ଆଜିଠୁ କ୍ରିକେଟ୍ ମହାକୁମ୍ଭ: ପ୍ରଥମ ଦିନରେ ପାକିସ୍ତାନକୁ ଭେଟିବ ନ୍ୟୁଜିଲାଣ୍ଡ, କାଲି ବାଂଲାଦେଶ- ଭାରତ ମ୍ୟାଚ୍
ICC Champions Trophy 2025: ଆଜିଠୁ ଆରମ୍ଭ ହେଉଛି ଚାମ୍ପିଅନ୍ସ ଟ୍ରଫି । ପ୍ରଥମ ଦିନର ମ୍ୟାଚ୍ ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ କରାଚୀର ନ୍ୟାସନାଲ ଷ୍ଟାଡିୟମରେ ଖେଳାଯିବ। ଏହା ଉଭୟ ଦଳ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ କାରଣ କୌଣସି ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ସବୁବେଳେ ସ୍ୱତନ୍ତ୍ର ହୋଇଥାଏ। କିୱି ଦଳ ସେଠାରେ ଏକ ତ୍ରିକୋଣୀୟ ସିରିଜ ମଧ୍ୟ ଖେଳିଥିଲା।
ଆଜିଠୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ ଯାହା ମାର୍ଚ୍ଚ ୯ ତାରିଖ ପର୍ଯ୍ୟନ୍ତ ଖେଳାଯିବ । ଗ୍ରୁପ୍ ଏରେ ଭାରତ ସହ ବାଂଲାଦେଶ ଏବଂ ପାକିସ୍ତାନ ଓ ନ୍ୟୁଜିଲ୍ୟାଣ୍ତ ଅଛନ୍ତି । କରାଚୀର ପିଚ୍ ବ୍ୟାଟସମ୍ୟାନଙ୍କ ପାଇଁ ଉତ୍ତମ ରହିବ ବୋଲି ଆଶା କରାଯାଉଛି । ଏକ ଉଚ୍ଚ ସ୍କୋରିଂ ମ୍ୟାଚ୍ ଆଶା କରାଯାଉଛି । ଏହି ଷ୍ଟାଡିୟମର ସର୍ବାଧିକ ସ୍କୋର ହେଉଛି ୩୭୪।

ସେହିପରି ଭାରତ ସିରିଜର ପ୍ରଥମ ମ୍ୟାଚ୍ ଆସନ୍ତାକାଲି ଖେଳା ଯିବ । କାଲି ଟିମ୍ ଇଣ୍ତିଆ ବାଂଲାଦେଶକୁ ଭେଟିବ । ହେଲେ ୨୩ ତାରିଖର ମ୍ୟାଚ୍ ଉପରେ ରହିଛି ସମସ୍ତଙ୍କ ନଜର । କାରଣ ଏହି ଦିନ ଭାରତ ଓ ପାକିସ୍ତାନ ମଧ୍ୟରେ ହେବ ମହାସଂଗ୍ରାମ । ଏହି ସିରିଜର ସମସ୍ତ ମ୍ୟାଚ୍ ଟିମ୍ ଇଣ୍ତିଆ ଦୁବାଇରେ ଖେଳିବା ନେଇ ସୂଚନା ରହିଛି ।












Click it and Unblock the Notifications