Get Updates
Get notified of breaking news, exclusive insights, and must-see stories!

ବାଂଲାଦେଶକୁ ଜବାବ ମାଗିଲା ଆଇସିସି, ଟ୍ବେଣ୍ଟି-୨୦ ବିଶ୍ବକପ ଖେଳିବ କି ନାହିଁ ୨୧ ତାରିଖ ସୁଦ୍ଧା ଜଣାଅ

ଭାରତ ଓ ଶ୍ରୀଲଙ୍କାରେ ଅନୁଷ୍ଠିତ ହେବାକୁ ଥିବା ଟ୍ବେଣ୍ଟି-୨୦ ବିଶ୍ବକପରେ ବାଂଲାଦେଶ କ୍ରିକେଟ୍ ଦଳର ଅଂଶଗ୍ରହଣ ନେଇ ଏବେ ବି ଅଚଳାବସ୍ଥା ଜାରି ରହିଛି । ଏହି ପ୍ରତିଯୋଗିତା ପାଇଁ ଭାରତ ଗସ୍ତ ନ କରିବାକୁ ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି) ଅଡ଼ିବସିଥିବାବେଳେ ଏହା ସମ୍ଭବ ନୁହେଁ ବୋଲି ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ସ୍ପଷ୍ଟ କରିଦେଇଛି। ଏସବୁ ମଧ୍ୟରେ ଆଇସିସି ପକ୍ଷରୁ ଏବେ ବଲକୁ ବିସିବି କୋର୍ଟରେ ପକାଇ ଦିଆଯାଇଛି । ଆସନ୍ତା ୨୧ ତାରିଖ ସୁଦ୍ଧା ନିଜର ନିଷ୍ପତ୍ତି ଜଣାଇବାକୁ ବିସିବିକୁ କୁହାଯାଇଛି ।

ICC

ESPN CricInfoର ଏକ ରିପୋର୍ଟ ଅନୁସାରେ ବିଶ୍ବକପରେ ଅଂଶଗ୍ରହଣ ନିଷ୍ପତ୍ତି ନେବା ଲାଗି ଜାନୁଆରି ୨୧ ଶେଷ ତାରିଖ ବୋଲି ବିସିବିକୁ ଜଣାଇଛି ଆଇସିସି । ଏହା ପରେ ଏ ନେଇ ଆଉ କୌଣସି ଅନୁରୋଧକୁ ଗ୍ରହଣ କରାଯିବ ନାହିଁ ।

ଏହା ପୂର୍ବରୁ ଗତ ଶନିବାର ଢାକାଠାରେ ଆସିସି ଅଧିକାରୀ ଓ ବିସିବି ମଧ୍ୟରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା । ଏଥିରେ ଭାରତରେ ନ ଖେଳିବାକୁ ବାଂଲାଦେଶ ନିଜର ନିଷ୍ପତ୍ତି ଜଣାଇଥିଲା । କିନ୍ତୁ ଏହା ସମ୍ଭବ ନୁହେଁ ବୋଲି ଆଇସିସି ସ୍ପଷ୍ଟ କରିଦେଇଥିଲା । ଏପରିକି ଗ୍ରୁପ-ବିରେ ଥିବା ଆୟର୍ଲାଣ୍ଡ ସହିତ ନିଜର ସ୍ଥାନ ପରିବର୍ତ୍ତନ କରିବାକୁ ବାଂଲାଦେଶ କରିଥିବା ଅନୁରୋଧକୁ ବି ଆଇସିସି ଖାରଜ କରିଦେଇଥିଲା । ଏଥିପାଇଁ ଆୟର୍ଲାଣ୍ଡ ମଧ୍ୟ ରାଜି ହୋଇନଥିଲା । ତେବେ ବିସିବିକୁ ଆଇସିସି ପକ୍ଷରୁ ସ୍ପଷ୍ଟ କରାଯାଇଥିଲା ଯେ ଭାରତରେ ବାଂଲାଦେଶ ଖେଳାଳିଙ୍କ ପ୍ରତି କୌଣସି ବିପଦ ନାହିଁ ।

ସୂତ୍ର ଅନୁସାରେ ଯଦି ଭାରତ ନ ଆସିବାକୁ ବିସିବି ନିଷ୍ପତ୍ତି ନିଏ ତେବେ ଆଇସିସି ବାଂଲାଦେଶକୁ ବିଶ୍ବକପରୁ ବାଦ ଦେଇ ଆଇସିସି ମାନ୍ୟତା ଅନୁସାରେ ପରବର୍ତ୍ତି ଦଳକୁ ଖେଳିବାକୁ ଅନୁମତି ଦେବ । ଏହି ମାନ୍ୟତା ଅନୁସାରେ ସ୍କଟଲାଣ୍ଡକୁ ମୌକା ମିଳିପାରେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+