ବର୍ଷକୁ କେତେ ଟଙ୍କା ରୋଜଗାର କରୁଛନ୍ତି ବିରାଟ କୋହଲି ? କ୍ରିକେଟ ସହ ଟଙ୍କା ରୋଜଗାରରେ ବି ଭାଙ୍ଗୁଛନ୍ତି ରେକର୍ଡ

ଭାରତୀୟ ଷ୍ଟାର କ୍ରିକେଟର ବିରାଟ କୋହଲି ବିଶ୍ବରେ ସର୍ବାଧିକ ରୋଜଗାର କରୁଥିବା ଖେଳାଳିଙ୍କ ମଧ୍ୟରୁ ଜଣେ । କ୍ରିକେଟରେ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗିବାରେ ପରିଚିତ କୋହଲି ଗତ 12 ମାସ ମଧ୍ୟରେ ସର୍ବାଧିକ ରୋଜଗାର କରିବାରେ ମଧ୍ୟ ରେକର୍ଡ କରିଛନ୍ତି ।

ସବୁଠାରୁ ଅଧିକ ରୋଜଗାର କରୁଥିବା କ୍ରିକେଟର

ଷ୍ଟେଟିଷ୍ଟା ଦ୍ବାରା ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ପୂର୍ବତନ ଭାରତୀୟ ଅଧିନାୟକ ତଥା ଷ୍ଟାର କ୍ରିକେଟର କୋହଲି ଗତ 12 ମାସରେ 847 କୋଟି ଟଙ୍କା ରୋଜଗାର କରିଛନ୍ତି । ସାମଗ୍ରିକ ତାଲିକାରେ ଏହି ଭାରତୀୟ କ୍ରିକେଟର ନବମ ସ୍ଥାନରେ ଅଛନ୍ତି । ଏହି ତାଲିକାରେ ଫୁଟବଲର୍ କ୍ରିଷ୍ଟିଆନୋ ରୋନାଲ୍ଡୋ ଶୀର୍ଷରେ ଅଛନ୍ତି, ଯାହାଙ୍କ ରୋଜଗାର ପ୍ରାୟ 2081 କୋଟି ଟଙ୍କା ରହିଛି । ଗତ 12 ମାସ ମଧ୍ୟରେ ସର୍ବାଧିକ ରୋଜଗାର କରୁଥିବା ଆଥଲେଟ୍ ତାଲିକାରେ କୋହଲି ଏକମାତ୍ର କ୍ରିକେଟର ।

ଏହି ତାଲିକାରେ ଫୁଟବଲ ଖେଳାଳି ଏବଂ ବାସ୍କେଟବଲ ଖେଳାଳି ମଧ୍ୟ ରହିଛନ୍ତି । ଜନ୍ ରହମ୍ ଦ୍ବିତୀୟ ସ୍ଥାନରେ ଥିବାବେଳେ ଆର୍ଜେଣ୍ଟିନାର ଷ୍ଟାର ଫୁଟବଲର୍ ଲିଓନେଲ୍ ମେସି ତୃତୀୟ ସ୍ଥାନରେ ଅଛନ୍ତି । ଲେବ୍ରୋନ୍ ଜେମ୍ସ ଏବଂ ଜିଆନିସ୍ ଆଣ୍ଟେଟୋକାଉନମ୍ପୋ ଯଥାକ୍ରମେ ଚତୁର୍ଥ ଏବଂ ପଞ୍ଚମ ସ୍ଥାନରେ ଅଛନ୍ତି । ଏହାପରେ ଯଥାକ୍ରମେ କାଇଲିଆନ୍ ଏମବାପ୍ପେ, ନେମାର, କରିମ୍ ବେଞ୍ଜେମା, ବିରାଟ କୋହଲି ଏବଂ ଷ୍ଟିଫେନ୍ କ୍ୟୁରୀ ଅଛନ୍ତି ।

Virat Kohli

କୋହଲିଙ୍କ ରୋଜଗାରର ଉତ୍ସ :-

ଏହି ଷ୍ଟାର ଭାରତୀୟ ବ୍ୟାଟରଙ୍କୁ ବିସିସିଆଇ ଦ୍ବାରା ଗ୍ରେଡ୍ ଏ+ କେନ୍ଦ୍ରୀୟ ଚୁକ୍ତି ମିଳିଛି । ଏଥିରୁ କୋହଲି ପ୍ରତିବର୍ଷ ବିସିସିଆଇରୁ 7 କୋଟି ଟଙ୍କା ପାଇଥାନ୍ତି । ଆଇପିଏଲରେ ବିରାଟ କୋହଲିଙ୍କ ଦରମା ବିସିସିଆଇ ଚୁକ୍ତିଠାରୁ ମଧ୍ୟ ଅଧିକ । କୋହଲି ଗୋଟିଏ ସିଜିନରେ ଆର୍‌ସିବି ଫ୍ରାଞ୍ଚାଇଜରୁ 15 କୋଟି ଟଙ୍କା ଦରମା କରନ୍ତି । ଏହା ବ୍ୟତୀତ ସେ ବିଭିନ୍ନ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟରୁ ମଧ୍ୟ ରୋଜଗାର କରନ୍ତି । ଏହା ବ୍ୟତୀତ କୋହଲି ଅନେକ କମ୍ପାନୀରେ ଅଂଶୀଦାର ମଧ୍ୟ ଅଛନ୍ତି ।

ଟ୍ୟାକ୍ସ ଦେଇଛନ୍ତି 66 କୋଟି :-

ଫର୍ଚ୍ୟୁନ୍ ଇଣ୍ଡିଆର ନିକଟରେ ପ୍ରକାଶିତ ଏକ ରିପୋର୍ଟରେ ପ୍ରକାଶ ପାଇଛି ଯେ ବିରାଟ କୋହଲି 66 କୋଟି ଟଙ୍କା ଟ୍ୟାକ୍ସ ଦେଉଛନ୍ତି, ଯାହାକି କୌଣସି ଭାରତୀୟ ଖେଳାଳିଙ୍କ ଦ୍ୱାରା ଦିଆଯାଇଥିବା ସର୍ବାଧିକ ପରିମାଣର ଟ୍ୟାକ୍ସ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+