ହକି ବିଶ୍ୱକପ, ପଏଣ୍ଟ ଟେବୁଲ: ନେଦରଲ୍ୟାଣ୍ଡସର କ୍ୱାର୍ଟର ଟିକେଟ୍ ପକ୍କା; ଜାଣନ୍ତୁ, କଣ ରହିଛି ଭାରତର ସ୍ଥିତି ?
କେବଳ ପୁଲ-ବି କୁ ଛାଡିଦେଲେ ଅନ୍ୟ ତିନୋଟି ପୁଲରେ ସମସ୍ତ ଦଳ ଦୁଇଟି ଲେଖାଏଁ ମ୍ୟାଚ ଖେଳି ସାରିଛନ୍ତି । ଏଭଳି ପରିସ୍ଥିତରେ ପୁଲ୍-ସିରେ ନେଦରଲ୍ୟାଣ୍ଡସ୍ ଦଳ ସିଧାସଳଖ କ୍ୱାର୍ଟର ଫାଇନାଲ ଖେଳିବାକୁ ଯୋଗ୍ୟ ବିବେଚିତ ହୋଇ ସାରିଛି ।
Hockey World Cup 2023 Points Table: ଆଜି (ସୋମବାର) ଥିଲା ହକି ବିଶ୍ୱକପର ଚତୁର୍ଥ ଦିନ । 4ର୍ଥ ଦିନରେ ଥିଲା 4ଟି ମ୍ୟାଚ୍ । ଆଜି ପୁଲ-ସି ରେ ଥିବା ପ୍ରଥମ ମ୍ୟାଚରେ ମାଲେସିଆ ଚିଲିକୁ 3-2ରେ ପରାସ୍ତ କରିଛି । ସେହିପରି ଦ୍ୱିତୀୟ ମ୍ୟାଚରେ ନେଦରଲ୍ୟାଣ୍ଡ ନ୍ୟୁଜିଲ୍ୟାଣ୍ଡକୁ 4-0ରେ ପରାସ୍ତ କରିଛି । ଏହା ପରେ ପୁଲ୍-ଏର ପ୍ରଥମ ମ୍ୟାଚରେ ଫ୍ରାନ୍ସ ଦକ୍ଷିଣ ଆଫ୍ରିକାକୁ 2-1ରେ ପରାସ୍ତ କରିଥିଲା । ଏଥି ସହିତ ଆଜିର ଶେଷ ମ୍ୟାଚରେ ଆର୍ଜେଣ୍ଟିନା-ଅଷ୍ଟ୍ରେଲିଆ ମଧ୍ୟରେ ଗେମ୍ 3-3 ଡ୍ରରେ ଶେଷ ହୋଇଥିଲା । ଏହାପୂର୍ବରୁ ରବିବାର ଦିନ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ମ୍ୟାଚ ଡ୍ରରେ ରହିଥିଲା ।

କ୍ୱାର୍ଟରରେ ନେଦରଲ୍ୟାଣ୍ଡସ:
କେବଳ ପୁଲ-ବି କୁ ଛାଡିଦେଲେ ଅନ୍ୟ ତିନୋଟି ପୁଲରେ ସମସ୍ତ ଦଳ ଦୁଇଟି ଲେଖାଏଁ ମ୍ୟାଚ ଖେଳି ସାରିଛନ୍ତି । ଏଭଳି ପରିସ୍ଥିତରେ ପୁଲ୍-ସିରେ ନେଦରଲ୍ୟାଣ୍ଡସ୍ ଦଳ ସିଧାସଳଖ କ୍ୱାର୍ଟର ଫାଇନାଲ ଖେଳିବାକୁ ଯୋଗ୍ୟ ବିବେଚିତ ହୋଇ ସାରିଛି । କାରଣ କ୍ରମାଗତ ଦ୍ଵିତୀୟ ବିଜୟ ହାସଲ କରି 6 ଅଙ୍କ ସହ ପୁଲ-'ସି'ର ଶୀର୍ଷରେ ବସିଛି ନେଦରଲାଣ୍ଡସ୍ । 2ୟରେ ଥିବା ନ୍ୟୁଜିଲାଣ୍ଡ ଦଳର ଖାତାରେ 3 ପଏଣ୍ଟ ଥିବାବେଳେ ଗୋଲ୍ ବ୍ୟବଧାନ -2 ରହିଛି । ତେଣୁ ଯଦି ବି ବ୍ଲାକଷ୍ଟିକ୍ ଦଳ ତାର ପରବର୍ତ୍ତି ମ୍ୟାଚରେ ବିଜୟ ଲାଭ କରୁଛି, ତେବେ ମଧ୍ୟ ସେ ଦ୍ବିତୀୟ ସ୍ଥାନରେ ହିଁ ରହିବ । ଏତଏଫ୍ ନେଦରଲ୍ୟାଣ୍ଡ ଦଳ ସିଧାସଳକ କ୍ୱାର୍ଟରକୁ ଉତୀନ୍ନ ହେବାକୁ ଯୋଗ୍ୟ ବିବେଚିତ ହୋଇଛି ।

