ICC Champions Trophy 2025: ପୂରଣ ହେବ ବଦଲା; ଜିତିବ ଭାରତ, ୨୫ ବର୍ଷର ଅପେକ୍ଷାରେ ପଡ଼ିବ ପୂର୍ଣ୍ଣଛେଦ

ସୁପର ସଣ୍ଡେରେ ହେବ ସୁପର ଫାଇଟ । ଟ୍ରଫି ହାତେଇବାକୁ ମଇଦାନକୁ ଓହ୍ଲାଇବେ ଭାରତ ଓ ନ୍ୟୁଜିଲାଣ୍ଡ । ଏଥର କିଏ ହେବ ଚାମ୍ପିଅନ୍ସ ଟ୍ରଫି ହିରୋ ?
ଟିମ୍ ଇଣ୍ଡିଆର 12 ବର୍ଷର ଅପେକ୍ଷାର ଅନ୍ତ ଘଟିବ ନା 25 ବର୍ଷ ଅପେକ୍ଷାର ଅନ୍ତ ଘଟାଇ ଟ୍ରଫି ଉଠାଇ ନେବ ବ୍ଲାକ୍ କ୍ୟାପ୍ସ । ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ଦ୍ବିତୀୟ ଥର ପାଇଁ ଦୁଇ ଦଳ ଫାଇନାଲରେ ମୁହାଁମୁହିଁ ହେବାକୁ ଯାଉଛନ୍ତି । ତୃତୀୟ ଥର ପାଇଁ ଚାମ୍ପିଅନ୍ସ ଟ୍ରଫି ନିଜ ନାମରେ କରିବାକୁ ରୋହିତ ସେନା ପୁରା ପ୍ରସ୍ତୁତ । ସେପଟେ ସାଣ୍ଟନର ବାହିନୀ ସେମିଫାଇନାଲର ପ୍ରତିଶୋଧ ନେଇ ଦ୍ବିତୀୟ ଥର ଟ୍ରଫି ହାତେଇବାକୁ ପୁରା ତୟାର ହୋଇକି ରହିଛି ।
କେତେବେଳେ ଓ କେଉଁଠାରେ ହେବ ଫାଇନାଲ ମ୍ୟାଚ ?
ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଅନୁଷ୍ଠିତ ହେବ ଚାମ୍ପିଅନ୍ସ ଟ୍ରଫିର ଅନ୍ତିମ ମୁକାବିଲା । 2ଟା ସମୟରେ ଟସ ପଡିବ, 2ଟା 30 ମିନିଟରେ ମ୍ୟାଚ ଆରମ୍ଭ ହେବ । ଦୁଇ ଦଳ ମଧ୍ୟରେ ଆଜି କଡା ମୁକାବିଲା ଦେଖିବାକୁ ମିଳିବ । କାହିଁକିନା ଉଭୟ ଦଳର ପ୍ରଦର୍ଶନ ଚଳିତ ଟୁର୍ଣ୍ଣାମେଣ୍ଟରେ ଜବରଦସ୍ତ ରହିଛି । ଭାରତ ବର୍ତ୍ତମାନ ସୁଦ୍ଧା ଅପରାଜୟ ରହି ଫାଇନାଲରେ ପହଞ୍ଚିଛି । କିନ୍ତୁ ନ୍ୟୁଜିଲାଣ୍ଡ ଶେଷ ଗ୍ରୁପ ପର୍ଯ୍ୟାୟ ମ୍ୟାଚରେ ଭାରତ ଠାରୁ ପରାଜିତ ହୋଇଥିଲା । ସେମି ମୁକାବିଲାରେ ସାଉଥ ଆଫ୍ରିକାକୁ ପରାସ୍ତ କରି ଦଳ ଫାଇନାଲରେ ପ୍ରବେଶ କରିଥିଲା ।
25ବର୍ଷ ପୂର୍ବର ପ୍ରତିଶୋଧ ନେବା ଲକ୍ଷ୍ୟରେ ମେନ ଇନ ବ୍ଲୁ:
