Get Updates
Get notified of breaking news, exclusive insights, and must-see stories!

ICC Awards: ଧୋନିଙ୍କୁ ଦଶନ୍ଧିର ଶ୍ରେଷ୍ଠ ସମ୍ମାନ

ଚଳିତ ଦଶନ୍ଧିର ଶ୍ରେଷ୍ଠ ସମ୍ମାନରେ ଭାରତୀୟ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ସମ୍ମାନିତ କରିଛି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) । ଚଳିତ ଦଶନ୍ଧି ପାଇଁ ଧୋନିଙ୍କୁ ମିଳିଛି ଆଇସିସି ସ୍ପିରିଟ ଅଫ ଦ କ୍ରିକେଟ ଆୱାର୍ଡ ।

ଦୁବାଇ: ଧୋନିଙ୍କୁ ଆଇସିସିର ସମ୍ମାନ । ଚଳିତ ଦଶନ୍ଧିର ଶ୍ରେଷ୍ଠ ସମ୍ମାନରେ ଭାରତୀୟ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ସମ୍ମାନିତ କରିଛି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) । ଚଳିତ ଦଶନ୍ଧି ପାଇଁ ଧୋନିଙ୍କୁ ମିଳିଛି 'ଆଇସିସି ସ୍ପିରିଟ ଅଫ ଦ କ୍ରିକେଟ ଆୱାର୍ଡ ଅଫ ଦ ଡିକେଡ଼'

2011ରେ ନଟିଂହାମ ଟେଷ୍ଟରେ ଏକ ବିଚିତ୍ର ରନ୍ ଆଉଟ୍ ପରେ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଇଆନ ବେଲଙ୍କୁ ପଡିଆକୁ ପୁଣି ଥରେ ବ୍ୟାଟିଂ କରିବା ପାଇଁ ଡାକିଥିଲେ ଧୋନି । ତେଣୁ ଧୋନିଙ୍କ କ୍ରିକେଟ ପ୍ରତି ଏହି ସଚ୍ଚୋଟ ମନୋଭାବ ପାଇଁ ତାଙ୍କୁ ଆଇସିସି ଏହି ସମ୍ମାନରେ ସମ୍ମାନିତ କରିଛି । ତେବେ ସେହି ବର୍ଷ ଏହି ଘଟଣା ପାଇଁ ଆଇସିସି ତାଙ୍କୁ ଏହି ପୁରଷ୍କାର ପ୍ରଦାନ କରିଥିଲା । ମାତ୍ର ଦଶନ୍ଧିର ଏହା ଶ୍ରେଷ୍ଠ ଘଟଣା ହୋଇଥିବାରୁ ପୁଣିଥରେ ଚଳିତ ଦଶନ୍ଧି ପାଇଁ ଆଇସିସି ତାଙ୍କୁ 'ଆଇସିସି ସ୍ପିରିଟ ଅଫ ଦ କ୍ରିକେଟ ଆୱାର୍ଡ' ରେ ସମ୍ମାନିତ କରିଛି ।

ଏମଏସ ଧୋନି

ସେହିପରି ଗତକାଲି ଘୋଷଣା ହୋଇଥିବା ଆଇସିସି ଦଶନ୍ଧି ଦଳରେ ଧୋନିଙ୍କୁ ଅଧିନାୟକ ଭାବେ ସ୍ଥାନ ମିଳିଥିଲା । ଆଇସିସି ଓଡିଆଇ ଟିମ ଅଫ ଦ ଡିକେଡ଼( ଆଇସିସିର ଦିନିକିଆ ଦଶନ୍ଧି ଦଳ) ଓ ଆଇସିସି ଟି-20 ଟିମ ଅଫ ଦ ଡିକେଡ଼ ( ଆଇସିସିର ଟି-20 ଦଶନ୍ଧି ଦଳ)ରେ ଧୋନିଙ୍କୁ ଅଧିନାୟକ ପଦରେ ରଖି ସମ୍ମାନି ତ କରିଥିଲା ଆଇସିସି ।

ଆଇସିସି ଟ୍ୱିଟ୍ କରି କହିଛି, "ଏମଏସ ଧୋନି ଦଶନ୍ଧିର ଆଇସିସି ସ୍ପିରିଟ୍ ଅଫ୍ କ୍ରିକେଟ୍ ପୁରସ୍କାର ଜିତିଛନ୍ତି। 2011 ମସିହାରେ ନଟିଂହାମ୍ ଟେଷ୍ଟରେ ଏକ ବିଚିତ୍ର ରନ୍ ଶେଷ ହେବା ପରେ ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍ ଇଆନ୍ ବେଲଙ୍କୁ ପୁଣି ଥରେ ବ୍ୟାଟିଂ କରିବାକୁ ଡାକିବା ଘଟଣା ତଥା ପ୍ରଶଂସକଙ୍କ ସର୍ବସମ୍ମତି କ୍ରମେ ତାଙ୍କୁ ଏଥି ପାଇଁ ମନୋନୀତ କରାଯାଇଛି ।

ଉଲ୍ଲେଖଯୋଗ୍ୟ, ଏମଏସ ଧୋନି ଚଳିତ ବର୍ଷ ଅଗଷ୍ଟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ। ଧୋନିଙ୍କୁ କ୍ରିକେଟ୍ ବିଶେଷଜ୍ଞମାନେ ଭାରତୀୟ କ୍ରିକେଟ୍ ଇତିହାସର ଜଣେ ଶ୍ରେଷ୍ଠ ଅଧିନାୟକ ତଥା ୱିକେଟ୍ କିପର ଭାବରେ ବିବେଚନା କରନ୍ତି। ଗତ ବର୍ଷ ପର୍ଯ୍ୟନ୍ତ ଧୋନି ଭାରତୀୟ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍ ଦଳରେ ନିୟମିତ ସଦସ୍ୟ ଥିଲେ ।

ଧୋନି ଏକମାତ୍ର ଅଧିନାୟକ ଯିଏକି ସମସ୍ତ ତିନୋଟି ପ୍ରମୁଖ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଟ୍ରଫିର ବିଜେତା ରହିଛନ୍ତି । 2011 ଦିନିକିଆ ବିଶ୍ୱକପ୍, 2007 ବିଶ୍ୱକପ ଟ୍ବେଣ୍ଟି-୨୦ ଏବଂ ଚାମ୍ପିଅନ୍ସ ଟ୍ରଫି ଧୋନିଙ୍କ ନାମରେ ରହିଛି । ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜର ମଧ୍ୟଭାଗରେ ଏମଏସ ଧୋନି 2014 ରେ ଟେଷ୍ଟ କ୍ରିକେଟରୁ ଅବସର ନେଇଥିଲେ। 2017 ରେ, ସେ ସୀମିତ ଓଭର ଅଧିନାୟକ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଥିଲେ ଯାହା ପରେ ବିରାଟ କୋହଲି ଅଧିନାୟକ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+