Get Updates
Get notified of breaking news, exclusive insights, and must-see stories!

ହକି ବିଶ୍ୱକପ କ୍ୱାର୍ଟର ଫାଇନାଲ ଲାଇନ୍ ଅପ୍: ଜାଣନ୍ତୁ, କେଉଁ ଦିନ କାହା ସହିତ ରହିଛି କାହାର ମ୍ୟାଚ ?

ଚଳିତ ପୁରୁଷ ହକି ବିଶ୍ୱକପ ୨୦୨୩ର ଗ୍ରୁପ ପର୍ଯ୍ୟାୟ ମ୍ୟାଚ ଓ କ୍ରସ୍ ଓଭର ମ୍ୟାଚ ଶେଷ ହେବା ପରେ ଚୁଡାନ୍ତ ହୋଇଛି କ୍ୱାର୍ଟର ଫାଇନାଲ ଲାଇନ୍ ଅପ୍ ।

ଭୁବନେଶ୍ୱର: ଚଳିତ ପୁରୁଷ ହକି ବିଶ୍ୱକପ ୨୦୨୩ର ଗ୍ରୁପ ପର୍ଯ୍ୟାୟ ମ୍ୟାଚ ଓ କ୍ରସ୍ ଓଭର ମ୍ୟାଚ ଶେଷ ହେବା ପରେ ଚୁଡାନ୍ତ ହୋଇଛି କ୍ୱାର୍ଟର ଫାଇନାଲ ଲାଇନ୍ ଅପ୍ । ଗତକାଲି (ସୋମବାର) ଖେଳାଯାଇଥିଲା ଶେଷ କ୍ରିସ୍ ଓଭର୍ ମ୍ୟାଚ ।

Hockey World Cup quarter final

ଗତକାଲି ପ୍ରଥମ ମ୍ୟାଚ ଆର୍ଜେଣ୍ଟିନା ଓ କୋରିଆ ମଧ୍ୟରେ କ୍ରସ୍ ଓଭର ମୁକାବିଲା ରହିଥିଲା । ଶକ୍ତିଶାଳୀ ଆର୍ଜେଣ୍ଟିନାକୁ ସୁଟ୍ଆଉଟ୍ରେ ପରାସ୍ତ କରି ଦକ୍ଷିଣ କୋରିଆ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି । ସେହିପରି ଅନ୍ୟ ଏକ ମ୍ୟାଚ ଜର୍ମାନୀ ଓ ଫ୍ରାନ୍ସ ମଧ୍ୟରେ ହୋଇଥିଲା । ଜର୍ମାନୀ ପ୍ରଥମ କ୍ୱାର୍ଟରରୁ ହିଁ ଫ୍ରାନ୍ସ ଉପରେ ପ୍ରଭାବ ବିସ୍ତାର କରିଚାଲିଥିଲା । ଫ୍ରାନ୍ସକୁ ୫-୧ ଗୋଲରେ ହରାଇ କ୍ୱାର୍ଟରରେ ନିଜ ସ୍ଥାନ ପକ୍କା କରି ନେଇଛି ଜର୍ମାନୀ ।

ଫଳରେ କ୍ରସ୍‌ ଓଭର ମ୍ୟାଚରୁ ୮ ଟିମ୍ କ୍ୱାର୍ଟର ଫାଇନାଲରେ ପହଞ୍ଚିଛନ୍ତି । କ୍ୱାର୍ଟର ଫାଇନାଲରେ ଅଷ୍ଟ୍ରେଲିଆ, ବେଲଜିୟମ, ନେଦରଲାଣ୍ଡ, ଇଂଲଣ୍ଡ, ସ୍ପେନ୍, ନିଉଜିଲ୍ୟାଣ୍ଡ, ଜର୍ମାନୀ ଓ କୋରିଆ ଖେଳିବେ। ଆଜି (ମଙ୍ଗଳବାର) ଓ ଆସନ୍ତାକାଲି (ବୁଧବାର) କ୍ୱାର୍ଟର ଫାଇନାଲର ସମସ୍ତ ଚାରୋଟି ମ୍ୟାଚ୍ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ । ଆଜି ମୁହାଁମୁହିଁ ହେବେ ଅଷ୍ଟ୍ରେଲିଆ ଓ ସ୍ପେନ୍ (୪:୩୦ରେ) ଏବଂ ସନ୍ଧ୍ୟା ୭ ଟାରେ ମୁହାଁମୁହିଁ ହେବେ ବେଲଜିୟମ ଓ ନ୍ୟୁଜିଲାଣ୍ଡ । ସେହିପରି ଆସନ୍ତାକାଲି ପ୍ରଥମେ ୪:୩୦ରେ ମୁହାଁମୁହିଁ ହେବେ ନେଦରଲ୍ୟାଣ୍ଡସ୍ ଓ କୋରିଆ ଏବଂ ସନ୍ଧ୍ୟା ୭ ଟାରେ ମୁହାଁମୁହିଁ ହେବେ ଇଂଲଣ୍ଡ ଓ ଜର୍ମାନୀ ।

