ହକି ବିଶ୍ୱକପ ପ୍ରସ୍ତୁତି: ଅପରାଧୀ ମୁକ୍ତ ହେବ ରାଜଧାନୀ, ରାସ୍ତା କଡ଼ରେ ଠିଆ ହୋଇ ପାରିବେ ନାହିଁ କିନ୍ନର
ହକି ବିଶ୍ୱକପ ପାଇଁ କମିସନରେଟ୍ ପୋଲିସ କଡ଼ା ଅଭିମୁଖ୍ୟ । ଅପରାଧୀ ମୁକ୍ତ ହେବ ରାଜଧାନୀ । ରାସ୍ତା କଡ଼ରେ ଠିଆ ହୋଇ ପାରିବେ ନାହିଁ କିନ୍ନର ।
ଭୁବନେଶ୍ୱର: ହକି ବିଶ୍ୱକପ ପାଇଁ କମିସନରେଟ୍ ପୋଲିସ କଡ଼ା ଅଭିମୁଖ୍ୟ । ଅପରାଧୀ ମୁକ୍ତ ହେବ ରାଜଧାନୀ । ରାସ୍ତା କଡ଼ରେ ଠିଆ ହୋଇ ପାରିବେ ନାହିଁ କିନ୍ନର । ଅତି ଜରୁରୀ କାମ ନ ଥିଲେ କିନ୍ନରମାନେ ଆଉ ରାତିରେ ରାସ୍ତା ଉପରେ ଛିଡ଼ା ହୋଇ ପାରିବେ ନାର୍ହିଁ । ଯଦି କେହି ଛିଡ଼ା ହୋଇ ଅନୈତିକ କାମରେ ଲିପ୍ତ ରୁହନ୍ତି । ତେବେ ତାଙ୍କୁ ଗିରଫ କରିବା ପାଇଁ ଡିସିପି ନିର୍ଦ୍ଦେଶ ଦେଇଛନ୍ତି । ଏପରିକି ସମସ୍ତ ଥାନା ଅଧିକାରୀଙ୍କୁ ଏଭଳି କଡ଼ା ଦାଗିଦ କରାଯାଇଛି ।

ସେହିପରି ରାତିରେ ଯଦି କୌଣସି ସ୍ଥାନରେ ଏକାଧିକ ବ୍ୟକ୍ତି ଖଟି କରୁଥିବେ ତାଙ୍କୁ ଉଠାଇ ଆଣିବାକୁ ପୋଲିସକୁ କୁହାଯାଇଛି । ଖଟି କରୁଥିବା ଲୋକଙ୍କୁ ଗିରଫ କରାଯିବ ବୋଲି ମଧ୍ୟ କୁହାଯାଇଛି । ରାତିରେ ବ୍ଲାକିଂ ଏବଂ ଚେକିଂ ଉପରେ ପୋଲିସ ଅଧିକ ଗୁରୁତ୍ୱ ଦେଉଛି । ଏଥର ସନ୍ଧ୍ୟାରେ ଅଚାନକ ହେଲମେଟ୍ ଚେକିଂ କରାଯିବା ସହ ରାତିରେ ବ୍ଲକିଂକୁ କଡ଼ାକଡ଼ି କରାଯିବ । ଫଳରେ ଲୁଟେରା ମାନେ ସାବାଡ଼ ହେବେ ।
ଉଲ୍ଲେଖଥାଉ କି, ଆସନ୍ତା ଜାନୁୟାରୀ ୧୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି ପୁରୁଷ ହକି ବିଶ୍ୱକପ୍ । ଏଥିଲାଗି ସଜେଇ ହେଉଛି ରାଜଧାନୀ । ସହରର କାନ୍ଥବାଡରେ ଚିତ୍ର ଏବେ କଥା କହୁଛି । ରଙ୍ଗତୂଳି ଧରି ଓଡ଼ିଶାର କଳା, ସଂସ୍କୃତିର ଝଲକ ଚିତ୍ର ମାଧ୍ୟମରେ ବଣାଣୁଛନ୍ତି ଶିଳ୍ପୀ । ପାଶର୍ବ, ବ୍ରିଜ୍ ୱାଲ ସବୁଠି ଚାଲିଛି ରଙ୍ଗ ମରା କାମ । ଭଳିକି ଭଳି ରଙ୍ଗରେ ରଙ୍ଗୀନ ହେଉଛି କାନ୍ଥବାଡ । କାନ୍ଥରେ ରଙ୍ଗ ଆଉ ତୂଳୀରେ ଜୀବନ ଭରୁଛନ୍ତି ରାଜ୍ୟର ବଡ଼ ବଡ ଆର୍ଟ ଆଣ୍ଡ କ୍ରାଫ୍ଟ କଲେଜର ଛାତ୍ରଛାତ୍ରୀ ।
ଲକ୍ଷ୍ୟ ରହିଛି ବିଶ୍ୱକପ ହକି ଖେଳିବାକୁ ଆସୁଥିବା ଟିମ୍ ଦେଖିବେ ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟ, ପରମ୍ପରା, ପୂଜା ପାର୍ବଣ ଓ ଲୋକଙ୍କ ଚାଲିଚଳନ । ତାସହିତ ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟ ଚିତ୍ର ଅଙ୍କା ଯାଇଛି । ରାଜଧାନୀକୁ ସଜାଇବା ପାଇଁ BMC ଏହି ଦାୟିତ୍ୱ ନେଇଛି । ୨୮ଟି ଜୋନ୍ରେ ବିଭକ୍ତ କରାଯାଇଛି । ପ୍ରାୟ ୧୫ ଶହ କଳାକାର ଲାଗି ପଡିଛନ୍ତି । ଏସବୁକୁ ଓଡ଼ିଶା ଲଳିତକଳା ଏକାଡେମୀ ପକ୍ଷରୁ ତଦାରଖ କରାଯାଇଛି ।












Click it and Unblock the Notifications