ICC Awards: କ୍ରମାଗତ ଦ୍ଵିତୀୟ ଥର ପାଇଁ ଆଇସିସି ଟି-୨୦ କ୍ରିକେଟର ଅଫ୍ ଦି ଇଅର୍ ହେଲେ ସୂର୍ଯ୍ୟକୁମାର ଯାଦବ
ଭାରତର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବଙ୍କୁ ଆଇସିସି ଦ୍ୱାରା ୨୦୨୩ ବର୍ଷ ପାଇଁ ଟି-୨୦ ପ୍ଲେୟାର ଅଫ୍ ଦି ଇୟର ଭାବେ ମନୋନୀତ କରାଯାଇଛି । ଲଗାତାର ଦ୍ୱିତୀୟ ଥର ପାଇଁ ସୂର୍ଯ୍ୟକୁମାର ଏହି ପୁରସ୍କାର ପାଇଛନ୍ତି । ସୂର୍ଯ୍ୟକୁମାର ମଧ୍ୟ ବର୍ଷର ଟି-୨୦ ଟିମରେ ଅନ୍ତର୍ଭୁକ୍ତ ହୋଇଥିଲେ ଏବଂ ତାଙ୍କୁ ଅଧିନାୟକ କରାଯାଇଥିଲା। କ୍ରମାଗତ ଦୁଇଥର ଟି-୨୦ ପ୍ଲେୟାର ଅଫ୍ ଦି ଇୟର ଭାବରେ ସୁର୍ଯ୍ୟ ହେଉଛନ୍ତି ପ୍ରଥମ ଖେଳାଳି । ଏହାପୂର୍ବରୁ ସେ ୨୦୨୨ ବର୍ଷ ପାଇଁ ଏହି ପୁରସ୍କାର ମଧ୍ୟ ପାଇଥିଲେ ।
Suryakumar Yadav won ICC T20i cricketer of the year award. pic.twitter.com/HeXv7Cx2E0
— Mufaddal Vohra (@mufaddal_vohra) January 24, 2024
ହାରାହାରି ପ୍ରାୟ ୫୦ ଏବଂ ଷ୍ଟ୍ରାଇକ୍ ହାର ୧୫୦ ରୁ ଅଧିକରେ ସୁର୍ଯ୍ୟକୁମାର ୨୦୨୩ରେ ତାଙ୍କର ଆନ୍ତର୍ଜାତୀୟ ଟି-୨୦ରେ ପ୍ରାଧାନ୍ୟ ବିସ୍ତାର କରିଥିଲେ । ଗତ ବର୍ଷ ସେ ଅନେକ ମ୍ୟାଚ୍ରେ ଭାରତକୁ ବିଜୟୀ କରାଇଥିଲେ । ଜିମ୍ବାୱେର ସିକନ୍ଦର ରଜା, ଉଗାଣ୍ଡାର ଆଲପେଶ ରାମାଜାନି ଏବଂ ନ୍ୟୁଜିଲ୍ୟାଣ୍ଡର ମାର୍କ ଚାପମ୍ୟାନଙ୍କୁ ପଛରେ ପକାଇ ସୂର୍ଯ୍ୟକୁମାର ଏହି ପୁରସ୍କାର ଜିତିଛନ୍ତି। ଗତ ବର୍ଷ ସୂର୍ଯ୍ୟ ୧୭ ଟି ଇନିଂସରେ ୭୩୩ ରନ୍ ସଂଗ୍ରହ କରିଥିଲେ। ଏହି ଅବଧି ମଧ୍ୟରେ ତାଙ୍କର ହାରାହାରି ୪୮.୮୬ ଏବଂ ଷ୍ଟ୍ରାଇକ୍ ହାର ୧୫୫.୯୫ ଥିଲା |

ମହିଳାମାନଙ୍କ ମଧ୍ୟରେ ହେଲି ମାଥ୍ୟୁସ୍ ଜିତିଥିଲେ
ମହିଳାମାନଙ୍କ ମଧ୍ୟରେ ୱେଷ୍ଟଇଣ୍ଡିଜ୍ ହେଲି ମାଥ୍ୟୁସ୍ ଏହି ପୁରସ୍କାର ପାଇଛନ୍ତି । ଟି-୨୦ ପ୍ଲେୟାର ଅଫ୍ ଦି ଇୟର ପୁରସ୍କାର ପାଇବାରେ ମାଥ୍ୟୁସ୍ ଦ୍ୱିତୀୟ ୱେଷ୍ଟଇଣ୍ଡିଜ୍ ଖେଳାଳି ହୋଇଥିଲେ । ତାଙ୍କ ପୂର୍ବରୁ ଷ୍ଟିଫାନି ଟେଲର ୨୦୧୫ ରେ ଏହି ପୁରସ୍କାର ପାଇଥିଲେ । ଏହି ଦୁଇଟି ବ୍ୟତୀତ ଇଂଲଣ୍ଡ କିମ୍ବା ଅଷ୍ଟ୍ରେଲିଆର ଖେଳାଳିମାନେ ପ୍ରତ୍ୟେକ ଥର ଏହି ପୁରସ୍କାର ଜିତିଛନ୍ତି ।












Click it and Unblock the Notifications