ହକି ବିଶ୍ୱକପ: 2014 ପରେ ଟୁର୍ଣ୍ଣାମେଣ୍ଟରେ ପ୍ରଥମ ବିଜୟ ହାସଲ କଲା ସ୍ପେନ୍

ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଏଫ୍ଆଇଏଚ୍ ପୁରୁଷ ହକି ବିଶ୍ବକପ-୨୦୨୩ରେ ଆଜିର ପ୍ରଥମ ମ୍ୟାଚରେ ୫-୧ ଗୋଲରେ ୱେଲ୍ସକୁ ପରାସ୍ତ କରିଛି ସ୍ପେନ୍ ।

ରାଉରକେଲା: ସ୍ଥାନୀୟ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଏଫ୍ଆଇଏଚ୍ ପୁରୁଷ ହକି ବିଶ୍ବକପ-୨୦୨୩ରେ ଆଜିର ପ୍ରଥମ ମ୍ୟାଚରେ ୫-୧ ଗୋଲରେ ୱେଲ୍ସକୁ ପରାସ୍ତ କରିଛି ସ୍ପେନ୍ । ତେବେ ଏହା ସ୍ପେନ ଦଳର ଚଲିତ ବିଶ୍ୱକପରେ ପ୍ରଥମ ବିଜୟ ହୋଇଥିବା ବେଳେ 2014 ପରେ ଦଳ ଟୁର୍ଣ୍ଣାମେଣ୍ଟରେ ପ୍ରଥମ ବିଜୟ ହାସଲ କରିଛି । 2014 ରେ ମାଲେସିଆ ବିପକ୍ଷରେ 5-2ରେ ବିଜୟୀ ହୋଇଥିଲା ସ୍ପେନ୍ ।

Hockey World Cup

ଆଜିର ମ୍ୟାଚ ଆରମ୍ଭରୁ ସ୍ପେନ ଚାପ ପ୍ରୟୋଗ କରି ଚାଲିଥିଲା । ମାତ୍ର ପ୍ରଥମ କ୍ୱାର୍ଟର ଗୋଲ ଶୂନ୍ୟ ରହିଥିଲା । ମାତ୍ର ଦ୍ବିତୀୟ କ୍ବାର୍ଟରରେ ସ୍ପେନ କ୍ରମାଗତ ଭାବେ ୨ଟି ଗୋଲ ଦେଇଥିଲା। ଟିମ୍‌ର ଖେଳାଳି ରେନେ ମାର୍କ ୧୬ ମିନିଟରେ ଓ ୨୨ ମିନିଟରେ ଇଗଲେସିଆସ ଆଲଭାରୋ ଫିଲ୍ଡ ଗୋଲ୍ଡ ଦେଇଥିଲେ।

ସେହିପରି ୩ୟ କ୍ବାର୍ଟରର ୩୨ ମିନିଟରେ ମିରାଲେସ ମାର୍କ ଏକ ପୋନାଲ୍ଟି ଗୋଲ ଓ ୩୮ ମିନିଟରେ ରେନେ ମାର୍କ ଫିଲ୍ଡ ଗୋଲ ଦେଇ ଦଳକୁ ୪-୦ ଗୋଲ୍‌ରେ ଅଗ୍ରଣୀ କରାଇଥିଲେ। ସ୍ପେନ ପକ୍ଷରୁ ୫୬ ମିନିଟରେ ମିରାଲେସ ମାର୍କ ଏକ ଫିଲ୍ଡ ଗୋଲ ଦେଇଥିଲେ। ୱେଲ୍ସ ପକ୍ଷରୁ କାରସନ୍‌ ଜେମ୍‌ସ ୫୨ ମିନିଟରେ ଏକ ଗୋଲ ଦେଇ ନିଜ ଟିମର ସମ୍ମାନ ରଖିଥିଲେ । ତେବେ ଏହା ପୂର୍ବରୁ ଗତ ୧୩ ତାରିଖରେ ଭାରତ ୨-୦ ଗୋଲରେ ସ୍ପେନକୁ ହରାଇଥିଲା ।

କହିରଖୁ କି, ଚଳିତ ଏଫ୍ଆଇଏଚ୍ ପୁରୁଷ ହକି ବିଶ୍ୱକପ ୨୦୨୩ରେ ଆଜି ତୃତୀୟ ଦିନର ଆକ୍ସନ ଶେଷ ହୋଇଛି । ଆଜି ରାଉକେଲ ସ୍ଥିତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଦୁଇଟି ମ୍ୟାଚ ଖେଳା ଯାଇଥିଲା । ପ୍ରଥମ ମ୍ୟାଚରେ ୱେଲ୍ସକୁ 5-1 ରେ ପରାସ୍ତ କରିଥିଲା ସ୍ପେନ । ଅନ୍ୟପଟେ ଇଂଲଣ୍ଡ-ଇଣ୍ଡିଆ ମ୍ୟାଚ ଡ୍ରରେ ଶେଷ ହୋଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+