ହକି ବିଶ୍ୱକପ: ଆଜି ଶେଷ କ୍ରସ୍ ଓଭର ଫାଇଟ୍, କଳିଙ୍ଗରେ ଦୁଇଟି ହାଇଭୋଲ୍ଟେଜ୍ ଲଢେଇ
ଚଳିତ ଏଫ୍ଆଇଏଚ୍ ଓଡିଶା ହକି ବିଶ୍ୱକପରେ ଆଜି (ସୋମବାର) ଖେଳାଯିବ ଶେଷ କ୍ରସ୍ ଓଭର ମ୍ୟାଚ୍ । ତୃତୀୟ ଓ ଚତୁର୍ଥ କ୍ୱାର୍ଟର ଫାଇନାଲ୍ସ ସ୍ଥାନ ବୁକ୍ ପାଇଁ ଆଜି କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ଦୁଇଟି ହାଇଭୋଲ୍ଟେଜ ଫାଇଟ୍ ।
ଭୁବନେଶ୍ୱର: ଚଳିତ ଏଫ୍ଆଇଏଚ୍ ଓଡିଶା ହକି ବିଶ୍ୱକପରେ ଆଜି (ସୋମବାର) ଖେଳାଯିବ ଶେଷ କ୍ରସ୍ ଓଭର ମ୍ୟାଚ୍ । ତୃତୀୟ ଓ ଚତୁର୍ଥ କ୍ୱାର୍ଟର ଫାଇନାଲ୍ସ ସ୍ଥାନ ବୁକ୍ ପାଇଁ ଆଜି କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ଦୁଇଟି ହାଇଭୋଲ୍ଟେଜ ଫାଇଟ୍ ।

ତୃତୀୟ କ୍ରସ୍ ଓଭର ମ୍ୟାଚରେ ଅପରାହ୍ନ ୪.୩୦ରେ ହକି ପାୱାର ହାଉସ୍ ଆର୍ଜେଣ୍ଟିନା ଓ ଦକ୍ଷିଣ କୋରିଆ ପରସ୍ପରକୁ ଭେଟିବେ।ଏଫ୍ଆଇଏଚ୍ ର୍ୟାଙ୍କିଙ୍ଗରେ ଆର୍ଜେଣ୍ଟିନା ସପ୍ତମ ସ୍ଥାନରେ ରହିଥିବା ବେଳେ କୋରିଆ ୩ଟି ସ୍ଥାନ ତଳେ ରହି ୧୦ମ ସ୍ଥାନରେ ରହିଛି । ଚଳିତ ବିଶ୍ୱକପରେ ଦକ୍ଷିଣ କୋରିଆ ପୁଲ ବି'ରେ ବେଲଜିୟମ, ଜର୍ମାନୀ ଓ ଜାପାନ ସହିତ ସାମିଲ ରହିଥିଲା। ଦକ୍ଷିଣ କୋରିଆ ଏହି ପୁଲ୍ରେ ୩ଟି ମ୍ୟାଚ୍ ଖେଳି ଗୋଟିଏ ବିଜୟ, ଦୁଇଟି ପରାଜୟ ସହ ୩ ପଏଣ୍ଟ ପାଇ ତୃତୀୟ ସ୍ଥାନରେ ରହିଥିଲା ।
ଶେଷ କ୍ରସ୍ ଓଭର ଜର୍ମାନୀ ବନାମ ଫ୍ରାନ୍ସ
ଚତୁର୍ଥ ତଥା ଅନ୍ତିମ କ୍ରସ୍ ଓଭର ମ୍ୟାଚରେ ୟୁରୋପର ଦୁଇ ହାଇପ୍ରୋଫାଇଲ ଦଳ ଜର୍ମାନୀ ଓ ଫ୍ରାନ୍ସ ପରସ୍ପରକୁ ଭେଟିବେ । ଗ୍ରୁପ୍-ଏ'ରେ ଫ୍ରାନ୍ସ ଗୋଟିଏ ଲେଖାଏଁ ବିଜୟ, ପରାଜୟ ଓ ଅମୀମାଂସିତରୁ ୪ ପଏଣ୍ଟ ସହ ଟେବୁଲର ତୃତୀୟ ସ୍ଥାନରେ ରହି ଏହି ଯୋଗ୍ୟତା ଅର୍ଜନ କରିଥିଲା। ଏହି ଦଳ ଗ୍ରୁପ୍-ବି'ର ଦ୍ବିତୀୟ ସ୍ଥାନରେ ଥିବା ଜର୍ମାନି (୨ ବିଜୟ, ୧ ଡ୍ର, ୭ ପଏଣ୍ଟ୍)କୁ ଭେଟିବ । ଦୁଇ ଥରର ବିଜେତା ଜର୍ମାନି (୨୦୦୨, ୨୦୦୬) ତୃତୀୟ ଟ୍ରଫି ଲକ୍ଷ୍ୟ ରଖିଛି। କେବେ ବିଶ୍ବକପ୍ ଜିତିନଥିବା ଫ୍ରାନ୍ସକୁ ହରାଇ କ୍ବାର୍ଟରରେ ପହଞ୍ଚିବା ଲକ୍ଷ୍ୟ ରହିଛି ଜର୍ମାନି। କ୍ବାର୍ଟରରେ ଏହି ଦୁଇ ଦଳର ବିଜେତା ଇଂଲଣ୍ଡକୁ ଭେଟିବ।












Click it and Unblock the Notifications