IPL ୨୦୨୫ ପ୍ରଥମ ମ୍ୟାଚ୍ ପୂର୍ବରୁ ବଦଳିଲା କୋଲକତା ପାଣିପାଗ, ସ୍ଥଗିତ ହୋଇପାରେ ପ୍ରଥମ ମ୍ୟାଚ୍ !
IPL 2025: ଶନିବାର ସନ୍ଧ୍ୟାରେ କୋଲକାତା ନାଇଟ୍ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ IPL 2025ରେ ପ୍ରଥମ ମ୍ୟାଚ୍ ଖେଳାଯିବ । ଆପିଏଲ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ବର୍ତ୍ତମାନ କୋଲକାତାର ପାଗ ଖରାପ ଅଛି। ପାଣିପାଗ ବିଭାଗର ରିପୋର୍ଟ ଅନୁଯାୟୀ, ଶନିବାର ସନ୍ଧ୍ୟାରେ ବର୍ଷା ହୋଇପାରେ। ଯଦି ପ୍ରବଳ ବର୍ଷା ହୁଏ, ତେବେ ମ୍ୟାଚ୍ ମଧ୍ୟ ବାତିଲ ହେବାର ସମ୍ଭାବନା ମଧ୍ୟ ରହିଛି । ଏପରିକି ବର୍ଷା ଯୋଗୁଁ ଖେଳାଳିଙ୍କ ଅଭ୍ୟାସ ମଧ୍ୟ ପ୍ରଭାବିତ ହୋଇଛି ।

ପାଣିପାଗ ବିଭାଗ ସୂଚନା ଅନୁସାରେ, ଶନିବାର ସନ୍ଧ୍ୟା ଏବଂ ରାତିରେ ଆକାଶ ମେଘୁଆ ରହିବାର ସମ୍ଭାବନା ରହିଛି । ଏହା ସହିତ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି। ଦିନ ୧୧ଟାରୁ ୧୨ଟା ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି। ଏହା ପରେ ଆକାଶ ହାଲୁକା ମେଘୁଆ ରହିପାରେ । ସନ୍ଧ୍ୟା ୫-୬ ଟା ପର୍ଯ୍ୟନ୍ତ ପାଗ ଖରାପ ରହିବ। ଯଦି ୬ଟାରେ ବର୍ଷା ହୁଏ, ତେବେ ଉଦଘାଟନୀ ଉତ୍ସବ ପ୍ରଭାବିତ ହୋଇପାରେ ।
ଶୁକ୍ରବାର ସନ୍ଧ୍ୟାରେ କୋଲକାତାରେ ପ୍ରବଳ ବର୍ଷା ହୋଇଥିଲା। ବର୍ଷା ଯୋଗୁଁ ପିଚ୍ ଘୋଡ଼ାଇ ରଖାଯାଇଥିଲା । ଶନିବାରର ପାଗ ମଧ୍ୟ ଖେଳାଳିମାନଙ୍କ ପାଇଁ ଅସୁବିଧାର କାରଣ ହୋଇପାରେ। ଯଦି ବର୍ଷା ହୁଏ ତେବେ ପ୍ରଶଂସକମାନେ ମଧ୍ୟ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। କୋଲକାତା ଏବଂ ବାଙ୍ଗାଲୋର ମଧ୍ୟରେ ମ୍ୟାଚ୍ ପୂର୍ବରୁ ସନ୍ଧ୍ୟା ୬ଟାରେ ଉଦଘାଟନୀ ଉତ୍ସବ ଆୟୋଜନ କରାଯିବ।












Click it and Unblock the Notifications