ଆଇପିଏଲ ଫାଇନାଲ ଜିତିଲେ ମିଳିବ କେତେ ଟଙ୍କା ? ହାରିଲେ କେତେ ?

IPL 2023 Final, GT vs CSK: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆଜି ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ୨୦୨୩ର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି । ଦୁଇ ଫାଇନାଲିଷ୍ଟ୍ ଗୁଜରାଟ ଟାଇଟାନ୍ସ (ଜିଟି) ଏବଂ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ମଧ୍ୟରେ ଖେଳାଯିବ ଏହି ଗ୍ରାଣ୍ଡ ଫାଇନାଲ ମ୍ୟାଚ୍ ।

ଆପଣ ଜାଣନ୍ତି କି, ଚଳିତ ଆଇପିଏଲରେ ମୋଟ ୪୬.୫ କୋଟି ଟଙ୍କା ଆର୍ଥିକ ପୁରସ୍କାର ପ୍ରଦାନ କରାଯିବ । ବିଜେତା ଦଳକୁ ୨୦ କୋଟି ଓ ରନର୍ସଅପ ଦଳକୁ ୧୩ କୋଟି ଟଙ୍କା ପୁରସ୍କାର ପ୍ରଦାନ କରାଯିବ । ସେହିପରି ୩ୟ ସ୍ଥାନ ଦଳକୁ ୭ କୋଟି ଓ ୪ର୍ଥ ସ୍ଥାନ ଦଳକୁ ୬.୫ କୋଟି ଟଙ୍କା ପୁରସ୍କାର ପ୍ରଦାନ କରାଯିବ। ଏହାଛଡ଼ା ସର୍ବାଧିକ ରନ କରିଥିବା ବ୍ୟାଟ୍ସମ୍ୟାନ ବା ଅରେଞ୍ଜ କ୍ୟାପ୍ ବିଜେତା ଓ ସର୍ବାଧିକ ୱିକେଟ ହାସଲକାରୀ ପରପଲ କ୍ୟାପ୍ ବିଜେତାଙ୍କୁ ୧ କୋଟି ୫୦ ଲକ୍ଷ ଟଙ୍କାଏ ଆର୍ଥିକ ପୁରସ୍କାର ପ୍ରଦାନ କରାଯିବ ।

IPL 2023 Final, GT vs CSK

ଦେଖନ୍ତୁ ତାଲିକ...

  • ଆଇପିଏଲ୍ ବିଜେତା ଟିମ- ୨୦ କୋଟି
  • ରନର୍ସ ଅପ ଟିମ- ୧୩ କୋଟି
  • ୩ ନଂ ସ୍ଥାନରେ ଥିବା ଦଳ- ୭ କୋଟି ଟଙ୍କା (ମୁମ୍ବାଇ ଇଣ୍ଡିଆନ୍ସ)
  • ୪ ନଂରେ ଥିବା ଦଳ- ୬.୫ କୋଟି (ଲକ୍ଷ୍ନୌ ସୁପର ଜାଏଣ୍ଟସ)
  • ସର୍ବାଧିକ ରନ ହାସଲକାରୀ ଖେଳାଳି (କମଳା କ୍ୟାପ୍)- ୧୫ ଲକ୍ଷ
  • ସର୍ବାଧିକ ୱିକେଟ ଦଖଲକାରୀ ଖେଳାଳି (ବାଇଗଣୀ କ୍ୟାପ୍)- ୧୫ ଲକ୍ଷ
  • ଆଇପିଏଲର ଉଦୀୟମାନ ଖେଳାଳି - ୨୦ ଲକ୍ଷ
  • ଆଇପିଏଲର ଶ୍ରେଷ୍ଠ ମୂଲ୍ୟବାନ ଖେଳାଳି- ୧୨ ଲକ୍ଷ
  • ସିଜିନର ଗେମ୍ ଚେଞ୍ଜର ଖେଳାଳି- ୧୨ ଲକ୍ଷ
  • ସିଜନର ସୁପର ଷ୍ଟ୍ରାଇକର- ୧୫ ଲକ୍ଷ
  • ପାୱାର ପ୍ଲେୟାର ଅଫ ଦି ଇୟର-୧୫ ଲକ୍ଷ

ସୂଚନାଥାଉ କି, ୨୦୦୮ ଆଇପିଏଲ ପ୍ରଥମ ସଂସ୍କରଣ ବିଜେତା ଦଳକୁ ୪.୮ କୋଟି ଓ ରନର୍ସଅପ ଦଳକୁ ୨.୪ କୋଟି ଟଙ୍କା ପୁରସ୍କାର ପ୍ରଦାନ କରାଯାଇଥିଲା । ୨୦୦୯ରେ ମଧ୍ୟ ସମାନ ସଂଖ୍ୟକ ଅର୍ଥରାଶି ପ୍ରଦାନ କରାଯାଇଥିଲା। ୨୦୧୦ରେ ଡିଏଲ୍‌ଏଫ ଟାଇଟଲ ପ୍ରାୟୋଜକ ହେବା ପରେ ପୁରସ୍କାର ରାଶି ବଢି ଯାଇଥିଲା । ୨୦୧୦ରୁ ୨୦୧୩ ପର୍ଯ୍ୟନ୍ତ ବିଜେତା ଦଳକୁ ୧୦ କୋଟି ଓ ରନର୍ସଅପ ଦଳକୁ ୫ କୋଟି ଟଙ୍କା ପୁରସ୍କାର ମିଳିଥିଲା ।

ସେହିପରି ୨୦୧୪ ଓ ୨୦୧୫ରେ ବିଜେତା ଦଳକୁ ୧୫ କୋଟି ଓ ରନର୍ସଅପ ଦଳକୁ ୧୦ କୋଟି ଟଙ୍କା ମିଳିଥିଲା। ୨୦୧୬ରୁ ୨୦୧୯ ପର୍ଯ୍ୟନ୍ତ ବିଜେତା ଦଳକୁ ୨୦ କୋଟି ଓ ରନର୍ସଅପ ଦଳକୁ ୧୧ କୋଟି ଟଙ୍କା ପୁରସ୍କାର ମିଳିଥିଲା । ୨୦୨୧ ଓ ୨୦୨୨ରେ ବିଜେତା ଦଳର ପୁରସ୍କାର ରାଶି ପୂର୍ବଭଳି ୨୦ କୋଟିରେ ରହିଥିଲା । ୨୦୨୩ରେ ବିଜେତା ରାଶି ସମାନ ରହିଥିଲେ ମଧ୍ୟ ରନର୍ସଅପ ପୁରସ୍କାର ରାଶିକୁ ୧୧ କୋଟିରୁ ୧୩ କୋଟିକୁ ବୃଦ୍ଧି କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+