ବିରାଟ କୋହଲିଙ୍କ ଦମଦାର ଅର୍ଦ୍ଧଶତକ; ଅଷ୍ଟ୍ରେଲିଆକୁ ୪ ଉଇକେଟରେ ହରାଇ ଚାମ୍ପିୟନସ ଟ୍ରଫି ଫାଇନାଲରେ ଭାରତ

ICC CHAMPIONS TROHY 2025: ବିରାଟ କୋହଲିଙ୍କ ଦମଦାର ଅର୍ଦ୍ଧଶତକ । ଅଷ୍ଟ୍ରେଲିଆକୁ ୪ ଉଇକେଟରେ ହରାଇ ଚାମ୍ପିୟନସ ଟ୍ରଫି ଫାଇନାଲରେ ଭାରତ ।

ICC CHAMPIONS TROHY 2025

ଅଷ୍ଟ୍ରେଲିଆ ଦ୍ଵାରା ଧାର୍ଯ୍ୟ ୨୬୫ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ୪୮.୧ ଓଭରରେ ୬ ଓ୍ଵିକେଟ୍ ହରାଇ ମ୍ୟାଚ ଜିତି ନେଇଛି। ବିରାଟ କୋହଲି ୮୪ ରନର ଇନିଂସ ଖେଳି ଭାରତ ବିଜୟରେ ମୁଖ୍ୟ ବିନ୍ଧାଣି ସାଜିଛନ୍ତି ।ଶ୍ରେୟସ ଆୟର ୪୫ ରନର ଉପଯୋଗୀ ଇନିଂସ ଖେଳିଛନ୍ତି। କେଏଲ ରାହୁଲ ଅପରାଜିତ ୪୨ ରନ କରି ବିଜୟ ସୂଚକ ଛକା ମାରିଛନ୍ତି।

୨୬୫ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଭାରତର ଦୁଇ ଓପନର ରୋହିତ ଶର୍ମା ଓ ଶୁଭମନ ଗିଲ୍ ପ୍ରଥମ ଓ୍ଵିକେଟ୍‌ରେ ୩୦ ରନ ଯୋଡ଼ିଥିଲେ। ଗିଲ୍(୮) ନିରାଶ କରିଥିଲେ। ଅଧିନାୟକ ରୋହିତ ଶର୍ମା ପୁଣି ଥରେ ମିଳିଥିବା ଭଲ ଆରମ୍ଭକୁ ବଡ଼ ସ୍କୋରରେ ପରିଣତ କରି ପାରି ନ ଥିଲେ। ସେ ୨୯ ବଲରୁ ୩ ଚୌକା ଓ ୧ ଛକା ସହ ୨୮ ରନ କରିଥିଲେ। ୪୩ ରନରେ ଦୁଇ ଓପନ ଆଉଟ୍ ହେବା ପରେ ବିରାଟ କୋହଲି ଓ ଶ୍ରେୟସ ଆୟର ଜବରଦସ୍ତ ବ୍ୟାଟିଂ କରିଥିଲେ। ଉଭୟ ତୃତୀୟ ଓ୍ଵିକେଟ୍‌ରେ ୯୧ ରନ ଯୋଡ଼ି ଦଳ ବିଜୟ ପାଇଁ ମୂଳଦୁଆ ପକାଇଥିଲେ। ୧୩୪ ରନ ସ୍କୋରରେ ଶ୍ରେୟସ ଆୟର ବ୍ୟକ୍ତି ଗତ ୪୫ ରନର ଉପଯୋଗୀ ଇନିଂସ ଖେଳି ପାଭିଲିୟନ ଫେରିଥିଲେ।

ଅନ୍ୟପଟେ ବିରାଟ କୋହଲି ଆକର୍ଷଣୀୟ ଅର୍ଦ୍ଧଶତକ ହାସଲ କରିଥିଲେ। ବିରାଟ କୋହଲି ଓ ଅକ୍ଷର ପଟେଲ୍ ଚତୁର୍ଥ ଓ୍ଵିକେଟ୍‌ରେ ୪୪ ରନ ଯୋଡ଼ିଥିଲେ। ଅକ୍ଷର ୨୭ ରନ କରି ପାଭିଲିୟନ ଫେରିଥିଲେ। ଭାରତ ବିଜୟ ଆଡ଼କୁ ଅଗ୍ରସର ହେଉଥିବା ବେଳେ କୋହଲି ମଧ୍ୟ ଶତକ ଅଭିମୁଖେ ବଢୁଥିଲେ। ହେଲେ ବଡ଼ ସଟ୍ ଖେଳିବାକୁ ଯାଇ କୋହଲି ୮୪ ରନ କରି ଆଉଟ୍ ହୋଇଥିଲେ। ଶେଷ ଆଡ଼କୁ ମ୍ୟାଚ୍ ରୋମାଞ୍ଚକର ମୋଡ଼ ନେଇଥିଲା। ହାର୍ଦ୍ଦିକ ପାଣ୍ଡ୍ୟା ବିସ୍ଫୋରକ ୨୮ ରନ କରି ଭାରତର ବିଜୟ ସୁନିଶ୍ଚିତ କରିଥିଲେ। କେଏଲ ରାହୁଲ ବିଜୟ ସୂଚକ ଛକା ମାରି ଭାରତକୁ ଜିତାଇଛନ୍ତି। କେଏଲ ରାହୁଲ ୪୨ ରନ କରି ଅପରାଜିତ ଥିଲେ।

ହ ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭ ସ୍ମିଥଙ୍କ ୭୩ ରନ ଓ ଆଲେକ୍ସ କେରିଙ୍କ ୬୧ ରନ ବଳରେ ୨୬୪ ରନ କରିଥିଲା। ଭାରତ ଏବେ ଦକ୍ଷିଣ ବନାମ ନ୍ୟୁଜିଲାଣ୍ଡ ଦ୍ଵିତୀୟ ସେମି ଫାଇନାଲ୍‌ର ବିଜେତାକୁ ଫାଇନାଲ୍‌ରେ ଭେଟିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+