ହକି ବିଶ୍ଵକପ ୨୦୨୩: ନ୍ୟୁଜିଲାଣ୍ଡକୁ ହରାଇ ପୁଲ-'ସି'ର ଶୀର୍ଷରେ ବସିଲା ନେଦରଲାଣ୍ଡସ୍
ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହୋଇଥିବା ହକି ବିଶ୍ବକପ ୨୦୨୩ରେ ସୋମବାର ଖେଳା ଯାଇଥିବା ଦ୍ବିତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୪-୦ରେ ଗୋଲରେ ପରାସ୍ତ କରିଛି ନ୍ୟୁଜିଲାଣ୍ଡ ।
ରାଉରକେଲାର: ସ୍ଥାନୀୟ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହୋଇଥିବା ହକି ବିଶ୍ବକପ ୨୦୨୩ରେ ସୋମବାର ଖେଳା ଯାଇଥିବା ଦ୍ବିତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୪-୦ରେ ଗୋଲରେ ପରାସ୍ତ କରିଛି ନ୍ୟୁଜିଲାଣ୍ଡ ।

ତେବେ କ୍ରମାଗତ ଦ୍ଵିତୀୟ ବିଜୟ ହାସଲ କରି ୬ ଅଙ୍କ ସହ ପୁଲ-'ସି'ର ଶୀର୍ଷରେ ବସିଲା ନେଦରଲାଣ୍ଡସ୍ । ଅନ୍ୟପଟେ ଦ୍ଵିତୀୟ ମ୍ୟାଚ୍ରୁ ନ୍ୟୁଜିଲାଣ୍ଡ ପ୍ରଥମ ପରାଜୟ ଭୋଗିଛି। ଦଳ ୩ ଅଙ୍କ ସହ ଦ୍ଵିତୀୟ ସ୍ଥାନରେ ରହିଛି । ଆଜିର ମ୍ୟାଚରେ ନେଦରଲାଣ୍ଡସ୍ ନ୍ୟୁଜିଲାଣ୍ଡ ଉପରେ ସଂପୂର୍ଣ୍ଣ ପ୍ରାଧ୍ୟାନ୍ୟ ବିସ୍ତାର କରିବା ସହ ଗୋଲ୍ ଦେବାର କୌଣସି ସୁଯୋଗ ଦେଇ ନଥିଲା।
ମ୍ୟାଚର ୩ୟ ମିନିଟରେ ନେଦରଲାଣ୍ଡର ଅଧିନାୟକ ଥିରୀ ବ୍ରିଙ୍କମାନ ପ୍ରଥମ ଗୋଲ କରି ଦଳକୁ ୧-୦ରେ ଆଗୁଆ କରିଥିଲେ । ଏହାପରେ ସ୍ଥିତି ବରାବର କରିବାକୁ ନ୍ୟୁଜିଲାଣ୍ଡକୁ ପେନାଲ୍ଟି କର୍ଣ୍ଣର ମିଳିଥିଲା । କିନ୍ତୁ ଦଳ ଏହାକୁ ହାତ ଛଡ଼ା କରିଥିଲା । ଏହାପରେ ଡଚ୍ ଟିମ କାଉଣ୍ଟର ଆଟାକ କରିଥିଲା ଓ ବ୍ରିଙ୍କମାନ ଦ୍ୱିତୀୟ ଗୋଲ ସ୍କୋର କରିଥିଲେ। ପ୍ରଥମ କ୍ୱାର୍ଟର ସୁଦ୍ଧା ସ୍ଥିତି ଡଚ୍ ଟିମ ପକ୍ଷରେ ୨-୦ରେ ରହିଥିଲା।
ଦ୍ୱିତୀୟ କ୍ୱାର୍ଟରରେ ନେଦରଲାଣ୍ଡ ଦଳ ପକ୍ଷରୁ କୋଇନ ବିଜେନ ତୃତୀୟ ଗୋଲ ସ୍କୋର କରିଥିଲେ। ହାଫଟାଇମ ସୁଦ୍ଧା ସ୍ଥିତି ୩-୦ ରହିଥିଲା। ତୃତୀୟ କ୍ୱାର୍ଟର ସଂପୂର୍ଣ୍ଣ ଭାବେ ଗୋଲ ଶୂନ୍ୟ ରହିଥିଲା।୪ର୍ଥ କ୍ୱାର୍ଟରରେ ହୋଡମେକର୍ସ ସୁନ୍ଦର ଗୋଲ କରି ଦଳକୁ ୪-୦ରେ ଆଗୁଆ କରି ଦେଇଥିଲେ। ୪ର୍ଥ ଗୋଲ ସ୍କୋର କରିବା ପରେ ନେଦରଲାଣ୍ଡ କେବଳ ପାସ୍ ଦେଇ ସମୟ ନଷ୍ଟ କରିଥିଲା। ନ୍ୟୁଜିଲ୍ୟାଣ୍ଡ ଆଟାକ କରିବାକୁ ଚେଷ୍ଟା କରଥିଲେ ମଧ୍ୟ କିଛି ବି ଲାଭ ପାଇ ନଥିଲା।
ଏହାପୂର୍ବରୁ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହୋଇଥିବା ହକି ବିଶ୍ବକପ ୨୦୨୩ରେ ସୋମବାର ପ୍ରଥମ ମୁକାବିଲାରେ ଚିଲିକୁ ୩-୨ ଗୋଲରେ ପରାସ୍ତ କରିଛି ମାଲେସିଆ । କଡ଼ା ମୁକାବିଲା ସତ୍ତ୍ବେ ବିଜୟର ସ୍ବାଦ ଚାଖି ପାରିଲାନି ବିଶ୍ବକପରେ ନବାଗତ ଚିଲି ।












Click it and Unblock the Notifications