ ଛାଇ ଯାଇଥିବା ବେଳେ ୨୦୧୩ ପରେ ଚାମ୍ପିୟନ୍ସ ଟ୍ରଫି ୨୦୨୫ରେ ପୁଣି ଜିତିଛି ଭାରତ । ୧୨ ପରେ ପୁଣି ଖୁସି ଘରକୁ ଫେରୁଥିବାରୁ, ସଫଳତା ହାତ ମୁଠାରେ ଥିବାରୁ ଗୋଟେ ମିନିଟକୁ ବି ବରବାଦ କରି ନାହାନ୍ତି କେହି । ନିଜ ନିଜ ଅନ୍ଦାଜରେ ସେଲିବ୍ରେସନ କରିଛନ୍ତି ।

ବିଜୟୀ ଟିମ୍ ଫଟୋ ସେସନ ପରେ ଧଳା କୋଟ୍ ପିନ୍ଧିଥିବା ନଜର ଆସିଥିଲେ । ପରେ ପରେ କେକ୍ କାଟି ସେଲିବ୍ରେସନ କରିଥିଲେ ରୋହିତ ବାହିନୀ । ନଜର ପକାନ୍ତୁ ବିଜୟ ପରେ ସେହି ସବୁ ଖୁସିର ଚିତ୍ର ସବୁକୁ ଯାହା କ୍ୟାମେରାରେ କଏଦ ହୋଇଛି ।












Click it and Unblock the Notifications