ଆଉ ହେବ ନାହିଁ ଇଣ୍ତିଆ-ପାକିସ୍ତାନ ମ୍ୟାଚ୍ !
ICC Champions Trophy 2025 Latest Update: 2025 ଚାମ୍ପିଅନ୍ସ ଟ୍ରଫିକୁ ନେଇ ବିବାଦ ବୃଦ୍ଧି ପାଇବାରେ ଲାଗିଛି । ଟିମ୍ ଇଣ୍ତିଆ କୌଣସି ସ୍ଥିତିର ମଧ୍ୟ ପାକିସ୍ତାନ ଯିବ ନାହିଁ ବୋଲି ବିସିସିଆଇ ଆଇସିସିକୁ ସିଧା ସଳଖ ମନା କରିଦେଇଛି । ସେପଟେ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ପାକିସ୍ତାନରେ ଚାମ୍ପିଅନ୍ସ ଟ୍ରଫି ଆୟୋଜନ କରିବାକୁ ଜିଦ୍ ଧରିଛି। ବିସିସିଆଇ ହାଇବ୍ରିଡ୍ ମଡେଲ୍ ପ୍ରଦାନ କରିଛି, କିନ୍ତୁ ପାକିସ୍ତାନ ଏଥିପାଇଁ ପ୍ରସ୍ତୁତ ନୁହେଁ।

ପାକିସ୍ତାନର ଏକ ଖବରକାଗଜରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ପିସିବି ସ୍ପଷ୍ଟ ଭାବେ ଆଇସିସିକୁ କହିବ ଯେ ଭବିଷ୍ୟତରେ ଭାରତ ଏବଂ ପାକିସ୍ତାନକୁ 2025 ଚାମ୍ପିଅନ୍ସ ଟ୍ରଫି ସମେତ ଆଇସିସି ଟୁର୍ନାମେଣ୍ଟରେ ଭାରତ ଓ ପାକିସ୍ତାନକୁ ଏକ ଗ୍ରୁପ୍ ରେ ନ ରଖାଯାଉ । ଯେପର୍ଯ୍ୟନ୍ତ ଭାରତ ପାକିସ୍ତାନ ଗସ୍ତରେ ଯିବା ପାଇଁ ନ ରାଜି ହୁଏ ସେ ପର୍ଯ୍ୟନ୍ତ ପାକିସ୍ତାନ ଭାରତ ବିପକ୍ଷରେ ଖେଳିବ ନାହିଁ ।
ତେବେ ଖବର ଏହା ମଧ୍ୟ ରହିଥିଲା ଯେ, PCB ଆଇସିସିକୁ ଏକ ଚିଠି ଲେଖିଛି ଯେଉଁଥିରେ ଟିମ୍ ଇଣ୍ଡିଆ ଟୁର୍ନାମେଣ୍ଟରେ ଖେଳିବ କି ନାହିଁ, ପାକିସ୍ତାନ କୌଣସି ପରିସ୍ଥିତିରେ ଚାମ୍ପିଅନ୍ସ ଟ୍ରଫି ଆୟୋଜନ କରିବ ନାହିଁ। ଏକ ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ବିସିସିଆଇ ତାର ଦଳକୁ ସୀମା ପାର କରିବା ପାଇଁ କୌଣସି କାରଣ ଦେଇନାହିଁ।
ପାକିସ୍ତାନ 2025 ଚାମ୍ପିଅନ୍ସ ଟ୍ରଫିର ହୋଷ୍ଟିଂ ହରାଇବ। ଏଭଳି ପରିସ୍ଥିତିରେ ସମଗ୍ର ଟୁର୍ନାମେଣ୍ଟ ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ହେବ। ଯଦି PCB ହାଇବ୍ରିଡ୍ ମଡେଲ୍ ଗ୍ରହଣ କରେ ତେବେ ଟିମ୍ ଇଣ୍ଡିଆ ଦୁବାଇରେ ଏହାର ମ୍ୟାଚ୍ ଖେଳିବ । 2025 ଚାମ୍ପିଅନ୍ସ ଟ୍ରଫି 19 ଫେବୃଆରୀରୁ ଆରମ୍ଭ ହେବ ଏହାର ଅନ୍ତିମ ମ୍ୟାଚ୍ ମାର୍ଚ୍ଚ 9 ରେ ଖେଳାଯିବ ।












Click it and Unblock the Notifications