For Quick Alerts
Turn On Notification  
For Daily Alerts
Oneindia App Download

ହକି ବିଶ୍ୱକପ କ୍ୱାର୍ଟର ଫାଇନାଲ: ଆଜି ରହିଛି ଦୁଇଟି ହାଇ ଭୋଲ୍ଟେଜ୍ ମୁକାବିଲା

ଚଳିତ ପୁରୁଷ ହକି ବିଶ୍ୱକପ ୨୦୨୩ କ୍ୱାର୍ଟର ଫାଇନାଲରେ ଆଜି ରହିଛି ଦୁଇଟି ହାଇ ଭୋଲ୍ଟେଜ୍ ମୁକାବିଲା । ଆଜି (ବୁଧବାର) କ୍ୱାର୍ଟର ଫାଇନାଲର ସମସ୍ତ ଚାରୋଟି ମ୍ୟାଚ୍ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ।

|

ଭୁବନେଶ୍ୱର: ଚଳିତ ପୁରୁଷ ହକି ବିଶ୍ୱକପ ୨୦୨୩ କ୍ୱାର୍ଟର ଫାଇନାଲରେ ଆଜି ରହିଛି ଦୁଇଟି ହାଇ ଭୋଲ୍ଟେଜ୍ ମୁକାବିଲା । ଆଜି (ବୁଧବାର) କ୍ୱାର୍ଟର ଫାଇନାଲର ସମସ୍ତ ଚାରୋଟି ମ୍ୟାଚ୍ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ।

Hockey World Cup

ଆଜିର ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ନେଦରଲ୍ୟାଣ୍ଡସ୍ ଓ ଦକ୍ଷିଣ କୋରିଆ । ଯାହାକି ୪:୩୦ରେ ଖେଳାଯିବ । ସେହିପରି ସନ୍ଧ୍ୟା ୭ଟାରେ ମୁହାଁମୁହିଁ ହେବେ ଇଂଲଣ୍ଡ ଓ ଜର୍ମାନୀ । ସମସ୍ତ ମ୍ୟାଚ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ।

ଅଷ୍ଟ୍ରେଲିଆ ଓ ବେଲଜିୟମ ପୁରୁଷ ବିଶ୍ୱକପ ହକିର ସେମି ଫାଇନାଲରେ ପ୍ରବେଶ କରିଛନ୍ତି । ମଙ୍ଗଳବାର ଖେଳା ଯାଇଥିବା ପ୍ରଥମ କ୍ୱାର୍ଟର ଫାଇନାଲରେ ୩ ଥରର ଚାମ୍ପିୟନ ଅଷ୍ଟ୍ରେଲିଆ, ସ୍ପେନକୁ ୪-୩ ଗୋଲରେ ହରାଇଛି । ସେପଟେ ନ୍ୟୁଜିଲାଣ୍ଡକୁ ୨-୦ରେ ହରାଇ ଦ୍ୱିତୀୟ ଦଳ ଭାବେ ସେମିରେ ପହଞ୍ଚିଛି ବେଲଜିୟମ ।

ଇଂଲଣ୍ଡ ଓ ଜର୍ମାନୀ

ଦୁଇଥର ଚାମ୍ପିୟନ ଜର୍ମାନୀ ଚଳିତ ହକି ବିଶ୍ୱକପର କ୍ୱାର୍ଟର ଫାଇନାଲରେ ଇଂଲଣ୍ଡକୁ ଭେଟିବ। ସୋମବାର ଅନୁଷ୍ଠିତ କ୍ରସ୍‌ଓଭର ମ୍ୟାଚ୍‌ରେ ଏହି ଦଳ ୫-୧ ଗୋଲରେ ଫ୍ରାନ୍ସକୁ ପରାସ୍ତ କରିଛି । ଗ୍ରୁପ୍‌ ପର୍ଯ୍ୟାୟରେ ପୁଲ୍‌ ଡି'ରେ ଶୀର୍ଷସ୍ଥାନ ଅଧିକାର କରି ଇଂଲଣ୍ଡ ସିଧାସଳଖ କ୍ୱାର୍ଟର ଫାଇନାଲ ଯୋଗ୍ୟତା ପାଇଥିଲା ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Hockey World Cup quarter-finals: Two high-voltage encounters today
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X