Get Updates
Get notified of breaking news, exclusive insights, and must-see stories!

ହକି ବିଶ୍ୱକପ: ପେନାଲ୍ଟି କର୍ଣ୍ଣରକୁ ରୂପାନ୍ତର କରିବାରେ ଦୁର୍ବଳତା ପରାଜୟର ମୁଖ୍ୟ କାରଣ

ଚଳିତ ବିଶ୍ୱକପରେ ଦଳ ଅର୍ଜନ କରିଥିବା 26 ପେନାଲ୍ଟି କର୍ଣ୍ଣରରୁ ମାତ୍ର 5ଟିକୁ ଗୋଲରେ ରୂପାନ୍ତର କରିବାରେ ସଫଳ ହୋଇଛି । ଏହା 6ଟି ପ୍ରୟାସରେ ଗୋଟିଏ ହାରକୁ ସୂଚାଉଛି । ଯାହାକୁ ଅତ୍ୟନ୍ତ ଦୁର୍ବଳ କହିଲେ ଚଳେ ।

ଭୁବନେଶ୍ୱର: ଚଳିତ ଏଫ୍ଆଇଏଚ୍ ଓଡିଶା ହକି ବିଶ୍ୱକପରେ କ୍ରସ୍ ଓଭର ମ୍ୟାଚରୁ ଶେଷ ହୋଇଛି ଆୟୋଜକ ଭାରତୀୟ ଦଳର ଯାତ୍ରା । ସଡନ୍‌ ଡେଥ୍‌ ରେ ଅପେକ୍ଷାକୃତ ଦୁବର୍ଳ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହୋଇ ଘରୋଇ ଦଳର 48 ବିଶ୍ୱକପର ସ୍ୱପ୍ନ ଧୂଳିସାତ୍ ହୋଇଛି ।

Hockey World Cup

ଗତକାଲି (ରବିବାର) ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଖେଳା ଯାଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ବିତୀୟ କ୍ରସ୍ ଓଭର ମ୍ୟାଚରେ ପ୍ରଥମେ ସ୍କୋର 3-3ରେ ବରାବାର ହୋଇଥିଲା । ପରେ ଫଳାଫଳ ପାଇଁ ମ୍ୟାଚ୍ ସୁଟ୍ଆଉଟ୍ କୁ ଯାଇଥିଲା । ସେଠାରେ ମଧ୍ୟ ସ୍କୋର 3-3ରେ ସମାନ ରହିବା ପରେ ମ୍ୟାଚରେ ଆରମ୍ଭ ହୋଇଥିଲା ସଡନ ଡେଥ୍ । ଯେଉଁଠାରେ ଭାରତ ନ୍ୟୁଜିଲାଣ୍ଡ ଠାରୁ 4-5 ରେ ପରାସ୍ତ ହୋଇ ଟୁର୍ଣ୍ଣାମେଣ୍ଟରୁ ବିଦା ହୋଇଥିଲା । ତେବେ ଭାରତର ଏହି ପରାଜୟର ମୁଖ୍ୟ କାରଣ ପେନାଲ୍ଟି କର୍ଣ୍ଣର ରୂପାନ୍ତରରେ ଦୁର୍ବଳତା ବୋଲି କୁହାଯାଉଛି ।ପ୍ରଥମେ

ପ୍ରଥମେ ଜାଣନ୍ତୁ, ସଡନ ଡେଥ୍‌ କ'ଣ ?

ଇଂରାଜୀ ଶବ୍ଦ ସଡନ ଡେଥ୍‌'ର ଓଡ଼ିଆ ଅର୍ଥ ହେଉଛି ହଠାତ୍‌ ମୃତ୍ୟୁବରଣ କରିବା। ହକି ଖେଳରେ ଏହା କିପରି ଭାବେ ବ୍ୟବହାର କରାଯାଏ। ହକି ଓ ଫୁଟବଲ ପରି ଖେଳରେ ଫଇସଲା ଲାଗି ଏହି ଫର୍ମାଟର ବ୍ୟବହାର କରାଯାଏ। ବିଶେଷତଃ ଯେଉଁ ମ୍ୟାଚ୍‌ର ଫଳାଫଳ ଜାଣିବା ଲାଗି
ହାରଜିତର ଆବଶ୍ୟକତା ଥାଏ, ସେଥ୍ରେ ଏହି ସଡନ ଡେଥ୍‌କୁ ଲାଗୁ କରାଯାଏ। ହକି ଖେଳରେ ନିର୍ଵାରିତ ସମୟରେ ୬୦ ମିନିଟ୍‌ ଖେଳ ହୋଇଥାଏ। ଏଥ୍‌ରେ ଯଦି ଉଭୟ ଦଳ ସମାନ ସଂଖ୍ୟକ ଗୋଲ ସ୍କୋର କରନ୍ତି ତେବେ ପେନାଲ୍ପି ସୁଟଆଉଟର ସହାୟତା ନିଆଯାଇଥାଏ। ଏଥରେ ବି ଯଦି ଗୋଲ ସଂଖ୍ୟା ସମାନ ରହେ, ତେବେ ଫଳାଫଳ ଜାଣିବା ଲାଗି ଶେଷ ଅସ୍ତ୍ର ଭାବେ ସଡନ ଡେଥ ଫର୍ମାଟକୁ ଗ୍ରହଣ କରାଯାଏ। ଭାରତ-ଚନ୍ଯୁଜିଲାଣ୍ଡ ମୁକାବିଲାର ନିର୍ଵାରିତ ସମୟ ୩-୩ ଓ ପେନାଲ୍ମି ସୁଟଆଉଟରେ ମଧ୍ୟ ୩-୩ ଗୋଲରେ ସମାନସ୍ତରରେ ରହିଥାଏ । ଯାହା ଫଳରେ ସଡ୍‌ନ ଡେଥର ଆଶ୍ରୟ ନିଆଯାଇଥିଲା । ଏଥୁରେ ପେନାଲ୍ମି ସୁଟ ଆଉଟ ଳି ସଟ ମରାଯାଇଥାଏ। ଯେ ପର୍ଯ୍ୟନ୍ତ ଗୋଟିଏ ଦଳ ଗୋଟିଏ ସଟ୍‌ ମାରିବାରେ ବିଫଳ ନ ହୋଇଛି, ସେ ପର୍ଯ୍ୟନ୍ତ ଏହା ଚାଲିଥାଏ। ଏହାର ଅର୍ଥ ଗୋଟିଏ ଦଳ ଗୋଲ ଦେବା ପରେ ଯଦି ଅନ୍ୟ ଦଳ ବିଫଳ ହୁଏ, ତେବେ ବିଫଳ ହୋଇଥୁବା ଦଳକୁ ପରାଜିତ ହେବାକୁ ପଡ଼ିଥାଏ ।

