ମୁଁ କ୍ରିକେଟର ଋଷଭ ପନ୍ତ: ରକ୍ତ ଜୁଡୁବୁଡୁ ଅବସ୍ଥାରେ କାରରୁ ବାହାରି ଲୋକଙ୍କୁ ନିଜ ପରିଚୟ ଦେଲେ ପନ୍ତ
ମୁଁ କ୍ରିକେଟର ଋଷଭ ପନ୍ତ । କାର ଦୁର୍ଘଟଣା ଗ୍ରସ୍ତ ହେବା ପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ କାରରୁ ବାହାରି ଉଦ୍ଧାରକାରୀଙ୍କୁ ନିଜ ପରିଚୟ ପ୍ରଦାନ କରୁଥିଲେ ପନ୍ତ ।
ନୂଆଦିଲ୍ଲୀ: ମୁଁ କ୍ରିକେଟର ଋଷଭ ପନ୍ତ । କାର ଦୁର୍ଘଟଣା ଗ୍ରସ୍ତ ହେବା ପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ କାରରୁ ବାହାରି ଉଦ୍ଧାରକାରୀଙ୍କୁ ନିଜ ପରିଚୟ ପ୍ରଦାନ କରୁଥିଲେ ପନ୍ତ । ସୁଶୀଲ ନାମକ ଜଣେ ବସ୍ ଚାଳକ ହିଁ ପ୍ରଥମେ ଦୁର୍ଘଟଣା ସ୍ଥଳରେ ପହଞ୍ଚି ପନ୍ତଙ୍କୁ ଉଦ୍ଧାର କରିଥିଲେ । ସେ ଦୁର୍ଘଟଣା ଗ୍ରସ୍ତ କାର୍ ନିକଟକୁ ଧାଇଁ ଋଷଭଙ୍କୁ ଉଦ୍ଧାର କରିବା ଲାଗି କାରର କାଚ ଭାଙ୍ଗି ପକାଇ ଥିଲେ। ପରେ ପୋଡ଼ି ଯାଉଥିବା କାର୍ ମଧ୍ୟରୁ ଋଷଭଙ୍କୁ ଟାଣି ବାହାରକୁ ଆଣିବାରେ ସହାୟତା କରିଥିଲେ ସୁଶୀଳ ।

ତେବେ ବସ ଡ୍ରାଇଭର ସୁଶୀଲ କହିଛନ୍ତି ଯେ, ଋଷଭ ପନ୍ତ କିଏ ସେ ଜାଣି ନାହାନ୍ତି । କିନ୍ତୁ ତାଙ୍କୁ ଉଦ୍ଧାର କରି ତୁରନ୍ତ ଆମ୍ବୁଲାନ୍ସ ଯୋଗାଡ଼ କରି ମେଡିକାଲ ନେବା ବ୍ୟବସ୍ଥା କରଥିଲି। ସେ କହିଛନ୍ତି ଯେ, ତାଙ୍କ ବିପରୀତ ଦିଗରୁ ଏସୟୁଭି କାରଟି ଦ୍ରୁତ ଗତିରେ ଆସି ଡିଭାଇଡର ସହ ପିଟି ହୋଇଥିଲା। ତୁରନ୍ତ ମୁଁ ବସକୁ ଅଟକାଇ ଘଟଣା ସ୍ଥକଳୁ ଧାଇଁ ଯାଇଥିଲି। ସେଠାରେ ପନ୍ତ ମୋତେ କହିଥିଲେ ସେ ହେଉଛନ୍ତି ଜଣେ କ୍ରିକେଟର। ପନ୍ତ ତାଙ୍କୁ ତାଙ୍କ ମାଙ୍କୁ ଡାକିବାକୁ କହିଥିଲେ। କିନ୍ତୁ ଏହି ସମୟରେ ତାଙ୍କ ଫୋନ୍ ସୁଇଚ୍ଅଫ୍ ଥିଲା।
ସୁଶୀଲ କହିଛନ୍ତି ଯେ, ମୁଁ କ୍ରିକେଟ ଦେଖେ ନାହିଁ । ମୁଁ ବି ଜାଣି ନଥିଲି ସେ ହେଉଛନ୍ତି ଋଷଭ ପନ୍ତ। କିନ୍ତୁ ମୋ ବସର ଅନ୍ୟ ଯାତ୍ରୀମାନେ ତାଙ୍କୁ ଚିହ୍ନିପାରି ଥିଲେ। ଦୁର୍ଘଟଣାଗ୍ରସ୍ତ କାର ଭିତରୁ ଋଷଭଙ୍କୁ ବାହାର କରିବା ପରେ ତୁରନ୍ତ ଏକ କାର ବନ୍ଦୋବସ୍ତରେ ଲାଗି ପଡ଼ିଥିଲି । ମୁଁ ସେଇ କାରେ ଥିବା ଏକ ନୀଳ ବ୍ୟାଗରୁ ୭ରୁ ୮ ହଜାର ଟଙ୍କା ପାଇ ଆମ୍ବୁଲାନ୍ସ ବ୍ୟବସ୍ଥା କରିଥିଲି ।
