T20 World Cup: ଭାରତ ବନାମ ପାକିସ୍ତାନ ମ୍ୟାଚରେ ଆତଙ୍କୀ ଆକ୍ରମଣ ଭୟ
T20 World Cup: ଜୁନ୍ ୦୧ ରୁ ଖେଳାଯିବ ଟି-୨୦ ବିଶ୍ଵକପ ୨୦୨୪ । ନ୍ୟୁୟର୍କରେ ଖେଳାଯିବ ଏହି ଟୁର୍ଣ୍ଣାମେଣ୍ଟ । ତେବେ ଜୁନ୍ ୯ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ ଖେଳାଯିବ । ତେବେ ଏହି ମ୍ୟାଚ୍ ପୂର୍ବରୁ ସାମ୍ନାକୁ ଆସିଛି ଆତଙ୍କୀ ଭୟ ।
ରିପୋର୍ଟ ଅନୁଯାୟୀ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ମ୍ୟାଚରେ ଆତଙ୍କବାଦୀ ଆକ୍ରମଣ ହେବାର ଆଶଙ୍କା ରହିଛି । ତେବେ ଏ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସରକାରୀ ସୂଚନା ମିଳିପାରିନି ।
ରିପୋର୍ଟ ଅନୁଯାୟୀ ଆଇଏସଆଇଏସ ଧମକ ମିଳିଛି ମ୍ୟାକୁ ସୂଚନା ମିଳିବା ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମ୍ୟାଚ୍ ପାଇଁ ପୋଲି କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି ।

ଦକ୍ଷିଣ ଏବଂ ମଧ୍ୟ ଏସିଆରେ ସକ୍ରିୟ ଥିବା ଇସଲାମିକ୍ ଷ୍ଟେଟ୍ ଆତ ଙ୍କବାଦୀ ସଂଗଠନର ଶାଖା ଆଇଏସ୍ଆଇଏସ୍-ଖୋରାସନ୍ ଏକ ଚାଟ୍ ଗ୍ରୁପରେ ପୋଷ୍ଟ କରିଥିବା ଭିଡିଓରେ ଏହି ଧମକ ଦିଆଯାଇଛି। ଏଥିସହ ବ୍ରିଟ୍ଶ୍ ଚାଟ୍ ସାଇଟ୍ରେ ଆଇଏସ୍ଆଇଏସ୍ କ୍ରିକେଟ୍ ଷ୍ଟାଡିୟମ୍ର ଏକ ଫଟୋ ପୋଷ୍ଟ କରିଛି। ଷ୍ଟାଡିୟମ ଉପରେ ଡ୍ରୋନ୍ ଉଡୁଥିବା ଦେଖିବାକୁ ମିଳିଛି। ଏହି ପୋଷ୍ଟରେ ଭାରତ-ପାକିସ୍ତାନ ମ୍ୟାଚ୍ର ତାରିଖ ୯/୦୬/୨୦୨୪ ମଧ୍ୟ ଲେଖା ଅଛି।
ମିଡିଆ ରିପୋର୍ଟ ଅନୁଯାୟୀ, ଆଇଏସଆଇଏସ ଲୋନ୍ ବ୍ରୁଫ୍ ଆକ୍ରମଣ ବିଷୟରେ ସୃଷ୍ଟି କରିଛି । ଏ ସମ୍ପର୍କରେ ଏକ ଭିଡିଓ ରିଲିଜ୍ ହୋଇଛି । ଏଥୁରେ ଆକ୍ରମଣକାରୀମାନେ ମ୍ୟାଚ୍ ସମୟରେ ସମସ୍ୟା ବଢାଇବା ନେଇ ଆଲୋଚନା କରିଛନ୍ତି । ଏହି ପ୍ରସଙ୍ଗରେ ନାସାହା କାଉଣ୍ଡି ପୋଲିସ କମିଶନର ପେଟ୍ରିକ୍ ରାଇଡର୍ ଏହି ଧମକକୁ ନିଶ୍ଚିତ କରିଛନ୍ତି ।
ଭାରତ ଏବଂ ପାକିସ୍ତାନ ମ୍ୟାଚକୁ ନେଇ ନ୍ୟୁୟର୍କ ରାଜ୍ୟପାଳ କ୍ୟାଥ୍ ହୋବୁଲ X ରେ ଏକ ପୋଷ୍ଟ ସେୟାର କର କହିଛନ୍ତି ଯେ ସେ ତାଙ୍କ ସୁରକ୍ଷା ସମ୍ପର୍କରେ ଅଧିକାରୀଙ୍କ ସହ କଥା ହୋଇଛନ୍ତି ଏ ସେମାନେ ଏକାଠି କାମ କରୁଛନ୍ତି ।
ହୋବୁଲ ଏହି ପୋଷ୍ଟରେ ଲେଖୁଛନ୍ତି ଯେ କ୍ରିକେଟ୍ ବିଶ୍ବକପ ପାଇଁ ମୋ ଟିମ୍ ଫେଡେରାଲ ଏବଂ ଆଇନ କର୍ତ୍ତୃପକ୍ଷଙ୍କ ସହ ଘନିଷ୍ଠ ଭାବରେ କାର୍ଯ୍ୟ କରୁଛି । ମ୍ୟାରେ ଉପସ୍ଥିତ ଥିବା ଲୋକଙ୍କ ସୁରକ୍ଷା ଉପରେ ଆମେ ସମ୍ପୂର୍ଣ୍ଣ ଫୋକସ କରିବୁ । କହିବାକୁ ଗଲେ ଟିମ୍ ଇଣ୍ଡିଆ ଏହାର ଅଧିକାଂଶ ମ୍ୟାଚ୍ ନ୍ୟୁୟର୍କରେ ଖେଳିବ ।
ଭାରତ ଟି-୨୦ ବିଶ୍ବକପ ୨୦୨୪ ପୂର୍ବରୁ ଏକ ୱାର୍ମ ଅପ୍ ମ୍ୟାଚ୍ ଖେଳିବେ । ଏଥିରେ ସେ ବାଂଲାଦେଶକୁ ଭେଟିବେ। ଏହା ପରେ ଜୁନ୍ ୯ ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଟିମ୍ ଇଣ୍ଡିଆର ପ୍ରଥମ ମ୍ୟାଚ୍ ଜୁନ୍ ୫ ରେ ଆୟର୍ଲାଣ୍ଡ ବିପକ୍ଷରେ ଖେଳାଯିବ।












Click it and Unblock the Notifications