ICC Champions Trophy: ଚାମ୍ପିୟନ୍ସ ଟ୍ରଫି ପାଇଁ ପାକିସ୍ଥାନ ଯିବକି ଭାରତ ?
ଆସନ୍ତାବର୍ଷ ଫେବୃଆରୀରେ ପାକିସ୍ତାନରେ ଅନୁଷ୍ଠିତ ହେବ ଚାମ୍ପିୟନ୍ସ ଟ୍ରଫି । ତେବେ ଏହି ମିନି ବିଶ୍ୱକପ ଖେଳିବାକୁ ଭାରତୀୟ ଟିମ ପାକିସ୍ତାନ ଯିବ କି ନାହିଁ, ତା'କୁ ନେଇ ଚର୍ଚ୍ଚା ଲାଗି ରହିଛି । ଭାରତ ୨୦୦୮ରୁ ପାକିସ୍ତାନ ଗସ୍ତ କରି ନାହିଁ। ଦୁଇ ଦଳ କେବଳ ଆଇସିସିର ବିଭିନ୍ନ ଟୁର୍ଣ୍ଣାମେଣ୍ଟରେ ନିରପେକ୍ଷ ଭେନ୍ୟୁରେ ମୁହାଁମୁହିଁ ହେଉଛନ୍ତି । ଏପରି ସ୍ଥିତିରେ ଭାରତୀୟ ଟିମ ପାକିସ୍ତାନ ଯିବ କି ନାହିଁ, ତା'କୁ ନେଇ ସସପେନ୍ସ ।
ଏସବୁ ଭିତରେ ଭାରତର ଚାମ୍ପିୟନ୍ସ ଟ୍ରଫି ଆଭିମୁଖ୍ୟକୁ ନେଇ ବିସିସିଆଇ ବଡ଼ ଅପଡେଟ ଦେଇଛି । ବିସିସିଆଇର ଉପ ସଭାପତି ରାଜୀବ ଶୁକ୍ଳା ପୂର୍ବଭଳି ଭାରତୀୟ ଟିମ ଚାମ୍ପିୟନ୍ସ ଟ୍ରଫି ଖେଳିବାକୁ ଯିବ କି ନାହିଁ, ତା' ନିଷ୍ପତ୍ତି ଭାରତ ସରକାରଙ୍କ ଉପରେ ନିର୍ଭର କରେ ବୋଲି ଦୋହରାଇଛନ୍ତି ।
ଆମ ଟିମ କୌଣସି ନିର୍ଦ୍ଦିଷ୍ଟ ଦେଶକୁ ଯିବ କିମ୍ବା କୌଣସି ନିର୍ଦ୍ଦିଷ୍ଟ ଦେଶକୁ ଯିବ ନାହିଁ, ତା'ର ନିଷ୍ପତ୍ତି ସରକାର ନିଅନ୍ତି। ଏହି ପ୍ରସଙ୍ଗରେ ବି ସରକାର ନିଷ୍ପତ୍ତି ନେବେ। ସରକାର ଯାହା କହିବେ, ଆମେ ତା'କୁ ପାଳନ କରିବାକୁ ବାଧ୍ୟ।"

କାନପୁରରେ ଚାଲିଥିବା ଭାରତ-ବାଂଲାଦେଶ ଟେଷ୍ଟ ଦେଖିବାକୁ ଆସିଥିବା ବେଳେ ରାଜୀକ ଶୁକ୍ଳା ଗଣମାଧ୍ୟମର ପ୍ରଶ୍ନରେ ଏପରି ଉତ୍ତର ଦେଇଛନ୍ତି ।
ପାକିସ୍ତାନ ଫେବୃଆରୀ ୧୯ରୁ ମାର୍ଚ୍ଚ ୯ ଯାଏ ଚାମ୍ପିୟନ୍ସ ଟ୍ରଫି ଆୟୋଜନ କରିବାର କାର୍ଯ୍ୟକ୍ରମ ରହିଛି । ଏ ସମ୍ପର୍କରେ ପ୍ରତିକ୍ରିୟା ରଖି ରାଜୀବ ଶୁକ୍ଳା କହିଛନ୍ତି, "ଭାରତୀୟ ଟିମ ପାକିସ୍ତାନ ଯିବ କି ନାହିଁ, ତା'ର ନିଷ୍ପତ୍ତି ଏଯାଏ ହୋଇନି । କିନ୍ତୁ ଆମର ନୀତି ହେଲା ଅନ୍ତର୍ଜାତୀୟ ଟୁର ପୂର୍ବରୁ ଆମେ ସବୁ ବେଳେ ସରକାରଙ୍କ ଅନୁମତି ନେଇଥାଉ ।












Click it and Unblock the Notifications