ହକି ବିଶ୍ୱକପ: ଆଜି ପୁଲ୍-ସି ଓ ପୁଲ୍-ଡି ରେ ଦୁଇଟି ଲେଖାଏଁ ମ୍ୟାଚ୍
ଏଫ୍ଆଇଏଚ୍ ଓଡିଶା ପୁରୁଷ ହକି ବିଶ୍ୱକପ ୨୦୨୩ର ସପ୍ତମ ଦିନରେ ଆଜି ରହିଛି 4ଟି ମ୍ୟାଚ । ଆଜି ପୁଲ୍- ସି ଓ ପୁଲ୍- ଡି ରେ ରହିଛି ଦୁଇଟି ଲେଖାଏଁ ମ୍ୟାଚ୍ ।
ଭୁବନେଶ୍ବର: ଏଫ୍ଆଇଏଚ୍ ଓଡିଶା ପୁରୁଷ ହକି ବିଶ୍ୱକପ ୨୦୨୩ର ସପ୍ତମ ଦିନରେ ଆଜି ରହିଛି 4ଟି ମ୍ୟାଚ । ଆଜି ପୁଲ୍- ସି ଓ ପୁଲ୍- ଡି ରେ ରହିଛି ଦୁଇଟି ଲେଖାଏଁ ମ୍ୟାଚ୍ ।

ପୁଲ୍-ସି ରେ ମ୍ୟାଚ
ଆଜିର ପ୍ରଥମ ମ୍ୟାଚ ପୁଲ୍-ସି ରେ ରହିଛି । ଦିନ ଗୋଟିଏ ରେ ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ଖେଳାଯିବ ମାଲେସିଆ ବନାମ ନ୍ୟୁଜିଲାଣ୍ଡ ମୁକାବିଲା । ସେହିପରି ପୁଲ୍-ସିର ଅନ୍ୟ ଏକ ମ୍ୟାଚରେ ନେଦରଲ୍ୟାଣ୍ଡସ୍ କୁ ଭେଟିବ ଚିଲି । ଯାହା ସଂଧ୍ୟା 5ଟାରେ ରାଉରକେଲାରେ ଖେଳାଯିବ ।
ପୁଲ୍- ଡି ମ୍ୟାଚ
ଅନ୍ୟପଟେ ପୁଲ୍-ଡିରେ ଆଜି ଦୁଇଟି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ରହିଛି । ଏହି ପୁଲ୍ ର ଦ୍ବିତୀୟ ମ୍ୟାଚରେ ଭାରତ ନବାଗତ ୱେଲ୍କୁ ଭେଟିବ । ଯାହା କଳିଙ୍ଗ ଷ୍ଟାଡିୟମରେ ସଂଧ୍ୟା 7ଟାରେ ଖେଳାଯିବ । ସିଧାସଳଖ କ୍ୱାର୍ଟର ଫାଇନାଲକୁ ଉତିନ୍ନ ହେବା ଲାଗି ଏହି ମ୍ୟାଚରେ ଭାରତକୁ ବୃହତ ବିଜୟ ଆବଶ୍ୟକ ରହିଛି । ଏହା ପୂର୍ବରୁ ଏହି ପୁଲରେ ଇଂଲଣ୍ଡ-ସ୍ପେନ୍ ମ୍ୟାଚ ରହିଛି । ଯାହା କି ସଂଧ୍ୟା 5ଟାରେ ଖେଳାଯିବ ।
ତେବେ ଉଭୟ ଭାରତ-ୱେଲ୍ସ ବିଶ୍ବକପରେ ପ୍ରଥମ ଥର ପାଇଁ ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ବିଭିନ୍ନ ଦୃଷ୍ଟିକୋଣରୁ ଏହି ମ୍ୟାଚ ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ବ ବହନ କରୁଛି । ଭାରତ ଉକ୍ତ ମ୍ୟାଚକୁ ବଡ ବ୍ୟବଧାନରେ ଜିତି ସିଧାସଳଖ କ୍ବାର୍ଟର ଫାଇନାଲକୁ ଉନ୍ନୀତ ହେବାକୁ ଲକ୍ଷ୍ୟ ରଖିଛି ।












Click it and Unblock the Notifications