କହିରଖୁ କି, ଟୋକିଓ ଗେମ୍ସରେ ଭାରତ ଅର୍ଜନ କରିଥିବା 31ଟି ପେନାଲ୍ଟି କର୍ଣ୍ଣରରୁ 10ଟି ଗୋଲରେ ରୂପାନ୍ତର କରିବାରେ ସଫଳ ହୋଇଥିଲା । ଯାହାକି ତିନୋଟି ପ୍ରୟାସରେ ଗୋଟିଏ ହାରକୁ ସୂଚାଏ । ମାତ୍ର ଚଳିତ ବିଶ୍ୱକପରେ ଦଳ ଅର୍ଜନ କରିଥିବା 26 ପେନାଲ୍ଟି କର୍ଣ୍ଣରରୁ ମାତ୍ର 5ଟିକୁ ଗୋଲରେ ରୂପାନ୍ତର କରିବାରେ ସଫଳ ହୋଇଛି । ଏହା 6ଟି ପ୍ରୟାସରେ ଗୋଟିଏ ହାରକୁ ସୂଚାଉଛି । ଯାହାକୁ ଅତ୍ୟନ୍ତ ଦୁର୍ବଳ କହିଲେ ଚଳେ । ତେବେ ୱେଲ୍ସ ବିପକ୍ଷ ମ୍ୟାଚରେ ଗୋଟିଏ ପିସି ସମୟରେ ଗୋଲରକ୍ଷକ ନଥିବା ‌ବେଳେ ଗୋଲ୍ ସ୍କୋର୍‌ ହୋଇଥିଲା ।

ତେବେ କେବଳ ପେନାଲ୍ଟି କର୍ଣ୍ଣର ନୁହେଁ ପେନାଲ୍ଟି ଷ୍ଟ୍ରୋକ୍‌ରେ ବି ଦଳର ଦୁର୍ବଳତା ପଦାରେ ପଡ଼ିଛି । ଅଧିନାୟକ ହର୍ମନପ୍ରୀତ୍ ସିଂହ ମଧ୍ୟ ପୂର୍ବରୁ ଏକ ପେନାଲ୍ଟି ଷ୍ଟ୍ରୋକ୍‌କୁ ଗୋଲରେ ପରିଣତ କରିପାରିନଥିଲେ। ରବିବାର ପେନାଲ୍ଟି କର୍ଣ୍ଣର ସହିତ ଭାରତୀୟ ଦଳ ପେନାଲ୍ଟି ସୁଟ୍‌ ଆଉଟ୍‌ରେ ବି କେତେ ଦୁର୍ବଳ ପ୍ରମାଣିତ ହୋଇଗଲା। ସୃଜନଶୀଳ ବିହୀନ ପେନାଲ୍ଟି କର୍ଣ୍ଣର ସହିତ ସୁଟ୍‌ ଆଉଟ୍ ବେଳେ ଦିଶାହୀନ ସଟ୍‌ ଖେଳୁଥିଲେ ଭାରତୀୟ ଖେଳାଳି । ଡ୍ରାଗ୍ ଫ୍ଲିକ ବେଳେ ହରମନପ୍ରୀତ୍ ସିଂହଙ୍କ ଦୁର୍ବଳତା ସମ୍ପୂର୍ଣ୍ଣ ଭାବେ ପଦାରେ ପଡିଛି ।

ତେବେ ଭାରତ ଏବେ କେବଳ କ୍ଲାସିଫିକେସନ୍ ମ୍ୟାଚ୍‌ (9ରୁ 16ତମ ସ୍ଥାନ) ପାଇଁ ଖେଳିବ। ଗୁରୁବାର ଜାପାନ ସହ ରାଉରକେଲାର ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ କେବଳ ଔପଚାରିକତା ରକ୍ଷା ପାଇଁ ଖେଳିବ । ତେବେ 48 ବର୍ଷ ଧରି ବିଶ୍ବକପ୍‌ ପଦକଟିଏ ପାଇଁ ସ୍ବପ୍ନ ଦେଖୁଥିବା ରେକର୍ଡ ଅଲିମ୍ପିକ୍ ସ୍ବର୍ଣ୍ଣ ବିଜେତା ଭାରତ ପୁଣି ଥରେ ପୁରୁଣା ଦିନକୁ ଫେରିବାକୁ ପ୍ରସ୍ତୁତ ନଥିବା ପ୍ରମାଣିତ କରିଦେଲା । ଭାରତ ପ୍ରଥମ ଓ ଶେଷ ଥର ପାଇଁ 1975ରେ ହକି ବିଶ୍ବକପ୍‌ ଜିତିଥିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+