ହକି ବିଶ୍ୱକପ୍: ଆଜିଠୁ ଉଦଘାଟନୀ ଉତ୍ସବର ଟିକେଟ୍ ବିକ୍ରି, ଜଲୱା ଦେଖାଇବେ ରଣବୀର ସିଂ ଓ ଦିଶା ପଟାନୀ

ହକି ବିଶ୍ୱକପ୍: ଆଜିଠୁ ଉଦଘାଟନୀ ଉତ୍ସବର ଟିକେଟ୍ ବିକ୍ରି, ଜଲୱା ଦେଖାଇବେ ରଣବୀର ସିଂ ଓ ଦିଶା ପଟାନୀ

ହକି ବିଶ୍ୱକପ୍: ଆସନ୍ତା ବର୍ଷ ଜାନୁଆରୀ ୧୩ ରୁ ୨୯ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଏବଂ ରାଉଲକେଲାରେ ହେବା ପାଇଁ ଯାଉଛି ପୁରୁଷ ହକି ବିଶ୍ୱକପ । ଯାହା ପାଇଁ ଏବେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ହକି ବିଶ୍ୱକପ୍ ଦୁଇ ଦିନ ପୂର୍ବରୁ ଅର୍ଥାତ୍ ୧୩ ଜାନୁଆରୀରେ କଟକ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବା ପାଇଁ ଯାଉଛି ଉଦଘାଟନୀ ଉତ୍ସବ । ଯେଉଁଥି ପାଇଁ ଆଜିଠୁ ଅନଲାଇନ୍ ଟିକେଟ୍ ବୁକ କରି ପାରିବେ ଲୋକେ । ଆଜି ୧୨ ଟାରୁ ଅନଲାଇନ୍ ସାଇଟ୍ ଖୋଲି ସାରିଛି । ଅନଲାଇନ୍ ପ୍ଲାଟଫର୍ମ ପେଟିଏମ୍ ଇନସାଇଡରରେ କିଟେକ୍ ବୁକ୍ କରିପାରିବେ ଦର୍ଶକ ।

 Hockey World Cup

ହକି ବିଶ୍ୱକପ୍ ଉଦଘାଟନୀ କାର୍ଯ୍ୟକ୍ରମରେ ଦେଖିବା ପାଇଁ ମିଳିବ ବଲିଉଡ ସୁପରଷ୍ଟାରଙ୍କ ଜଲୱା । ରଣବୀର ସିଂ ଏବଂ ଦିଶା ପଟାନୀଙ୍କ ଡ୍ୟାନ୍ସର ତାଳେ ତେଳେ ଝୁମିବେ ଓଡ଼ିଶାବାସୀ । ସେହିପରି ସଙ୍ଗୀତ ନିର୍ଦ୍ଦେଶକ ପ୍ରିତମ, ଲିଶା ମିଶ୍ର, ନୀତି ମୋହନ, ବେନୀ ଦୟାଲ, ବ୍ଲାକସନ୍ ଡ୍ୟାନ୍ସ ଗ୍ରୁପ, ଓଡ଼ିଶୀ ନୃତ୍ୟ ଗୁରୁ ଅରୁଣା ମହାନ୍ତି ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ । ଚଳିତ ବର୍ଷ ବେଶ୍ ଚର୍ଚ୍ଚାରେ ରହିଛି ହକି ବିଶ୍ୱକପ୍ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+