ତୃତୀୟ ଥର ଚାମ୍ପିଅନ୍ସ ଟ୍ରଫି ହାତେଇବାକୁ ଭାରତ ପୁରା ପ୍ରସ୍ତୁତ ହୋଇଛି । 2000 ମସିହାରେ ଭାରତ ଫାଇନାଲକୁ ଯାଇଥିଲେ ମଧ୍ୟ ଟ୍ରଫି ଠାରୁ ଗୋଟିଏ ପାଦ ପଛରେ ରହିଯାଇଥିଲା । ନ୍ୟୁଜିଲାଣ୍ଡ ଦଳ ଟିମ୍ ଇଣ୍ଡିଆ ଠାରୁ ଟ୍ରଫି ଛଡାଇ ନେଇଥିଲେ । ଫଳରେ ନିରାଶ ହୋଇଥିଲେ କୋଟି କୋଟି ଭାରତୀୟ ।
ଚଳିତ ସଜିନିରେ ଦୀର୍ଘ 25 ବର୍ଷ ପରେ ପୁଣି ଉଭୟ ଦଳ ଫାଇନାଲରେ ମୁହାଁମୁହିଁ ହେବାକୁ ଯାଉଛନ୍ତି । ତେଣୁ ମେନ ଇନ ବ୍ଲୁ ପୂର୍ବ ପ୍ରତିଶୋଧ ନେବାକୁ ଅଣ୍ଟାଭିଡିଛି । 2002ରେ ପ୍ରଥମ ଥର ପାଇଁ ଭାରତ ଚାମ୍ପିଅନ୍ସ ଟ୍ରଫି ଟ୍ରଫି ନିଜ ନାମରେ କରିଥିଲା । ପରେ 2013ରରେ ଚାମ୍ପିଅନ ହୋଇଥିଲା । ଚଳିତ ଥର ତୃତୀୟ ଥର ଚାମ୍ପିଅନ୍ସ ଟ୍ରଫି ହାତେଇବାର ସ୍ବପ୍ନକୁ ଭାରତ ପୂରଣ ଲକ୍ଷ୍ୟରେ ରହିଛି । ନ୍ୟୁଜିଲାଣ୍ଡ ମାତ୍ର ଥରେ 2000 ମସିହାରେ ଚାମ୍ପିଅନ ହୋଇଥିଲା । 2009ରେ ଫାଇନାଲକୁ ଯାଇଥିଲେ ମଧ୍ୟ ଅଷ୍ଟ୍ରେଲିଆ ଠାରୁ ଦଳ ପରାସ୍ତ ହୋଇଥିଲା ।
ରୋହିତଙ୍କ ଦ୍ବିତୀୟ ଆଇସିସି ଟ୍ରଫି ହାତେବା ଲକ୍ଷ୍ୟ:
କ୍ରମନ୍ବୟ ଭାବେ ରୋହିତଙ୍କ ନେତୃତ୍ବରେ ଦଳ 4ଟି ଆଇସିସି ଟୁର୍ଣ୍ଣାମେଣ୍ଟ ଫାଇନାଲରେ ପହଞ୍ଚି ସାରିଛି । 2023 ବିଶ୍ବକପରେ ଦଳ ଫାଇନାଲକୁ ଯାଇ ପରାସ୍ତ ହୋଇଥିଲା । ଟି 20 ବିଶ୍ବକପ ଜିତିଥିଲା ଭାରତ । ବିଶ୍ବଟେଷ୍ଟ ଚାମ୍ପିଅନ୍ସ ଟ୍ରଫିରେ ପରାଜୟର ଶିକାର ହୋଇଥିଲା ଦଳ । ଏହାପରେ ଚଳିତ ବର୍ଷ ରୋହିତଙ୍କ ନେତୃତ୍ବରେ ଦଳ ଆଇସିସି ଟୁର୍ଣ୍ଣାମେଣ୍ଟର ଫାଇନାଲରେ ଚତୁର୍ଥର ପାଇଁ ପ୍ରବେଶ କରିଛି । ଦ୍ବିତୀୟ ଥର ପାଇଁ ଦଳକୁ ଟ୍ରଫି ଭେଟିଦେବାକୁ ରୋହିତ ରଣନୀତି ପ୍ରସ୍ତୁତ କରିଛନ୍ତି ।












Click it and Unblock the Notifications