Get Updates
Get notified of breaking news, exclusive insights, and must-see stories!

ଆଇସିସି ଡିକେଡ଼ ଆୱାର୍ଡର କ୍ଲିନ ସୁଇପ କଲେ ଏହି ଅଷ୍ଟ୍ରେଲିଆ କ୍ରିକେଟର

ମହିଳା ବିଭାଗରେ ଘୋଷଣା ହୋଇଥିବା ସମସ୍ତ 3ଟି ପୁରଷ୍କାର ବିଜେତା ହୋଇଛନ୍ତି ଅଷ୍ଟ୍ରେଲିଆ କ୍ରିକେଟର ଏଲିସେ ପେରି ।

ଦୁବାଇ: ବିଶ୍ବ କ୍ରିକେଟରୁ ଶ୍ରେଷ୍ଠ କ୍ରିକେଟରଙ୍କୁ ନେଇ ଅନ୍ତର୍ଜାତୀୟ କ୍ରିକେଟ ପରିଦଷ ଆଇସିସି ଘୋଷଣା କରିଛି ଚଳିତ ଦଶନ୍ଧିର ଶ୍ରେଷ୍ଠ କ୍ରିକେଟର ପୁରଷ୍କାର । ତେବେ ସବୁଠାରୁ ଆଶ୍ଟର୍ଯ୍ୟଜନକ କଥା ହେଉଛି ମହିଳା ବିଭାଗରେ ଘୋଷଣା ହୋଇଥିବା ସମସ୍ତ 3ଟି ପୁରଷ୍କାର ବିଜେତା ହୋଇଛନ୍ତି ଅଷ୍ଟ୍ରେଲିଆ କ୍ରିକେଟର ଏଲିସେ ପେରି ।

ଦଶନ୍ଧିର ଶ୍ରେଷ୍ଠ ମହିଳା କ୍ରିକେଟ ଭାବେ ସେ ରାଚେଲ ହେହୋ ଫ୍ଲିଣ୍ଟ ପୁରସ୍କାର ବିଜେତା ହୋଇଛନ୍ତି । ସେହିପରି ସେ ଦଶନ୍ଧିରେ ଶ୍ରେଷ୍ଠ ଦିନିକିଆ ଓ ଟି-20 କ୍ରିକେଟର ମଧ୍ୟ ବନିଛନ୍ତି ।

Ellyse Perry wins All ICC Awards

ଏହି ଅଷ୍ଟ୍ରେଲିଆନ ଅଲରାଉଣ୍ଡର 4,349 ଆନ୍ତର୍ଜାତୀୟ ରନ୍ ସଂଗ୍ରହ କରିବା ସହ 213 ୱିକେଟ୍ ନେଇଛନ୍ତି । ଚଳିତ ଦଶନ୍ଧି ମଧ୍ୟରେ ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଦଳ ଚାରିଟି ଟି-ଟ୍ୱେଣ୍ଟି ବିଶ୍ୱକପ୍ ଏବଂ ଗୋଟିଏ ଦିନିକିଆ ବିଶ୍ବତପ ଜିତିଛି |

ଗତ ଦଶନ୍ଧିରେ ଅଷ୍ଟ୍ରେଲିଆରେ ମହିଳା କ୍ରିକେଟ୍ ଉପରେ ପ୍ରାଧାନ୍ୟ ବିସ୍ତାର କରିବାରେ ପେରି ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସେ ସେମାନଙ୍କର ପାଞ୍ଚଟି ବିଶ୍ୱକପ ବିଜେତା ଅଭିଯାନରେ ଜଣେ ପ୍ରମୁଖ ଖେଳାଳି ଥିଲେ | ତାଙ୍କର ଉଲ୍ଲେଖନୀୟ ପ୍ରଦର୍ଶନ 2013 ଆଇସିସି ମହିଳା ଦିନିକିଆ ବିଶ୍ୱକପରେ ଦେଖିବାକୁ ମିଳିଥିଲା । ଯେଉଁଠାରେ ସେ ମୁମ୍ବାଇରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଫାଇନାଲରେ 3/19 ନେଇଥିଲେ।

ସେ ଇତିହାସର ପ୍ରଥମ ଏବଂ ଏକମାତ୍ର ମହିଳା କ୍ରିକେଟର ଯିଏକି ଟି-୨୦ କ୍ରିକେଟରେ 1000 ରନ୍ ଏବଂ 100 ୱିକେଟ୍ ହାସଲ କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+