ଭାରତର ସ୍ଥିତି କଣ ?
ଆସନ୍ତା ଜାନୁୟାରୀ 19 ତାରିଖ (ଗୁରୁବାର) ଦିନ ନିଜ ନିଜର ପରବର୍ତ୍ତୀ ମ୍ୟାଚରେ ଇଂଲଣ୍ଡ ଏବଂ ଭାରତ ସେମାନଙ୍କର ବ୍ୟକ୍ତିଗତ ପ୍ରତିଯୋଗିତାରେ ଶୀର୍ଷ ସ୍ଥାନ ପାଇଁ ଲଢେଇ କରିବେ । ଗୁରୁବାର ଦିନ ଇଂଲଣ୍ଡ ସ୍ପେନକୁ ଭେଟୁଥିବା ବେଳେ ଭାରତ ୱେଲ୍ସକୁ ଭେଟିବ । କହିରଖୁ କି, ରବିବାର ଦିନ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ମ୍ୟାଚ ଡ୍ରରେ ରହିଥିଲା ।

ତେବେ ବର୍ତ୍ତମାନ ସମୟରେ ଇଂଲଣ୍ଡ ପଏଣ୍ଟ ତାଲିକାରେ ଆଗୁଆ ରହିଛି । ସେମାନେ ପ୍ରଥମ ଗ୍ରୁପ୍ ମ୍ୟାଚରେ ୱେଲ୍ସ ବିପକ୍ଷରେ 5-0ରେ ଜିତିଥିଲେ । ସେହିପରି ସ୍ପେନଠାରୁ 2-0 ଗୋଲରେ ଭାରତ ବିଜୟ ହୋଇଥିଲା । ତେବେ ଦୁଇ ଦଳଙ୍କ ସମାନ ଅଙ୍କ ଥିଲେ ମଧ୍ୟ ଅଧିକ ଗୋଲ ବ୍ୟବଧାନ ହେତୁ ଇଂଲିଶ୍ ଦଳ ଶୀର୍ଷରେ ବସିଛି । ଫଳରେ ସିଧା କ୍ୱାର୍ଟର ଟିକେଟ୍ ପାଇଁ ଆସନ୍ତା ଗୁରୁବାର ଥିବା ୱେଲ୍ସ ବିପକ୍ଷ ମ୍ୟାଚରେ ଭାରତକୁ ଅଧିକ ଗୋଲ ବ୍ୟବଧାନରେ ବିଜୟୀ ହେବାକୁ ପଡିବ । ନଚେତ୍, କ୍ୱାର୍ଟର ଫାଇନାଲ ପାଇଁ ଭାରତକୁ ସ୍ପେନ ସହ କ୍ରସ୍ ଓଭର ମ୍ୟାଚ ଖେଳିବାକୁ ବାଧ୍ୟ ହେବାକୁ ପଡିବ ।

ପଏଣ୍ଟ ତାଲିକା:
ପୁଲ୍-ଏ
- 1- ଅଷ୍ଟ୍ରେଲିଆ: ବିଜୟ-1 , ଡ୍ର-1, ମୋଟ ପଏଣ୍ଟ- 4
2- ଆର୍ଜେଣ୍ଟିନା: ବିଜୟ- 1 , ଡ୍ର-1, ମୋଟ ପଏଣ୍ଟ - 4
3- ଫ୍ରାନ୍ସ : ବିଜୟ-1, ପରାଜୟ-1, ମୋଟ୍ ପଏଣ୍ଟ- 3
4- ଦକ୍ଷିଣ ଆଫ୍ରିକା: ବିଜୟ-0, ପରାଜୟ-2, ମୋଟ୍ ପଏଣ୍ଟ- 0
ପୁଲ୍-ବି
- 1- ବେଲଜିୟମ: ବିଜୟ-1 , ମୋଟ ପଏଣ୍ଟ- 3
2. ଜର୍ମାନୀ: ବିଜୟ-1, ମୋଟ ପଏଣ୍ଟ- 3
3- ଜାପାନ: ପରାଜୟ- 1, ମୋଟ ପଏଣ୍ଟ- 0
4- ଦକ୍ଷିଣ କୋରିଆ: ପରାଜୟ- 1, ମୋଟ ପଏଣ୍ଟ- 0
ପୁଲ୍-ସି
- 1- ନେଦରଲ୍ୟାଣ୍ଡ: ବିଜୟ-2 , ମୋଟ ପଏଣ୍ଟ- 6
2- ନ୍ୟୁଜିଲ୍ୟାଣ୍ଡ: ବିଜୟ-1 , ପରାଜୟ-1, ମୋଟ ପଏଣ୍ଟ- 3
3. ମାଲେସିଆ: ବିଜୟ-1 , ପରାଜୟ-1, ମୋଟ ପଏଣ୍ଟ- 3
4. ଚିଲି: ପରାଜୟ-2, ମୋଟ ପଏଣ୍ଟ- 0
ପୁଲ୍-ଡି
- 1- ଇଂଲଣ୍ଡ: ବିଜୟ-1, ଡ୍ର-1, ମୋଟ ପଏଣ୍ଟ- 4
2- ଭାରତ: ବିଜୟ-1, ଡ୍ର-1, ମୋଟ ପଏଣ୍ଟ- 4
3. ସ୍ପେନ୍ : ବିଜୟ-1 , ପରାଜୟ-1, ମୋଟ ପଏଣ୍ଟ- 3
4. ୱେଲ୍ସ : ପରାଜୟ-2, ମୋଟ ପଏଣ୍ଟ- 0












Click it and Unblock the Notifications