Get Updates
Get notified of breaking news, exclusive insights, and must-see stories!

ପ୍ୟାରିସ ଅଲିମ୍ପିକ୍ସ: ପାକିସ୍ତାନରୁ ମାତ୍ର ୭ ଖେଳାଳି

Paris Olympics: ଆସନ୍ତା ୨୬ ତାରିଖକୁ ପ୍ୟାରିସ୍ ଅଲିମ୍ପିକ୍ସ ଆରମ୍ଭ ହେବା ପାଇଁ ଯାଉଛି, ଯେଇଁଥି ପାଇଁ ପ୍ରସ୍ତୁତି ଜୋରସୋରରେ ଜାରି ରହିଛି । ଏହି କାର୍ଯ୍ୟକ୍ରମରେ ଭାରତ ସହ ମୋଟ 184ଟି ଦେଶ ଅଂଶଗ୍ରହଣ କରିବେ। ଭାରତର ପଡୋଶୀ ଦେଶ ପାକିସ୍ତାନ ମଧ୍ୟ ଏଥିରେ ଭାଗ ନେବା ପାଇଁ ଯାଉଛି । ଏଥର ପ୍ରାୟ 120 ଆଥଲେଟ୍ ଭାରତରୁ ପ୍ୟାରିସ୍ ଅଲିମ୍ପିକ୍ସରେ ଭାଗ ନେବା ପାଇଁ ଯାଉଛନ୍ତି । ଭାରତୀୟ ଦଳ ବିଭିନ୍ନ ବର୍ଗରେ ପଦକ ଜିତିବାର ମଧ୍ୟ ଆଶା ରହିଛି । ଟୋକିଓ ଅଲିମ୍ପିକ୍ସ ତୁଳନାରେ ଏଥର ଭାରତୀୟ ଦଳରୁ ଅଧିକ ପଦକ ଆଶା କରାଯାଉଛି ।

ଅନ୍ୟପକ୍ଷରେ ପାକିସ୍ତାନର ଆଥଲେଟଙ୍କ ସଂଖ୍ୟା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ । ପୁରୁଷ ବର୍ଗରେ କେବଳ 4 ଜଣ ଆଥଲେଟ୍ ପାକିସ୍ତାନରୁ ପ୍ୟାରିସ୍ ଅଲିମ୍ପିକ୍ସ ଯୋଗ ଦେବା ନେଇ ସୂଚନା ରହିଛି । ସେମାନଙ୍କ ମଧ୍ୟରେ ଜାଭେଲିନ୍ ଥ୍ରୋରେ ନାଦିମ୍ ଅଛନ୍ତି । ସେହିପରି 3 ଜଣ ମହିଳା ଆଥଲେଟ୍ ମଧ୍ୟ ରହିଛନ୍ତି । ଉଭୟ ପୁରୁଷ ଏବଂ ମହିଳାଙ୍କୁ ମିଶାଇ ପାକିସ୍ତାନରୁ ମାତ୍ର 7 ଜଣ ଆଥଲେଟ୍ ଏଥର ପ୍ୟାରିସ୍ ଅଲିମ୍ପିକ୍ସରେ ଭାଗ ନେବେ ।

Paris Olympics

ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ପାକିସ୍ତାନଠାରୁ ଛୋଟ ଛୋଟ ଦେଶର ଆଥଲେଟଙ୍କ ସଂଖ୍ୟା ସେମାନଙ୍କଠୁ ଅଧିକ ରହିଛି । ବର୍ତ୍ତମାନ ଦେଖିବା ବାକି ରହିଲା ଏଥର ପାକିସ୍ତାନ କେତୋଟି ପଦକ ଯିତିବାରେ ସଫଳ ହେଉଛି ।

ଅରଶଦ ନଦିମ - ପୁରୁଷ ଜାଭେଲିନ୍ ଥ୍ରୋ
ଗୁଲଫାମ ଜୋସେଫ - 10 ମିଟର ଏୟାର ପିସ୍ତଲ
ଗୁଲାମ ମୁସ୍ତାଫା ବଶିର - 25 ମିଟର ରାପିଡ ଫାୟାର ପିସ୍ତଲ
କିଶମାଲା ତଲତ - 10 ମିଟର ମହିଳା ଏୟାର ପିସ୍ତଲ
ଫାଇକା ରିଆଜ - 100 ମିଟର ମହିଳା ଟ୍ରାକ ଇଭେଣ୍ଟ

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+