ଟି-୨୦ରେ ଆସିଲା ନୂଆ ନିୟମ, ଧୀମା ଓଭର ପାଇଁ ଫାଇଦା ପାଇବେ ବ୍ୟାଟ୍ସମ୍ୟାନ, ଜାଣନ୍ତୁ କ’ଣ ରହିଛି ନୂଆ ନିୟମ…
ବଦଳିଲା ଟି-୨୦ କ୍ରିକେଟର ନିୟମ । ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ଶୁକ୍ରବାର ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ନିୟମ ପରିବର୍ତ୍ତନ କରିଛି । ୧୬ ଜାନୁଆରୀରେ ଓ୍ୱେଷ୍ଟଇଣ୍ଡିଜ୍ ଓ ଆୟର୍ଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଏକମାତ୍ର ଟି-୨୦ ମ୍ୟାଚରୁ ଏହି ନୂଆ ନିୟମ କାର୍ଯ୍ୟକ
ଦୁବାଇ: ବଦଳିଲା ଟି-୨୦ କ୍ରିକେଟର ନିୟମ । ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ଶୁକ୍ରବାର ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ନିୟମ ପରିବର୍ତ୍ତନ କରିଛି । ୧୬ ଜାନୁଆରୀରେ ଓ୍ୱେଷ୍ଟଇଣ୍ଡିଜ୍ ଓ ଆୟର୍ଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଏକମାତ୍ର ଟି-୨୦ ମ୍ୟାଚରୁ ଏହି ନୂଆ ନିୟମ କାର୍ଯ୍ୟକାରୀ ହେବ ।

ଏହି ନୂଆ ନିୟମ ଅନୁଯାୟୀ ବୋଲିଂ କରୁଥିବା ଟିମ୍ ନିର୍ଦ୍ଧାରିତ ସମୟ ମଧ୍ୟରେ ନିର୍ଦ୍ଧାରିତ ଓଭର ଶେଷ କରିବେ । ଯଦି ଟିମର ଓଭର ରେଟ ନିର୍ଦ୍ଧାରିତ ସମୟ ଠାରୁ ପଛୁଆ ରୁହେ ତେବେ ବଳକା ଓଭର ଗୁଡିକରେ ବୋଲିଂ କରୁଥିବା ଟିମ୍ ପାଇଁ ମହଙ୍ଗା ପଡିବ । କାରଣ ଏହି ବଳକା ଓଭର ଗୁଡିକରେ ଜଣେ ଖେଳାଳୀଙ୍କୁ ୩୦ ଗଜ ଭିତରେ ରହିବାକୁ ପଡିବ । ପୂର୍ବରୁ ପାୱାର ପ୍ଲେ ପରେ ୩୦ ଗଜ ବାହାରେ ୫ ଜଣ ଖେଳାଳୀ ରହୁଥିଲେ । କିନ୍ତୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଓଭର ସରିନଥିଲେ ବଳକା ଓଭର ଗୁଡିକରେ ୪ ଜଣ ଖେଳାଳୀ ୩୦ ଗଜ ବାହାରେ ରହିବେ । ଯାହା ବ୍ୟାଟିଂ କରୁଥିବା ଟିମକୁ ଫାଇଦାରେ ରଖିବ ।
ଏହି ନିୟମ ଉଭୟ ପୁରୁଷ ଓ ମହିଳା ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ଲାଗୁ ହେବ । ଆଇସିସି ତରଫରୁ ଜାରି କରାଯାଇଥିବା ବୟାନରେ କୁହାଯାଇଛି ଯେ, ପୂର୍ବରୁ ଧୀମା ଓଭର ପାଇଁ ଦଣ୍ଡ ସ୍ୱରୂପ ମ୍ୟାଚ୍ ଫି କାଟି ଦିଆଯାଉଥିଲା ଓ କିଛି ମ୍ୟାଚରୁ ଅଧିନାୟକଙ୍କୁ ବାଦ୍ ଦିଆଯାଉଥିଲା । କିନ୍ତୁ ଏହି ନିୟମ ବ୍ୟତୀତ ଧୀମା ଓଭର ପାଇଁ ଏହି ନୂଆ ନିୟମ ମଧ୍ୟ ଲାଗୁ ହେବ ।












Click it and Unblock the Notifications