ହାଇଦରାବାଦ୍‌-ଦିଲ୍ଲୀ ଲଢେଇ: ସନ୍‌ରାଇଜର୍ସ ପାଇଁ ଆଜି କର ବା ମର

ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)-୨୦୨୫ର ୫୫ତମ ମ୍ୟାଚ ସନରାଇଜର୍ସ ହାଇଦରାବାଦ୍‌ ଓ ଦିଲ୍ଲୀ କ୍ୟାପିଟାଲ୍‌ସ ମଧ୍ୟରେ ହାଇଦରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡ଼ିମୟରେ ଖେଳାଯିବ। ସନରାଇଜର୍ସ ହାଇଦରାବାଦ୍‌ ପାଇଁ ପ୍ଳେ ଅଫ ଦୌଡ଼ ଆଶାକୁ ବଜାୟ ରଖିବା ନେଇ ଶେଷ ସୁଯୋଗ ରହିଛି।

ବିଶାଖାପାଟଶାରେ ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ପ୍ରଥମ ରାଉଣ୍ଡ ମ୍ୟାଚରେ ଦିଲ୍ଲୀ ୭ ୱିକେଟରେ ହାଇଦରାବାଦ୍‌କୁ ପରାସ୍ତ କରିଥିଲା। ହାଇଦରାବାଦ୍‌ ନିକଟରେ ପ୍ରତିଶୋଧ ନେବାର ସୁଯୋଗ ରହିଛି।

ଦିଲ୍ଲୀ କ୍ୟାପିଟାଲ୍‌ସ ୧୦ଟି ମ୍ୟାଚରୁ ୬ଟି ବିଜୟ ଓ ୪ଟି ପରାଜୟ ସହ ୧୨ ପଏଣ୍ଟ ପାଇଛି। ସନରାଇଜର୍ସ ହାଇଦରାବାଦ୍‌ ବିପକ୍ଷ ମ୍ୟାଚକୁ ଜିତି ପଏଣ୍ଟ ଟେବୁଲର ଉପରକୁ ଉନ୍ନୀତ ହେବାକୁ ଚେଷ୍ଟା କରିବ।

Hyderabad-Delhi clash Do or die for Sunrisers today

ଦିଲ୍ଲୀ ଶେଷ ମ୍ୟାଚରେ କଲକାତା ନାଇଟ୍‌ ରାଇଡର୍ସ ନିକଟରୁ ୧୪ରନରେ ପରାଜିତ ହୋଇଥିଲା। ବ୍ୟାଟିଂ ବିଭାଗରେ ଫାଫ ଡୁପ୍ଲେସି, ଅକ୍ଷର ପଟେଲଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ବ୍ୟାଟ୍‌ସମ୍ୟାନ ସଫଳ ହୋଇନଥିଲେ। ଅଭିଷେକ ପୋରେଲ, କରୁଣ ନାୟର, ଲୋକେଶ ରାହୁଲ, ତ୍ରିଷ୍ଟାନ ଷ୍ଟବ୍‌ସଙ୍କ ଉପରେ ଦଳର ବ୍ୟାଟିଂ ଭାର ନିର୍ଭର କରୁଛି। ପୋରେଲ ଓ ରାହୁଲ ମଧ୍ୟ ଭଲ ଫର୍ମରେ ରହିଛନ୍ତି। ବୋଲିଂ ବିଭାଗକୁ ଦେଖିବାକୁ ଗଲେ ମିଚେଲ ଷ୍ଟାର୍କ ନିୟମିତ ଭାବେ ଭଲ ପ୍ରଦର୍ଶନ କରୁଛନ୍ତି। ଷ୍ଟାର୍କ ୧୪ଟି ୱିକେଟ ନେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଦୁଷ୍ମନ୍ତ ଚାମିରା, ମୁକେଶ କୁମାର, କୁଳଦୀପ ଯାଦବ, ବିପରାଜ ନିଗମ ମଧ୍ୟ ବୋଲିଂ ଭାର ସମ୍ଭାଳୁଛନ୍ତି। ପ୍ରଦର୍ଶନକୁ ଦେଖିଲେ ଉଭୟ କ୍ଷେତ୍ରରେ ଦିଲ୍ଲୀ ସନରାଇଜର୍ସଠାରୁ ଆଗରେ ରହିଛି। ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ଶେଷ ୫ଟି ମ୍ୟାଚର ପ୍ରଦର୍ଶନକୁ ଦେଖିଲେ ଦିଲ୍ଲୀ ୩ଟି ଓ ସନରାଇଜର୍ସ ୨ଟି ମ୍ୟାଚରେ ବିଜୟୀ ହୋଇଛନ୍ତି।

ସନରାଇଜର୍ସ ହାଇଦରାବାଦ୍‌ ୧୦ଟି ମ୍ୟାଚରୁ ୩ଟି ବିଜୟ ଓ ୭ଟି ପରାଜିତ ହୋଇଛି। ପ୍ଲେ ଅଫକୁ ନେଇ ଆଶଙ୍କାରେ ରହିଥିବାବେଳେ ଦଳ ପାଇଁ ଶେଷ ୪ଟି ମ୍ୟାଚ କର ବା ମର ସ୍ଥିତିରେ ପହଞ୍ଚିଛି। ସନରାଇଜର୍ସ ଶେଷ ମ୍ୟାଚରେ ଗୁଜରାଟ ଟାଇଟାନ୍‌ସ ନିକଟରୁ ୩୮ରନରେ ପରାଜିତ ହୋଇଥିଲା। ବ୍ୟାଟିଂ ବିଭାଗରେ ଅଭିଷେକ ଶର୍ମା ୭୪ରନ କରିଥିବାବେଳେ ଅନ୍ୟ କୌଣସି ବ୍ୟାଟ୍‌ସମ୍ୟାନଙ୍କ ସହଯୋଗ ମିଳିନଥିଲା। ଟ୍ରେଭିସ ହେଡ୍‌, ହେନରିକ କ୍ଲାସେନ, ନୀତିଶ କୁମାର ରେଡ୍ଡି, ଈଶାନ କିଷନ ବିଫଳ ହେବା ଦଳର ବ୍ୟାଟିଂ ଚିନ୍ତା ବଢାଇଛି। ପ୍ୟାଟ୍‌ କମିନ୍‌ସ, ମହମ୍ମଦ ସାମି, ଜୟଦେବ ଉନାଦକତ ଓ ହର୍ଶଲ ପଟେଲଙ୍କ ଭଳି ‌େ‌ବାଲର ରହିଥିଲେ ମଧ୍ୟ ଦଳ ବୋଲିଂ ବିଭାଗରେ ବିଫଳ ହେଉଛି। ଦଳକୁ ଦିଲ୍ଲୀ କ୍ୟାପିଟାଲ୍‌ସ ବିପକ୍ଷରେ ଉଭୟ ବ୍ୟାଟିଂ ଓ ବୋଲିଂ ବିଭାଗରେ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପଡ଼ିବ।

ସନରାଇଜର୍ସକୁ ପ୍ଳେ ଅଫ ଦୌଡ଼ ଆଶା ବଜାୟ ରଖିବାକୁ ହେଲେ ଉକ୍ତ ମ୍ୟାଚକୁ କୌଣସି ମତେ ଜିତିବାକୁ ପଡ଼ିବ। ପରାଜିତ ହେଲେ ଦଳ ପ୍ଲେ ଅଫ ଦୌଡ଼ରୁ ବାଦ ପଡ଼ିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+