ICC Champions Trophy 2025: କାହାକୁ ମିଳିଲା କେତେ ?
ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ଟିମ୍ ଇଣ୍ଡିଆ ଚମ୍ପିଆନ ହୋଇଥିବା ବେଳେ ନ୍ୟୁଜିଲାଣ୍ଡକୁ ରନର୍ସଅପ୍ ଟାଇଟଲରେ ସନ୍ତୁଷ୍ଟ ହେବାକୁ ପଡିଛି । ଗତକାଲି (ରବିବାର) ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଅନୁଷ୍ଠିତ ଫାଇନାଲ ମ୍ୟାଚରେ ବ୍ଲାକ କ୍ୟାପ୍ସକୁ 4 ଓ୍ବିକେଟରେ ପରାସ୍ତ କରି ଟ୍ରଫି ଛଡାଇ ଆଣିଥିଲା ମେନ ଇନ ବ୍ଲୁ । ଐତିହାସିକ ବିଜୟ ପରେ ଭାରତୀୟ ଦଳ ଉପରେ ଟଙ୍କା ବର୍ଷା । ସେହିପରି ଉପବିଜେତା ଦଳ ମଧ୍ୟ କୋଟି କୋଟି ଟଙ୍କା ପୁରସ୍କାର ପାଇଛନ୍ତି । ନଜର ପକାନ୍ତୁ କେଉଁ ଦଳକୁ ମିଳିଲା କେତେ ?
କୋଟିପତି ହେଲେ ଭାରତୀୟ ଖେଳାଳି:
ତୃତୀୟ ଥର ପାଇଁ ଚାମ୍ପିଅନ୍ସ ଟ୍ରଫି ହାତେଇବା ପରେ ଖେଳାଳିଙ୍କ ଉପରେ ଟଙ୍କା ବର୍ଷା ହୋଇଛି । ବିଜୟୀ ହେବା ପରେ ଦଳକୁ କୋଟି କୋଟି ଟଙ୍କା ପୁରସ୍କାର ରାଶି ମିଳିଛି । ଆଇସିସି ଟିମ୍ ଇଣ୍ଡିଆକୁ ୧୯.୪୫ କୋଟି ଟଙ୍କାର ପୁରସ୍କାର ରାଶି ଦେଇଛି। ଚାମ୍ପିଅନ୍ସ ଟ୍ରଫି 2025 ଟ୍ରଫି ପ୍ରଦାନ କରିବା ପୂର୍ବରୁ ଭାରତୀୟ କ୍ରିକେଟ୍ ଦଳକୁ ପୁରସ୍କାର ରାଶି ଚେକ୍ ପ୍ରଦାନ କରାଯାଇଥିଲା।

ନ୍ୟୁଜିଲାଣ୍ଡକୁ କେତେ ପୁରସ୍କାର ରାଶି?
ଚାମ୍ପିଅନ୍ସ ଟ୍ରଫି 2025ର ରନର୍ସଅପ୍ ଖାଲି ହାତରେ ଘରକୁ ଫେରି ନାହାଁନ୍ତି। ରନର୍ସଅପ୍ ଦଳ ଭାବରେ ନ୍ୟୁଜିଲାଣ୍ଡ ଦଳକୁ 9.72 କୋଟି ଟଙ୍କାର ପୁରସ୍କାର ରାଶି ଆଇସିସି ପ୍ରଦାନ କରିଛି । ନ୍ୟୁଜିଲାଣ୍ଡ କ୍ରିକେଟ୍ ଟିମ୍ ପୁରା ଟୁର୍ଣ୍ଣାମେଣ୍ଟରେ ଚମତ୍କାର ପ୍ରଦର୍ଶନ କରିଥିଲେ ମଧ୍ୟ ଫାଇନାଲରେ ଭାରତ ଠାରୁ ପରାଜିତ ହୋଇ ଟ୍ରଫି ଠାରୁ ଗୋଟିଏ ପାଦ ପଛରେ ରହିଯାଇଛି ।
ଅନ୍ୟ 6 ଦଳକୁ ମଧ୍ୟ ମିଳିଲା ପୁରସ୍କାର ରାଶି:
ସେହପିରି ଚାମ୍ପିଅନ୍ସ ଟ୍ରଫି ଖେଳିଥିବା ଅନ୍ୟ 6ଟି ଦଳ ମଧ୍ୟ ଖାଲି ହାତରେ ଘରକୁ ଫେରିନାହାନ୍ତି । ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ହାରିଥିବା ଦୁଇଟି ଦଳ (ଅଷ୍ଟ୍ରେଲିଆ - ଦକ୍ଷିଣ ଆଫ୍ରିକା)କୁ 4.87 କୋଟି ଟଙ୍କା ପ୍ରଦାନ କରାଯାଇଛି । ପଞ୍ଚମ ଏବଂ ଷଷ୍ଠ ସେଥାନରେ ଥିବା ଆଫଗାନିସ୍ତାନ-ବାଂଲାଦେଶକୁ 3.04 କୋଟି ଟଙ୍କା, ସପ୍ତମ ଏବଂ ଅଷ୍ଟମ ସ୍ଥାନରେ ଥିବା ପାକିସ୍ତାନ-ଇଂଲଣ୍ଡକୁ 1.22 କୋଟି ଲେଖାଏଁ ପ୍ରଦାନ କରାଯିବ। 2017୭ ସଂସ୍କରଣ ତୁଳନାରେ ଚଳିତ ବର୍ଷ ମୋଟ ପୁରସ୍କାର ରାଶି 53 ପ୍ରତିଶତ ବୃଦ୍ଧି ପାଇଛି।












Click it and Unblock the Notifications