ପୁଣି ବାବହ କରିବା ପାଇଁ ଚାହିଁଛନ୍ତି ଶିଖର ଧୱନ, ଏପରି ଭିଡିଓ ହେଉଛି ଭାଇରାଲ
Shikhar Dhawan: ଭାରତୀୟ ଦଳର ପୂର୍ବତନ କ୍ରିକେଟର ଶିଖର ଧୱନ ପ୍ରାୟତଃ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ନିକଟରେ ଶିଖର ଧୱନ ନେପାଳ ପ୍ରିମିୟର ଲିଗରେ ଖେଳୁଥିବା ଦେଖିବାକୁ ମିଳିଥିଲା। ପ୍ରଶଂସକମାନେ ଖେଳାଳୀଙ୍କୁ ବେଶ୍ ପସନ୍ଦ ମଧ୍ୟ କରନ୍ତି । ତାଙ୍କର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ । ଶିଖ ଧୱନଙ୍କୁ ଗବର ବୋଲି ମଧ୍ୟ କୁହାଯାଏ ।
ଗତ ଆଇପିଏଲରେ ପଞ୍ଜାବ କିଙ୍ଗ୍ସ ପାଇଁ ଖେଳିଥିବା ଧୱନ ଏଥର ଆପିଏଲରେ ନଜର ଆସି ନଥିଲେ । ଆୟେଶା ମୁଖାର୍ଜୀଙ୍କଠାରୁ ଛାଡପତ୍ର ପରେ ଖୁବ୍ ଭାଙ୍ଗି ପଡିଥିଲେ ଧୱନ । ପୁଅ ସହ ଆୟେଶା ଅଷ୍ଟ୍ରେଲିଆରେ ରୁହନ୍ତି।
ନିକଟରେ ଶିଖର ଧୱନଙ୍କର କିଛି ଫଟୋ ଭାଇରାଲ ହୋଇଥିଲା। ଅଭିନେତ୍ରୀ ହୁମା ଖୁରେଶୀଙ୍କ ସହ ଧୱନଙ୍କ ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା ଏବଂ ଦାବି କରାଯାଇଥିଲା ଯେ ଉଭୟ ବିବାହ କରିବା ପାଇଁ ଯାଉଛନ୍ତି । ହେଲେ ଏହି ଖବର ପଛରେ କୌଣସି ସତ୍ୱତା ନଥିଲା । ହେଲେ ବର୍ତ୍ତମାନ ଶିଖର ଧୱନ ନିଜ ବିବାହକୁ ନେଇ ବଡ଼ ଖୁଲାସା କରିଛନ୍ତି । ସେ ଇନଷ୍ଟାଗ୍ରାମରେ ଏକ ରିଲ ପୋଷ୍ଟ କରିଛନ୍ତି, ଏଥିରେ ସେ ତାଙ୍କ ପିତାଙ୍କ ସହିତ ନଜର ଆସୁଛନ୍ତି ।

ଭିଡିଓରେ ଧୱନ ନିଜ ପିତାଙ୍କୁ କହୁଛନ୍ତି, ମୁଁ ପୁଣି ବିବାହ କରିବା ପାଇଁ ଚାହୁଁଛି । ଏହା ପରେ ତାଙ୍କ ପିତା ତାଙ୍କୁ ପରିହାସ କରି କହୁଛନ୍ତି ମୁଁ ତୁମ ମୁହଁରେ ହେଲମେଟ୍ ପିନ୍ଦାଇ ତୁମ ପ୍ରଥମ ବିବାହ କରାଇଥିଲି । ଧୱନ ଏବଂ ତାଙ୍କ ପିତାଙ୍କର ଏହି ଫନି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଲୋକଙ୍କର ଭିନ୍ନ ଭିନ୍ନ ପ୍ରତିକ୍ରିୟା ଆସୁଥିବା ଦେଖିବା ପାଇଁ ମିଳିଛି ।












Click it and Unblock the Notifications