For Quick Alerts
Turn On Notification  
For Daily Alerts
Oneindia App Download

ହକି ବିଶ୍ୱକପ୍ ୨୦୨୩: ଆଜି ସେମିଫାଇନାଲ, କଳିଙ୍ଗ ଷ୍ଟାଡିୟମରେ ହେବ ୨ଟି ମ୍ୟାଚ୍

ହକି ବିଶ୍ୱକପ୍ ୨୦୨୩ । ଆଜି ସେମିଫାଇନାଲ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟରେ ହେବ ୨ଟି ମ୍ୟାଚ୍ । ୪ଟି ଟିମ୍ ମଧ୍ୟରେ ହେବ ମୁକାବିଲା ।

|
hockey world cup

ଭୁବନେଶ୍ୱର: ହକି ବିଶ୍ୱକପ୍ ୨୦୨୩ । ଆଜି ସେମିଫାଇନାଲ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟରେ ହେବ ୨ଟି ମ୍ୟାଚ୍ । ୪ଟି ଟିମ୍ ମଧ୍ୟରେ ହେବ ମୁକାବିଲା । ପ୍ରଥମ ସେମିଫାଇନାଲରେ ଅଷ୍ଟ୍ରେଲିଆ ଏବଂ ଜର୍ମାନୀ ମଧ୍ୟରେ ହେବ କଡା ଟକ୍କର । ସନ୍ଧ୍ୟା ୪.୩୦ରେ ଆରମ୍ଭ ହେବ ମ୍ୟାଚ୍ ।

ତେବେ ଆଜି ଅଷ୍ଟ୍ରେଲିଆ ଭଲ ପ୍ରଦର୍ଶନ କରିବା ପାଇଁ ଚେଷ୍ଟା କରିବ ବୋଲି କହିଛନ୍ତି ଅଷ୍ଟ୍ରେଲିଆ କୋଚ୍ କୋଲିନ ବ୍ୟାଚ୍ । ସେହିପରି ଆଜି ସନ୍ଧ୍ୟା ୭ଟାରେ ଖେଳାଯିବ ଦ୍ୱିତୀୟ ମ୍ୟାଚ୍ । ମୁହାଁମୁହିଁ ହେବ ବେଲଜିୟମ୍ -ନେଦରଲ୍ୟାଣ୍ତସ୍ । ପ୍ରଥମ ସେମିଫାଇନାଲରେ ଜର୍ମାନୀକୁ ଅଷ୍ଟ୍ରେଲିଆ ଏବଂ ଦ୍ୱିତୀୟ ସେମିରେ ଗତଥରର ଚାମ୍ପିୟନ ବେଲଜିୟମକୁ ଭେଟିବ ନେଦରଲାଣ୍ଡସ। ଉଭୟ ମ୍ୟାଚ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ।

ସେହିପରି ଚଳିତ FIH ପୁରୁଷ ହକି ବିଶ୍ବକପରେ ଗତକାଲି କ୍ଲାସିଫିକେସନ୍ ମ୍ୟାଚରେ ଜାପାନକୁ ଭେଟିଥିଲା ଭାରତ । ପୁରୁଷ ହକି ବିଶ୍ୱକପରେ ଭାରତୀୟ ଦଳ କ୍ୱାର୍ଟର ଫାଇନାଲରୁ ବାଦ୍ ପଡିବାରେ ନବମ ସ୍ଥାନ ପାଇଁ ଖେଳଥିଲା । ଗତକାଲି ରାଉରକେଲାର ବିର୍ସା ମୁଣ୍ତା ଷ୍ଟାଜିୟମରେ ଖେଳାଯାଇଥିବା କ୍ଲାସିଫିକେସନ ମ୍ୟାଚରେ ଜାପାନକୁ ୮-୦ ଗୋଲରେ ହରାଇଛି ଭାରତ । ମ୍ୟାଚ ଜିତି ଭାରତୀୟ ଦଳ ନବମ ସ୍ଥାନରେ ରହିଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Hockey World Cup Semifinal Fight Today
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X