For Quick Alerts
Turn On Notification  
For Daily Alerts
Oneindia App Download

ICC Awards: ଦଶନ୍ଧିର ଶ୍ରେଷ୍ଠ ପୁରୁଷ କ୍ରିକେଟର ବିରାଟ କୋହଲି

ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ଚଳିତ ଦଶନ୍ଧି ପାଇଁ ଶ୍ରେଷ୍ଠ କ୍ରିକେଟର ଭାବେ ବାଛିଚି ଆଇସିସି । ଆଇସିସି ମେଲ କ୍ରିକେଟର ଅଫ ଦ ଡିକେଡ଼ରେ କୋହଲିଙ୍କୁ ସମ୍ମାନିତ କରିଛି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ।

|

ଦୁବାଇ: ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ଚଳିତ ଦଶନ୍ଧି ପାଇଁ ଶ୍ରେଷ୍ଠ କ୍ରିକେଟର ଭାବେ ବାଛିଚି ଆଇସିସି । ଆଇସିସି ମେଲ କ୍ରିକେଟର ଅଫ ଦ ଡିକେଡ଼ରେ କୋହଲିଙ୍କୁ ସମ୍ମାନିତ କରିଛି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ । ଏଥିପାଇଁ ବିରାଟଙ୍କୁ ସାର୍ ଗାରଫିଲ୍ଡ ସୋବର୍ସ ପୁରସ୍କାର ପ୍ରଦାନ କରଯାଇଛି । ସେହିପରି 'ଆଇସିସି ମେନ୍ସ ଓଡିଆଇ କ୍ରିକେଟର ଅଫ ଦ ଡିକେଡ଼' ବା ଦଶନ୍ଧିର ଶ୍ରେଷ୍ଠ ପୁରୁଷ ଦିନିକିଆ କ୍ରିକେଟର ଭାବେ ବିରାଟଙ୍କୁ ସମ୍ମାନିତ କରିଛି ଆଇସିସି ।

ବିରାଟ କୋହଲି

ତେବେ କୋହଲି ରବିଚନ୍ଦ୍ରନ୍ ଅଶ୍ୱିନ୍, ଜୋ ରୁଟ୍, ଷ୍ଟିଭ୍ ସ୍ମିଥଙ୍କ ସହ ଏହି ପୁରସ୍କାର ପାଇଁ ପ୍ରତିଯୋଗୀତା କରୁଥିଲେ। ପୁରଷ୍କାର ଜିତିବା ପରେ କୋହଲି ସମସ୍ତ ଶ୍ରେୟ ଦଳକୁ ଦେଇଛନ୍ତି । 2011 ବିଶ୍ବକପ, 2013 ଚାମ୍ପିଅନ୍ସ ଟ୍ରଫି ଏବଂ ଅଷ୍ଟ୍ରେଲିଆରେ ସିରିଜ୍ ବିଜୟକୁ ଚଳିତ ଦଶନ୍ଧିର ଶ୍ରେଷ୍ଠ ମୁହୁର୍ତ୍ତ କହିଛନ୍ତି ବିରାଟ ।

ତେବେ ଚଳିତ ଦଶନ୍ଧିରେ ସମସ୍ତ ଅନ୍ତର୍ଜାତୀୟ କ୍ରିକେଟରେ 20 ହଜାର 396 ରନ୍ ସ୍କୋର କରିଛନ୍ତି ବିରାଟ କୋହଲି । ଯାହା ଅନ୍ୟ ସମସ୍ତଙ୍କ ତୁଳନାରେ ସର୍ବାଧିକ । ସେହିପରି ତାଙ୍କୁ ଆଇସିସି କ୍ରିକେଟର ଭାବରେ ମଧ୍ୟ ନାମିତ କରାଯାଇଥିଲା ଉଭୟ 2017 ଏବଂ 2018 ବର୍ଷ ପାଇଁ ।

ଅନ୍ୟପକ୍ଷରେ ଅଷ୍ଟ୍ରେଲିଆର ବ୍ୟାଟ୍ସମ୍ୟାନ୍ ଷ୍ଟିଭ ସ୍ମିଥଙ୍କୁ ଦଶନ୍ଧିର ଶ୍ରେଷ୍ଠ ଟେଷ୍ଟ ଖେଳାଳି (ଆଇସିସି ଟେଷ୍ଟ କ୍ରିକେଟର ଅଫ ଦ ଡିକେଡ଼) ଭାବେ ନାମିତ କରାଯାଇଛି । ଚଳିତ ଦଶନ୍ଧିରେ ଷ୍ଟିଭ ସ୍ମିଥ ହାରାହାରି 65.79 ରେ 7040 ଟେଷ୍ଟ ରନ୍ ସ୍କୋର କରିଛନ୍ତି । ସେ 26ଟି ଶତକ ଓ 28ଟି ଅର୍ଦ୍ଧଶତକ ମାରିଛନ୍ତି ।

ସେହିପରି ଆଫଗାନିସ୍ତାନର ସ୍ପିନ୍ ସେନ୍ସେସ୍ ରସିଦ୍ ଖାନଙ୍କୁ ଆଇସିସି ପୁରୁଷ ଟି -20 କ୍ରିକେଟର ଅଫ୍ ଦି ଡିକେଡ ଭାବେ ବିବେଚନା କରିଛି ଆଇସିସି । 22 ବର୍ଷୀୟ ରସିଦ ଚଳିତ ଦଶନ୍ଧିରେ ଟି-20 କ୍ରିକେଟରେ 89ଟି ୱିକେଟ ହାସଲ କରିଛନ୍ତି । ଯାହା କି କୌଣସି ଦେଶ ବୋଲରଙ୍କ ତୁଳନାରେ ସର୍ବାଧିକ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
ICC Awards: Virat Kohli Male Cricketer of the Decade
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X