ହକି ବିଶ୍ୱକପ: ଆସନ୍ତାକାଲି ସେମିଫାଇନାଲ ଫାଇଟ୍; ଜାଣନ୍ତୁ, କେଉଁ ଦଳ କାହାକୁ ଭେଟିବ କେଉଁଠି ?
ଚଳିତ ଏଫ୍ଆଇଏଚ୍ ହକି ବିଶ୍ୱକପ 2023ରେ ଚୁଡାନ୍ତ ହୋଇଛି ସେମିଫାଇନାଲ ଲାଇନ୍ ଅପ୍ । ଗତକାଲି (ବୁଧବାର) ଶେଷ ଦୁଇଟି କ୍ବାର୍ଟର ଫାଇନାଲ ଶେଷ ହେବା ପରେ ଆସନ୍ତାକାଲି (ଶୁକ୍ରବାର) ଖେଳାଯିବ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲ ଫାଇଟ୍ ।
ଭୁବନେଶ୍ବର: ଚଳିତ ଏଫ୍ଆଇଏଚ୍ ହକି ବିଶ୍ୱକପ 2023ରେ ଚୁଡାନ୍ତ ହୋଇଛି ସେମିଫାଇନାଲ ଲାଇନ୍ ଅପ୍ । ଗତକାଲି (ବୁଧବାର) ଶେଷ ଦୁଇଟି କ୍ବାର୍ଟର ଫାଇନାଲ ଶେଷ ହେବା ପରେ ଆସନ୍ତାକାଲି (ଶୁକ୍ରବାର) ଖେଳାଯିବ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲ ଫାଇଟ୍ ।

ଆସନ୍ତା ୨୭ ତାରିଖ (ଆସନ୍ତାକାଲି) ଦୁଇଟି ଯାକ ସେମିଫାଇନାଲ ଖେଳାଯିବ । ପ୍ରଥମ ସେମିଫାଇନାଲରେ ଜର୍ମାନୀକୁ ଅଷ୍ଟ୍ରେଲିଆ ଏବଂ ଦ୍ୱିତୀୟ ସେମିରେ ଗତଥରର ଚାମ୍ପିୟନ ବେଲଜିୟମକୁ ଭେଟିବ ନେଦରଲାଣ୍ଡ୍ସ। ଉଭୟ ମ୍ୟାଚ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ।
ତେବେ ଏହି ମ୍ୟାଚ ଗତ ହକି ବିଶ୍ୱକପ ଫାଇନାଲ ମ୍ୟାଚର ରିକ୍ରିୟେସନ ସଦୃଶ ହେବ । କାରଣ ୨୦୧୮ରେ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ବିଶ୍ୱକପ ଫାଇନାଲରେ ନେଦରଲାଣ୍ଡ୍ସକୁ ହରାଇ ବେଲଜିୟମ ପ୍ରଥମଥର ପାଇଁ ଟାଇଟଲ ଜିତିଥିଲା। ତେଣୁ ପରାଜୟର ମଧୁର ପ୍ରତିଶୋଧ ନେବା ପାଇଁ ନେଦରଲାଣ୍ଡ୍ସ ନିକଟରେ ସୁଯୋଗ ରହିବ ।
ଉଲ୍ଲେଖଥାଉ କି, ବୁଧବାର ତୃତୀୟ କ୍ୱାର୍ଟର ଫାଇନାଲରେ ଜର୍ମାନୀ ସୁଟ୍ଆଉଟ ୪-୩ (ନିର୍ଦ୍ଧାରିତ ସମୟରେ ୨-୨) ଗୋଲରେ ଇଂଲଣ୍ଡକୁ ପରାସ୍ତ କରିଥିଲା। ସେହିପରି ଚତୁର୍ଥ ତଥା ଅନ୍ତିମ କ୍ୱାର୍ଟ ଫାଇନାଲରେ ନେଦରଲାଣ୍ଡ୍ସ ୫-୧ ଗୋଲ୍ରେ କୋରିଆକୁ ମାତ୍ ଦେଇ ତୃତୀୟ ୟୁରୋପୀୟ ଦେଶ ଭାବେ ସେମିଫାଇନାଲ୍ ସ୍ଥାନ ପକ୍କା କରିଥିଲା ।
ଅନ୍ୟପଟେ ଙ୍ଗଳବାର ଅନୁଷ୍ଠିତ ଅନ୍ୟ ୨ କ୍ୱାର୍ଟର ଫାଇନାଲରେ ଯଥାକ୍ରମେ ସ୍ପେନକୁ ୪-୩ରେ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡକୁ ୨-୦ ଗୋଲରେ ବେଲଜିୟମ ପରାସ୍ତ କରିଥିଲା ।
-
ନେପାଳ ଯାଇଥିଲେ ବୁଲିବା ପାଇଁ ଭୟଙ୍କର ଦୁର୍ଘଟଣା ଗଲା ୭ ଭାରତୀୟଙ୍କ ଜୀବନ -
୨ ବିଜେଡି ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍, ରାତି ୯ଟା ଭିତରେ ନବୀନ ନିବାସକୁ ରିପୋର୍ଟ ନିର୍ଦ୍ଦେଶ -
ଜାତୀୟ ରାଜପଥରେ ଯାତ୍ରା କରିବା ହେଲେ ମହଙ୍ଗା, ବାର୍ଷିକ FASTag ଟୋଲ୍ ପାସ୍ ଫି ହୋଲା ବୃଦ୍ଧି କଲେ ସରକାର -
ରାଜ୍ୟସଭା ନିର୍ବାଚନ ପାଇଁ ଏଜେଣ୍ଟ ଘୋଷଣା କଲେ ୩ ଦଳ , ଜାଣନ୍ତୁ କାହାର କିଏ ? -
ହର୍ମୁଜ ପ୍ରଣାଳୀ ଅତିକ୍ରମ କଲା ୨ ଏଲପିଜି ଗଚ୍ଛିତ ଭାରତୀୟ ଜାହାଜ -
ଏଲପିଜି ନିୟମକୁ ସଂଶୋଧନ କଲେ କେନ୍ଦ୍ର ସରକାର, ଏଣିକି ପିଏନ୍ଜି ସଂଯୋଗ ଥିଲେ ମିଳିବ ନାହିଁ ଏଲ୍ପିଜି -
ତମିଲନାଡରେ ବିଜେପିର ରଣନୀତି, ବିଜୟଙ୍କୁ ଦେଲା ବଡ ଅଫର୍ -
ଗ୍ୟାସ ସିଲିଣ୍ଡର ବିସ୍ଫୋରଣରେ ୨ ମୃତ -
କଟକ SCB ଅଗ୍ନିକାଣ୍ଡ ; ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି,ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ -
ଦିଲ୍ଲୀ ହାଇକୋର୍ଟରେ ୧୦କୋଟି ଟଙ୍କାର କେସ୍ ଦାଏର କଲେ କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ଝିଅ, ଜାଣନ୍ତୁ ପୁରା ଘଟଣା -
ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ , ଯାତାୟାତ ବନ୍ଦ ପାଇଁ ସୂଚନା ଦେଲେ ପୁରୀ ଏସ୍ପି -
ବିବାହ ବନ୍ଧନରେ ବାନ୍ଧିହେଲେ କୁଲଦୀପ-ବଂଶୀକା












Click it and Unblock the Notifications