ଅଷ୍ଟ୍ରେଲିଆ ବନାମ ସ୍ପେନ୍

ବିଶ୍ୱକପରେ ଅଧିକ ପଦକ ହାସଲ କରିଥିବା ଦଳ ହେଉଛି ଅଷ୍ଟ୍ରେଲିଆ। ଏହି ଦଳ ୧୯୮୬, ୨୦୧୦ ଓ ୨୦୧୪ରେ ଚାମ୍ପିୟନ ହୋଇଥିବା ବେଳେ ୨୦୦୨ ଓ ୨୦୦୬ରେ ରନର୍ସ ଅପ୍‌ ଏବଂ ୧୯୭୮, ୧୯୮୨, ୧୯୯୦, ୧୯୯୪ ଓ ୨୦୧୮ରେ ତୃତୀୟ ସ୍ଥାନରେ ରହି ବ୍ରୋଞ୍ଜ୍‌ ପଦକ ପାଇଥିଲା । ମୋଟ୍‌ ୧୦ଥର ପୋଡିୟମ ମଣ୍ଡନ କରି ସାରିଥିବା ଅଷ୍ଟ୍ରେଲିଆ ସ୍ବାଭାବିକ ଭାବେ ସ୍ପେନ୍‌ ବିପକ୍ଷରେ ଫେଭରାଇଟ ବିବେଚିତ ହେବ।

ତେବେ ସ୍ପେନ୍‌ କେବେ ଟାଇଟଲ ସ୍ବାଦ ଚାଖିପାରି ନ ଥିବାବେଳେ ୧୯୭୧ ଓ ୧୯୯୮ରେ ରୌପ୍ୟ ଏବଂ ୨୦୦୬ରେ ବ୍ରୋଞ୍ଜ୍‌ ପଦକ ଜିତିଛି। ରେକର୍ଡ ମଧ୍ୟ ଅଷ୍ଟ୍ରେଲିଆ ସପକ୍ଷରେ ରହିଛି । ଏହି ଦୁଇ ଦଳ ମଧ୍ୟରେ ୫୦ଟି ମ୍ୟାଚ୍‌ ଅନୁଷ୍ଠିତ ହୋଇ ସାରିଛି। ଅଷ୍ଟ୍ରେଲିଆ ୩୩ ମ୍ୟାଚ୍‌ ଜିତିଥିବା ବେଳେ ସ୍ପେନ୍‌ ୧୦ଟି ମ୍ୟାଚରେ ବିଜୟୀ ହୋଇଛି ।

ବେଲଜିୟମ ବନାମ ନ୍ୟୁଜିଲାଣ୍ଡ

ଦ୍ୱିତୀୟ କ୍ୱାର୍ଟର ଫାଇନାଲରେ ଡିଫେଣ୍ଡିଂ ଚାମ୍ପିୟନ ବେଲ୍‌ଜିୟମକୁ ଭେଟିବ ନ୍ୟୁଜିଲାଣ୍ଡ। ଏଫ୍‌ଆଇଏଚ୍‌ ର଼୍ୟାଙ୍କିଙ୍ଗ୍‌ର ୨ୟ ସ୍ଥାନରେ ଥିବା ବେଲଜିୟମ ଟାଇଟଲ ବଜାୟ ଲକ୍ଷ୍ୟରେ ରହିଛି । ଅନ୍ୟପକ୍ଷରେ ଭାରତକୁ ହରାଇବା ପରେ ନ୍ୟୁଜିଲାଣ୍ଡର ମନୋବଳ ବହୁ ଉପରେ ରହିଛି । ନିମ୍ନ ର଼୍ୟାଙ୍କ୍‌ପ୍ରାପ୍ତ ଦଳ ହୋଇଥିଲେ ହେଁ ବେଲଜିୟମ ବିପକ୍ଷରେ ଏହାର ରେକର୍ଡ ବହୁତ ଭଲ। ତେଣୁ ଶ୍ରେଷ୍ଠ ପ୍ରଦର୍ଶନ କରି ଆଉ ଏକ ବିପର୍ଯ୍ୟୟ ସୃଷ୍ଟି ଲକ୍ଷ୍ୟରେ ରହିଛି ନ୍ୟୁଜିଲାଣ୍ଡ ।

ନ୍ୟୁଜିଲାଣ୍ଡ ଓ ବେଲ୍‌ଜିୟମ ମଧ୍ୟରେ ଏପର୍ଯ୍ୟନ୍ତ ମୋଟ ୨୩ଟି ମ୍ୟାଚ୍‌ ଅନୁଷ୍ଠିତ ହୋଇସାରିଛି । ଏଥିରୁ ବ୍ଲାକ୍‌ ଷ୍ଟିକ୍‌(ନ୍ୟୁଜିଲାଣ୍ଡ) ଦଳ ୧୦ଟି ମ୍ୟାଚ୍‌ ଜିତିଥିବାବେଳେ ବେଲଜିୟମ ୯ଟିରେ ବିଜୟୀ ହୋଇଛି ଏବଂ ଅନ୍ୟ ୪ଟି ଡ୍ର ରହିଛି ।

ସୂଚନାଥାଉ କି, ହକି ବିଶ୍ବକପର ଚଳିତ ସଂସ୍କରଣରେ ଉଭୟ କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ଏପର୍ଯ୍ୟନ୍ତ ୨୮ଟି ମ୍ୟାଚ୍‌ ଖେଳା ସରିଛି। ଆଗାମୀ ଦିନରେ କ୍ବାର୍ଟର ଫାଇନାଲ, ସେମିଫାଇନାଲ, ଫାଇନାଲ ଓ ୩ୟ ସ୍ଥାନ ପାଇଁ ଆହୁରି ମ୍ୟାଚ୍‌ ଖେଳାଯିବ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+