ICC Champions Trophy 2025: ନ୍ୟୁଜିଲାଣ୍ଡକୁ ହରାଇ ଭାରତ ଚମ୍ପିୟାନ
ନ୍ୟୁଜିଲାଣ୍ଡକୁ ହରାଇ ଭାରତ ଚମ୍ପିୟାନ ।ସ୍ପିନରଙ୍କ ଚମତ୍କାର ପ୍ରଦର୍ଶନ ଓ ଅଧିନାୟକ ରୋହିତ ଶର୍ମାଙ୍କ ଦୃଢ଼ ବ୍ୟାଟିଂ ବଳରେ ଭାରତ ରବିବାର ଅନୁଷ୍ଠିତ ଫାଇନାଲରେ ନ୍ୟୁଜିଲାଣ୍ଡକୁ ୪ ଉଇକେଟରେ ପରାସ୍ତ କରିଛି। ନ୍ୟୁଜିଲାଣ୍ଡ ୫୦ ଓଭରରେ ୭ ଉଇକେଟ ହରାଇ ୨୫୧ ରନ କରିଥିଲା। ଜବାବରେ ଭାରତ ୪୯ ଓଭରରେ ୬ ଉଇକେଟ ହରାଇ ୨୫୪ ରନ ସଂଗ୍ରହ କରି ନେଇଥିଲା।
ଏହା ପୂର୍ବରୁ ଭାରତ ୨୦୦୨ ଓ ୨୦୧୩ରେ ଚାମ୍ପିୟନ ହୋଇଥିଲା। ଏଥର ଚାମ୍ପିୟନ ହୋଇ ତୃତୀୟ ଥର ଟାଇଟଲ ହାସଲ କରିବା ସହ ଟୁର୍ନାମେଣ୍ଟର ସବୁଠାରୁ ସଫଳ ଦଳ ହେବାର ରେକର୍ଡ କରିଛି। ଅନ୍ୟପକ୍ଷରେ ୨୦୦୦ରେ ଚାମ୍ପିୟନ ନ୍ୟୁଜିଲାଣ୍ଡ ୨୦୦୯ ଭଳି ଏଥର ମଧ୍ୟ ରନରଅପ୍ରେ ସନ୍ତୁଷ୍ଟ ହୋଇଛି। ଭାରତ ୨୦୦୦ ଫାଇନାଲରେ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହୋଇଥିଲା। ଏଥର ସମାନ ପ୍ରତିଦ୍ୱନ୍ଦ୍ୱୀକୁ ହରାଇ ସେହି ପରାଜୟର ମଧୁର ପ୍ରତିଶୋଧ ନେଇଛି।













Click it and Unblock the Notifications