ସୂଚନା ଅନୁଯାୟୀ, ପନ୍ତ ଆଜି ସକାଳେ ଉତ୍ତରାଖଣ୍ଡର ରୁର୍କୀ ଯାଉଥିବା ବଳେ କାରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏସୟୁଭି କାରଟି ଖୁବ୍ ଦ୍ରୁତଗିତରେ ଆସୁଥିବାରୁ ଦୁର୍ଘଟଣା ପରେ ଜଳି ଯାଇଥିଲା। ସେ ଏକାକୀ କାର୍ ଚଳାଇ ଯାଉଥିବା ବେଳେ ହଠାତ୍ ଘୁମେଇ ପଡ଼ିଥିଲେ। ଫଳରେ କାରଟି ସିଧା ଯାଇ ରାସ୍ତା କଡ଼ ଡିଭାଇଡର ରେଲିଂରେ ମାଡ଼ ହୋଇଥିଲା। ଏଥିରେ ପନ୍ତ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଉତ୍ତରାଖଣ୍ଡର ଡେରାଡୁନରେ ଥିବା ମାକ୍ସ ହସ୍ପିଟାଲରେ ସବୁ ପ୍ରକାରର ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି।
ତେବେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ କହିଛନ୍ତି ଯେ, ପନ୍ତଙ୍କ ଚିକିତ୍ସାର ସମସ୍ତ ଖର୍ଚ୍ଚ ତାଙ୍କ ସରକାର ବହନ କରିବ। ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଂକ୍ରାନ୍ତରେ ସଦ୍ୟତମ ତଥ୍ୟ ସଂଗ୍ରହ କରିବା ସହିତ ତାଙ୍କ ଚିକିତ୍ସା ନିମନ୍ତେ ସବୁ ବ୍ୟବସ୍ଥା କରିବା ଲାଗି ସେ ସରକାରୀ ଅଧିକାରୀମାନଙ୍କୁ କହିଛନ୍ତି। ପ୍ରୟୋଜନ ହେଲେ ଏୟାର୍ ଆମ୍ବୁଲାନ୍ସ୍ ବ୍ୟବସ୍ଥା କରାଯାଉ।
ଋଷଭ ପନ୍ତ କହିଛନ୍ତି, କାର ଚଳାଇବା ସମୟରେ ତାଙ୍କର ଆଖି ଲାଗିଯାଇଥିଲା । ଆଉ କେଇ ମୁହୂର୍ତ୍ତ ଭିତରେ ହିଁ କାର ନିୟନ୍ତ୍ରଣ ହରାଇ ଡିଭାଇଡରରେ ପିଟି ହୋଇ ଦୁର୍ଘଟଣା ଘଟିଛି ।
ନିକଟରେ ପନ୍ତ ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ୍ ଖେଳିଥିଲେ। କିନ୍ତୁ ଜାନୁଆରୀ ୩ରୁ ଆରମ୍ଭ ହେବାକୁ ଥିବା ଶ୍ରୀଲଙ୍କା ବିପକ୍ଷ ଟି-୨୦ ଓ ଦିନିକିଆ ସିରିଜ୍ରୁ ସେ ବାଦ ପଡ଼ିଛନ୍ତି। ବାଂଲାଦେଶ ବିପକ୍ଷ ସିରିଜ୍ ପରେ ପନ୍ତ ଦୁବାଇ ଯାଇ ଖ୍ରୀଷ୍ଟମାସ ପାଳନ କରିଥିଲେ। ତାଙ୍କ ସହ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ଦେଖିବାକୁ ମିଳିଥିଲା।












Click it and Unblock the Notifications