Get Updates
Get notified of breaking news, exclusive insights, and must-see stories!

ହକି ବିଶ୍ୱକପ କ୍ୱାର୍ଟର ଫାଇନାଲ: ଆଜି ରହିଛି ଦୁଇଟି ହାଇ ଭୋଲ୍ଟେଜ୍ ମୁକାବିଲା

ଚଳିତ ପୁରୁଷ ହକି ବିଶ୍ୱକପ ୨୦୨୩ କ୍ୱାର୍ଟର ଫାଇନାଲରେ ଆଜି ରହିଛି ଦୁଇଟି ହାଇ ଭୋଲ୍ଟେଜ୍ ମୁକାବିଲା । ଆଜି (ବୁଧବାର) କ୍ୱାର୍ଟର ଫାଇନାଲର ସମସ୍ତ ଚାରୋଟି ମ୍ୟାଚ୍ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ।

ଭୁବନେଶ୍ୱର: ଚଳିତ ପୁରୁଷ ହକି ବିଶ୍ୱକପ ୨୦୨୩ କ୍ୱାର୍ଟର ଫାଇନାଲରେ ଆଜି ରହିଛି ଦୁଇଟି ହାଇ ଭୋଲ୍ଟେଜ୍ ମୁକାବିଲା । ଆଜି (ବୁଧବାର) କ୍ୱାର୍ଟର ଫାଇନାଲର ସମସ୍ତ ଚାରୋଟି ମ୍ୟାଚ୍ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ।

Hockey World Cup

ଆଜିର ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ନେଦରଲ୍ୟାଣ୍ଡସ୍ ଓ ଦକ୍ଷିଣ କୋରିଆ । ଯାହାକି ୪:୩୦ରେ ଖେଳାଯିବ । ସେହିପରି ସନ୍ଧ୍ୟା ୭ଟାରେ ମୁହାଁମୁହିଁ ହେବେ ଇଂଲଣ୍ଡ ଓ ଜର୍ମାନୀ । ସମସ୍ତ ମ୍ୟାଚ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ।

ଅଷ୍ଟ୍ରେଲିଆ ଓ ବେଲଜିୟମ ପୁରୁଷ ବିଶ୍ୱକପ ହକିର ସେମି ଫାଇନାଲରେ ପ୍ରବେଶ କରିଛନ୍ତି । ମଙ୍ଗଳବାର ଖେଳା ଯାଇଥିବା ପ୍ରଥମ କ୍ୱାର୍ଟର ଫାଇନାଲରେ ୩ ଥରର ଚାମ୍ପିୟନ ଅଷ୍ଟ୍ରେଲିଆ, ସ୍ପେନକୁ ୪-୩ ଗୋଲରେ ହରାଇଛି । ସେପଟେ ନ୍ୟୁଜିଲାଣ୍ଡକୁ ୨-୦ରେ ହରାଇ ଦ୍ୱିତୀୟ ଦଳ ଭାବେ ସେମିରେ ପହଞ୍ଚିଛି ବେଲଜିୟମ ।

ଇଂଲଣ୍ଡ ଓ ଜର୍ମାନୀ

ଦୁଇଥର ଚାମ୍ପିୟନ ଜର୍ମାନୀ ଚଳିତ ହକି ବିଶ୍ୱକପର କ୍ୱାର୍ଟର ଫାଇନାଲରେ ଇଂଲଣ୍ଡକୁ ଭେଟିବ। ସୋମବାର ଅନୁଷ୍ଠିତ କ୍ରସ୍‌ଓଭର ମ୍ୟାଚ୍‌ରେ ଏହି ଦଳ ୫-୧ ଗୋଲରେ ଫ୍ରାନ୍ସକୁ ପରାସ୍ତ କରିଛି । ଗ୍ରୁପ୍‌ ପର୍ଯ୍ୟାୟରେ ପୁଲ୍‌ ଡି'ରେ ଶୀର୍ଷସ୍ଥାନ ଅଧିକାର କରି ଇଂଲଣ୍ଡ ସିଧାସଳଖ କ୍ୱାର୍ଟର ଫାଇନାଲ ଯୋଗ୍ୟତା ପାଇଥିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+