ICC Champions TROPHY 2025: କାହିଁକି ବିଜେତା ଟିମ୍ ଧଳା କୋର୍ଟ ପିନ୍ଧନ୍ତି ? ଧଳା କୋଟ୍ କିପରି ଆରମ୍ଭ ହେଲା?
୨୦୨୫ ଚାମ୍ପିଅନ୍ସ ଟ୍ରଫି ହାତେଇଛି ଟିମ୍ ଇଣ୍ଡିଆ। ରୋହିତ ଶର୍ମାଙ୍କ ଅଧିନାୟକତ୍ବରେ ଏକ ବୃହତ ବିଜୟ ହାସଲ କରିଛି ଭାରତୀୟ ଟିମ୍ । ଚଳିତ ଚାମ୍ପିଅନ୍ସ ଟ୍ରଫି ୨୦୨୫ ଏଥର ପାକିସ୍ତାନ ଆୟୋଜନ କରିଥିଲା । ତେବେ ଚାମ୍ପିଅନ୍ସ ଟ୍ରଫି ବିଜେତା ଟିମ୍ ଟ୍ରଫି ନେବା ସମୟରେ ଧଳା କୋର୍ଟ ପିନ୍ଧିଥାନ୍ତି । ତେବେ ଏପରି ପରିସ୍ଥିତିରେ, ପ୍ରଶ୍ନ ଉଠେ ଯେ ଚାମ୍ପିଅନ୍ସ ଟ୍ରଫିର ବିଜେତା ଟିମ୍ କେବଳ ଧଳା କୋଟ୍ କାହିଁକି ପିନ୍ଧନ୍ତି?

ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱରେ ଭାରତୀୟ ଦଳ ୨୦୧୩ରେ ଚାମ୍ପିଅନ୍ସ ଟ୍ରଫି ଜିତିଥିଲା। ଏହା ପରେ, ସମଗ୍ର ଟିମ୍ ଧଳା ଜ୍ୟାକେଟ୍ ପିନ୍ଧିଥିଲେ ଏବଂ ଟ୍ରଫି ସହିତ ଫଟୋ ଉଠାଇଥିଲେ। ଏହି ଫଟୋଟି ଏବେ ବି ଭାରତୀୟ ପ୍ରଶଂସକଙ୍କ ହୃଦୟ ଏବଂ ମନରେ ଜୀବିତ ଅଛି। ତେବେ ଅନେକଙ୍କ ମନରେ ପ୍ରଶ୍ନ କାହିଁକି ବିଜେତା ଟିମ୍ ଧଳା କୋର୍ଟ ପିନ୍ଧନ୍ତି? ତେବେ ଆସନ୍ତୁ ଜାଣିବା ଏହାର ଉତ୍ତର...
ଧଳା କୋଟ୍ କିପରି ଆରମ୍ଭ ହେଲା?
୨୦୦୯ ମସିହାରେ ଚାମ୍ପିଅନ୍ସ ଟ୍ରଫିରେ ଧଳା କୋଟ୍ ପ୍ରଚଳନ କରାଯାଇଥିଲା, ଯେତେବେଳେ ଅଷ୍ଟ୍ରେଲିଆ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିବା ପରେ ଧଳା କୋଟ୍ ପିନ୍ଧିଥିଲା। ଆଇସିସି ଅନୁଯାୟୀ, ଧଳା କୋଟ୍ ସମ୍ମାନର ପ୍ରତୀକ, ଯାହା ଚାମ୍ପିଅନ୍ସ ଟ୍ରଫିର ପ୍ରତ୍ୟେକ ମ୍ୟାଚ୍ର ଗୁରୁତ୍ୱକୁ ପ୍ରତିଫଳିତ କରେ। ଧଳା ଜ୍ୟାକେଟ୍ ଜିତିଥିବା ଦଳର ପ୍ରତ୍ୟେକ ଖେଳାଳିଙ୍କୁ ସବୁକିଛି ବାଜିରେ ପକାଇବାକୁ ପଡିଥାଏ। ଏହି ଚିହ୍ନ ବିଜେତାମାନଙ୍କୁ ଅନ୍ୟ ଦଳଗୁଡ଼ିକଠାରୁ ଭିନ୍ନ କରେ ଏବଂ ଏହି ଟୁର୍ଣ୍ଣାମେଣ୍ଟକୁ ସ୍ୱତନ୍ତ୍ର କରିଥାଏ। କିଛି ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ଚାମ୍ପିଅନ୍ସ ଟ୍ରଫି ଜିତିଥିବା ଦଳର କପ୍ ବୋର୍ଡ କାର୍ଯ୍ୟାଳୟରେ ରଖାଯାଏ, କିନ୍ତୁ ଧଳା କୋଟ୍ ବିଜୟୀ ଦଳର ପ୍ରତ୍ୟେକ ଖେଳାଳିଙ୍କ ପାଖରେ ରହିଥାଏ।












Click it and Unblock the Notifications