ହକି ବିଶ୍ୱକପ: ଆଜିଠୁ କ୍ୱାର୍ଟର ଫାଇନାଲ ମୁକାବିଲା
ଆଜିଠୁ ଆରମ୍ଭ ହେବ କ୍ୱାର୍ଟର ଫାଇନାଲ ପର୍ଯ୍ୟାୟ । ଆଜି ଦୁଇଟି ମ୍ୟାଚ୍ ଖେଳାଯିବ ଏବଂ ଦୁଇଟି ଯାକ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ । ପ୍ରଥମେ ଅପରାହ୍ଣ ୪.୩୦ରେ ଅଷ୍ଟ୍ରେଲିଆ ଏବଂ ସ୍ପେନ୍ ମଧ୍ୟରେ ହେବ କ୍ୱାର୍ଟର ଫାଇନାଲ ମ୍ୟାଚ୍ ।

ଭୁବନେଶ୍ୱର: ହକି ବିଶ୍ୱକପ୍ ୨୦୨୩ । ଆଜିଠୁ ଆରମ୍ଭ ହେବ କ୍ୱାର୍ଟର ଫାଇନାଲ ପର୍ଯ୍ୟାୟ । ଆଜି ଦୁଇଟି ମ୍ୟାଚ୍ ଖେଳାଯିବ ଏବଂ ଦୁଇଟି ଯାକ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ । ପ୍ରଥମେ ଅପରାହ୍ଣ ୪.୩୦ରେ ଅଷ୍ଟ୍ରେଲିଆ ଏବଂ ସ୍ପେନ୍ ମଧ୍ୟରେ ହେବ କ୍ୱାର୍ଟର ଫାଇନାଲ ମ୍ୟାଚ୍ ଏହା ପରେ ସନ୍ଧ୍ୟା ୭ଟାରେ ବେଲଜିୟମ କଡା ଟକ୍କର ଦେବ ନ୍ୟୁଜିଲାଣ୍ତସ ।
ସେହିପରି ଗତକାଲି ଶେଷ ହୋଇଥିଲା କ୍ରସ୍ ଓଭର ମ୍ୟାଚ୍ । ତୃତୀୟ କ୍ରସ୍ ଓଭର ମ୍ୟାଚରେ ଗତକାଲି ଆର୍ଜେଣ୍ଟିନା ଓ ଦକ୍ଷିଣ କୋରିଆ ମଧ୍ୟରେ ହୋଇଥିଲା କଡା ଟକ୍କର । ଆର୍ଜେଣ୍ଟିନାକୁ ୩-୨ଗୋଲରେ ପରାସ୍ତ କରି କ୍ୱାର୍ଟରରେ ପ୍ରବେଶ କରିସାରିଛି କୋରିଆ । ସେହିପରି ପ୍ରଥମ କ୍ରସ ଓଭରରେ ପ୍ରାନ୍ସକୁ ହରାଇ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି ଜାର୍ମାନୀ । ତେବେ ବର୍ତ୍ତମାନ ଅଷ୍ଟ୍ରେଲିଆ, ସ୍ପେନ୍, ବେଲଜିୟମ, ନିଉଜଲ୍ୟାଣ୍ତ, ନେଦରଲାଣ୍ତସ, କୋରିଆ, ଇଂଲଣ୍ତ, ଜର୍ମାନୀ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିସାରିଛି ।
ଆସନ୍ତା କାଲି ମଧ୍ୟ କଳିଙ୍ଗ ଷ୍ଟାଡିମରେ ୨ଟି ମ୍ୟାଚ୍ ଖେଳାଯିବ । ପ୍ରଥମେ ନେଦରଲ୍ୟାଣ୍ତସ୍-କୋରିଆ ଏବଂ ଇଂଲଣ୍ତ-ଜର୍ମାନୀ ମଧ୍ୟରେ ହେବ ମ୍ୟାଚ୍ ।












Click it and Unblock the Notifications