Get Updates
Get notified of breaking news, exclusive insights, and must-see stories!

WTC Final in Odia: ବିନା ହଟଷ୍ଟାର ସବସ୍କ୍ରିପସନରେ କେମିତି ଦେଖିବେ WTC ଫାଇନାଲ୍ ? ଜାଣନ୍ତୁ, ସମ୍ପୂର୍ଣ୍ଣ ବିବରଣୀ

ହଟଷ୍ଟାର ବ୍ୟତୀତ ଏହି ମ୍ୟାଚ୍ ଜିଓ ଟିଭିର ମୋବାଇଲ୍ ଆପରେ ମଧ୍ୟ ପ୍ରସାରିତ ହେବ । ଯାହା ମାଧ୍ୟମରେ ପ୍ରଶଂସକମାନେ ଏହି ମ୍ୟାଚ୍ ଲାଇଭ୍ ଉପଭୋଗ କରିପାରିବେ ।

ନୂଆଦିଲ୍ଲୀ: ଭାରତ ବନାମ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଐତିହାସିକ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲକୁ ବିଶ୍ବର ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ପ୍ରଥମ ଥର ପାଇଁ ଆଇସିସି ଦ୍ୱାରା ଆୟୋଜିତ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍‌ର ଫାଇନାଲ ମ୍ୟାଚ୍ ଶୁକ୍ରବାର ଦିନ ଭାରତୀୟ ସମୟ 3.30ରେ ସାଉଥମ୍ପଟନ୍‌ର ଏଜିସ୍ ବଲ୍ ଷ୍ଟାଡିୟମରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ।

ବର୍ତ୍ତମାନ ଏହି ମ୍ୟାଚ୍ ଆରମ୍ଭ ହେବାକୁ ମାତ୍ର କିଛି ଘଣ୍ଟା ବାକି ଅଛି । ଆଇସିସି 4,000 ଦର୍ଶକଙ୍କୁ ଏହି ମ୍ୟାଚ୍ ପାଇଁ ଷ୍ଟାଡିୟମକୁ ଆସିବାକୁ ଅନୁମତି ଦେଇଥିବାବେଳେ ଭାରତରେ ସ୍କାଏ ସ୍ପୋର୍ଟସ ଏବଂ ଷ୍ଟାର ସ୍ପୋର୍ଟସକୁ ଏହି ଐତିହାସିକ ଫାଇନାଲ ମ୍ୟାଚର ପ୍ରସାରଣକାରୀ ଭାବରେ ଅଧିକାର ଦିଆଯାଇଛି।

WTC Final

ଏପରି ପରିସ୍ଥିତିରେ, ଯେଉଁ ପ୍ରଶଂସକମାନେ ଭାରତରେ ଘରେ ବସି ଏହି ମ୍ୟାଚ୍ ଉପଭୋଗ କରିବାକୁ ଚାହାଁନ୍ତି, ସେମାନଙ୍କୁ ଟିଭିରେ ଷ୍ଟାର୍ ସ୍ପୋର୍ଟସ୍ ଦେଖିବାକୁ କିମ୍ବା ମୋବାଇଲ୍ ଏବଂ ଅନ୍ୟାନ୍ୟ ଉପକରଣରେ ଦେଖିବା ପାଇଁ ହଟଷ୍ଟାର୍ ଆପ୍ ବ୍ୟବହାର କରିବାକୁ ପଡିବ । ଯଦିଓ ହଟଷ୍ଟାର୍ ଆପରେ ଏହି ମ୍ୟାଚ୍ ଦେଖିବା ପାଇଁ ପ୍ରଶଂସକଙ୍କ ଏକ ସବସ୍କ୍ରିପସନ୍ ରହିବା ଆବଶ୍ୟକ, ଏପରି ପରିସ୍ଥିତିରେ ଯଦି ଜଣେ ଦର୍ଶକ ସବସ୍କ୍ରିପସନ୍ ବିନା ଲାଇଭ୍ ମ୍ୟାଚ୍ ଦେଖିବାକୁ ଚାହାଁନ୍ତି, ତେବେ ସେ ହଟଷ୍ଟାର୍ ମାଧ୍ୟମରେ ତାହା ଦେଖି ପାରିବେ ନାହିଁ ।

ତେବେ, ହଟଷ୍ଟାର ବ୍ୟତୀତ ଏହି ମ୍ୟାଚ୍ ଜିଓ ଟିଭିର ମୋବାଇଲ୍ ଆପରେ ମଧ୍ୟ ପ୍ରସାରିତ ହେବ । ଯାହା ମାଧ୍ୟମରେ ପ୍ରଶଂସକମାନେ ଏହି ମ୍ୟାଚ୍ ଲାଇଭ୍ ଉପଭୋଗ କରିପାରିବେ । ଏଥି ସହିତ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ହେତୁ ବ୍ରଡକାଷ୍ଟର ଷ୍ଟାର ସ୍ପୋର୍ଟସକୁ ମଧ୍ୟ ପ୍ରସାର ଭାରତୀଙ୍କ ସହ ଏହି ମ୍ୟାଚର ଟେଲିକଷ୍ଟ ସେୟାର କରିବାକୁ ପଡିବ, ଅର୍ଥାତ ଭାରତରେ ଏହି ମ୍ୟାଚକୁ ଡିଡି ସ୍ପୋର୍ଟରେ ମଧ୍ୟ ଦେଖି ହେବ ।

ତେବେ ଲାଇଭ ମ୍ୟାଚ୍ ଆସନ୍ତାକାଲି ଅପରାହ୍ନ 3 ଟାରୁ ଡିଡି ସ୍ପୋର୍ଟରେ ପ୍ରସାରଣ ହେବ । ଏପରି ପରିସ୍ଥିତିରେ ଯେଉଁ ଦର୍ଶକମାନେ କୌଣସି ସବସ୍କ୍ରିପସନ୍ ନନେଇ ମାଗଣାରେ ମ୍ୟାଚ୍ ଉପଭୋଗ କରିବାକୁ ଚାହାଁନ୍ତି, ସେମାନେ ଡିଡି ସ୍ପୋର୍ଟ ଚ୍ୟାନେଲ୍ କିମ୍ବା ପ୍ରସାର ଭାରତଙ୍କ ଆପ୍ ମାଧ୍ୟମରେ ଏହାକୁ ଉପଭୋଗ କରିପାରିବେ ।

ଏହା ବ୍ୟତୀତ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍ ସହିତ ଜଡିତ ସମସ୍ତ ଖବର ଏବଂ ରେକର୍ଡ ଆପଣ ଆମ ସାଇଟ ୱାନଇଣ୍ଡିଆ ଓଡିଆରେ ପାଇ ପାରିବେ । ତେଣୁ ମ୍ୟାଚର ଲାଇଭ କଭରେଜ ପାଇଁ ଆପଣ ଆମ ସହିତ ଯୋଡି ହୋଇ ରୁହନ୍ତୁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+