Get Updates
Get notified of breaking news, exclusive insights, and must-see stories!

ମାସିକ କେତେ ପେନସନ୍ ନିଅନ୍ତି ଧୋନୀ ?

ମହେନ୍ଦ୍ର ସିଂ ଧୋନୀ, ଏହି ନାମ ହିଁ ଯଥେଷ୍ଟ । ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ଧୋନୀଙ୍କ ଦଳ ପାଇଁ କଣ ଅବଦାନ ରହିଛି ତାହା ସମସ୍ତଙ୍କୁ ବେଶ ଭଲଭାବେ ଜଣା । ତାଙ୍କ ଅଧିନାୟକତ୍ବରେ ଭାରତ ୨୦୦୭ ଟି-୨୦ ବିଶ୍ବକପ ଏବଂ ୨୦୧୧ ଦିନିକିଆ ବିଶ୍ବକପ ଜିତିଛି । ଅନେକ ଖେଳାଳିଙ୍କ କ୍ୟାରିୟର ପରିବର୍ତ୍ତନ କରିଥିବା ମାହିଙ୍କ ଅନେକ ଫ୍ୟାନ୍ସ ରହିଛନ୍ତି । ଏବେ ମଧ୍ୟ ଆଇପିଏଲରେ ସେ ଖେଳ ଜାରି ରଖିଛନ୍ତି । ଯେତେବେଳେ ପଡ଼ିଆରେ ତାଙ୍କର ଏଣ୍ଟ୍ରିହୁଏ ଫ୍ୟାନ୍ସଙ୍କ ଉତ୍କଣ୍ଠା ବଢ଼ି ଯାଇଥାଏ । ତେବେ ଟିମ ଇଣ୍ଡିଆ ପାଇଁ ଏତେ ଅବଦାନ ରହିଥିବା ଏହି ମହାନ କ୍ରିକେଟର ଅନ୍ତର୍ଜାତୀୟ କ୍ରିକେଟରୁ ବାଏ ବାଏ କରିଥିବାବେଳେ ବିସିସିଆଇ କଣ ଏବେ ତାଙ୍କୁ କିଛି ପ୍ରାପ୍ୟ ଦେଉଛି କି ? ଏମିତି ଏକ ପ୍ରଶ୍ନ ଫ୍ୟାନ୍ସଙ୍କ ମନରେ ଉଠୁଛି ନିଶ୍ଚୟ ।

Dhoni

ବିସିସିଆଇ ନିଜର ଖେଳାଳିଙ୍କ ସହ ପୂର୍ବତନ ଖେଳାଳିଙ୍କୁ ମଧ୍ୟ ସମାନ ନଜରରେ ଦେଖେ । ପୂର୍ବତନ ଖେଳାଳିଙ୍କ ପ୍ରଦର୍ଶନ ହିସାବରେ ସେମାନଙ୍କୁ ପେନସନ ମିଳିଥିଲା । ଧୋନୀ ଭାରତ ପାଇଁ ୯୦ ଟେଷ୍ଟ, ୩୫୦ ଦିନିକିଆ ଏବଂ ୯୮ଟି ଟି-୨୦ ମ୍ୟାଚ ଖେଳିଛନ୍ତି । ତେବେ ଧୋନୀଙ୍କ ପେନସନ କଥା ଯଦି କହିବା ତାହେଲେ ସେ ମାସିକ ୭୦ ହଜାର ଟଙ୍କା ବିସିସିଆଇଠାରୁ ପେନସନ ଆକାରରେ ପାଆନ୍ତି । ପୂର୍ବରୁ ଧୋନୀ ମାସିକ ୫୦ ହଜାର ପାଉଥିଲେ । ମାତ୍ର ସେ ଶୀର୍ଷ ବର୍ଗରେ ଯାଉଥିବାବେଳେ ଏବେ ଏହା ବଢ଼ି ୭୦ ହଜାର ହୋଇଯାଇଛି । ତେବେ ଏହି ରାଙ୍କର ଅନ୍ୟ ଭାରତୀୟ କ୍ରିକେଟରଙ୍କ କଥା ଯଦି କହିବା ତାହେଲେ ସଚିନ ତେନ୍ଦୁଲକର, ସୁନୀଲ ଗାଭାସ୍କର ଏବଂ ରାହୁଲ ଦ୍ରାବିଡଙ୍କ ଭଳି ଖେଳାଳି ମଧ୍ୟ ମାସିକ ୭୦ ହଜାର ପେନସନ ପାଇଥାନ୍ତି । ଯୁବରାଜ ମାସିକ ୬୦ ହଜାର ପେନସନ ପାଉଥିବାବେଳେ ବିନୋଦ କାମ୍ବଲୀ ମାସିକ ୩୦ ହଜାର ପେନସନ ପାଇଥାନ୍ତି ।

ସେପଟେ ଆମେ ଯଦି ଧୋନୀଙ୍କ କଥା କହିବା ତାହେଲେ ସେ କୋଟି କୋଟି ଟଙ୍କାର ମାଲିକ ଅଟନ୍ତି । ସେ ଅନେକ କମ୍ପାନୀର ବ୍ରାଣ୍ଡ ଆମ୍ବାସଡର ହୋଇ ଟଙ୍କା ରୋଜଗାର କରିଥାନ୍ତି । କେବଳ ଏତିକି ନୁହେଁ ଧୋନୀ ଜଣେ ସଫଳ ବ୍ୟବସାୟୀ ମଧ୍ୟ । ସେ ଜୈବିକ କୃଷି କରିବା ସହ କିଛି ବ୍ୟବସାୟରେ ମଧ୍ୟ ପୁଞ୍ଜି ନିବେଶ କରିଛନ୍ତି । ସେ ଭାରତୀୟ ଧନୀ କ୍ରିକେଟରଙ୍କ ତାଲିକାରେ ମଧ୍ୟ ରହିଛନ୍ତି । ସେପଟେ ଆନ୍ତର୍ଜାତୀୟ କ୍ରିକେଟକୁ ସେ ଅଲବିଦା କହିଥିବାବେଳେ ଆଇପିଏଲରେ ନିଜର ଖେଳ ଜାରି ରଖିଛନ୍ତି । କୁହାଯାଉଛି କି, ଚଳିତ ବର୍ଷ ତାଙ୍କ ଶେଷ ଆଇପିଏଲ ସିଜିନ ହୋଇପାରେ । ତେବେ ଧୋନୀଙ୍କ ପରବର୍ତ୍ତୀ ନିଷ୍ପତ୍ତି କଣ ହେବ ତାଉପରେ ରହିଛି ଫ୍ୟାନ୍ସଙ୍କ ନଜର ...

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+